Posted inଫୁରସତ

ଭାରତର ଏହି ସହରରେ ୫୨ ସେକେଣ୍ଡ୍‌ ପାଇଁ ସବୁକିଛି ବନ୍ଦ ହୋଇଯାଏ, କାରଣ ଜାଣିଲେ…

ଦୁନିଆର ପ୍ରତ୍ୟେକ ଦେଶର ନିଜସ୍ବ ଜାତୀୟ ସଙ୍ଗୀତ ରହିଛି। ସେହିଭଳି ‘ଜନଗଣ ମନ’ ହେଉଛି ଆମ ଦେଶ ଭାରତର ଜାତୀୟ ସଙ୍ଗୀତ। ଯେତେବେଳେ ଜାତୀୟ ସଙ୍ଗୀତ ଗାନ କରାଯାଏ, ଜଣେ ଭାରତୀୟ ହେବାର ଗର୍ବ ଆହୁରି ବଢ଼ିଯାଏ। ଜାତୀୟ ସଙ୍ଗୀତ ଗାନ କରିବାର ମୋଟ୍‌ ସମୟ ହେଉଛି ୫୨ ସେକେଣ୍ଡ୍‌। ଯେତେବେଳେ ଭାରତର ପ୍ରତ୍ୟେକ ସହରରେ ଜାତୀୟ ସଙ୍ଗୀତ ବାଜେ, ଲୋକମାନେ ଏହାକୁ ସମ୍ମାନ ଜଣାଇ ନିଜନିଜ ସ୍ଥାନରେ ଠିଆ ହୋଇଯାନ୍ତି। ଆଜି ଏମିତି ସହର ବିଷୟରେ କହିବୁ, ଯେଉଁଠାରେ ଜାତୀୟ ସଙ୍ଗୀତ ବାଜିବା ମାତ୍ରେ ସମଗ୍ର ସହରର ଲୋକମାନେ ୫୨ ସେକେଣ୍ଡ ପାଇଁ ଅଟକି ଯାଆନ୍ତି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ କେହି କେଉଁଆଡ଼େ ଘୁଞ୍ଚନ୍ତି ନାହିଁ। ସମସ୍ତେ ସାବଧାନ ଅବସ୍ଥାରେ ଛିଡ଼ା ହୁଅନ୍ତି। ଏକ ନିର୍ଦ୍ଦିଷ୍ଟ ସମୟ ଅନୁଯାୟୀ, ଏହି ସହରରେ ଜାତୀୟ ସଙ୍ଗୀତ ବଜାଯାଏ ଏବଂ କୌଣସି କାର୍ଯ୍ୟ କେବଳ ଜାତୀୟ ସଙ୍ଗୀତ ପରେ ଆରମ୍ଭ ହୁଏ।

ତେଲେଙ୍ଗାନାର ଏକ ସହର ଯେଉଁଠାରେ ପ୍ରତିଦିନ ସକାଳ ୮ ଟାରେ ଲାଉଡ୍‌ ସ୍ପିକରରେ ଜାତୀୟ ସଙ୍ଗୀତ ବଜାଯାଏ। ସେତେବେଳେ ସମଗ୍ର ସହର ୫୨ ସେକେଣ୍ଡ ପାଇଁ ଅଟକିଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସହରର ବିଭିନ୍ନ ମୁଖ୍ୟ ସ୍ଥାନରେ ୧୨ଟି ବଡ଼ ଲାଉଡ୍‌ ସ୍ପିକର ଲଗାଯାଇଛି, ଯେଉଁଥିପାଇଁ ନିକଟବର୍ତ୍ତୀ ଲୋକମାନେ ଜାତୀୟ ସଙ୍ଗୀତ ଶୁଣନ୍ତି ଏବଂ ସେମାନଙ୍କର ସମସ୍ତ କାର୍ଯ୍ୟ ବନ୍ଦ କରି ସତର୍କତାର ସହିତ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରନ୍ତି। ଆଗାମୀ ସମୟରେ ମ୍ୟୁନିସିପାଲିଟି କର୍ପୋରେଶନ ସହରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଲାଉଡ୍‌ ସ୍ପିକର ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି ।

ସୂଚନାଯୋଗ୍ୟ, ୨୩ ଜାନୁୟାରୀ ୨୦୨୧ରେ ପ୍ରଥମ ଥର ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଯେତେବେଳେ ସ୍ଥାନୀୟ ଅଧିକାରୀମାନେ କମିଟିର ଏହି ପଦକ୍ଷେପ ବିଷୟରେ ଜାଣିଲେ, ସେମାନେ ଏହାକୁ ବହୁତ ପ୍ରଶଂସା କଲେ। ସହରରେ ଜାତୀୟ ସଙ୍ଗୀତ ଗାନ କରାଯିବା ସମୟରେ କମିଟିର କର୍ମକର୍ତ୍ତାମାନେ ସହରର ବିଭିନ୍ନ କୋଣ ଅନୁକୋଣରେ ଠିଆ ହୋଇଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?