ସହରକୁ ସରସ ସୁନ୍ଦର, ଭୟ ମୁକ୍ତ କରିବା ଆମ ଲକ୍ଷ୍ୟ: ଉପଜିଲାପାଳ

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଗଣିତ ହେଉଥିବା କନ୍ଧମାଳ ଜିଲାର ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ ବାଲିଗୁଡ଼ା ସହର ଏବେ ଟ୍ରାଫିକ୍‌ ସମସ୍ୟା ସହ ଅପରାଧୀଙ୍କ ପେଣ୍ଠସ୍ଥଳୀ ପାଲଟିବାକୁ ଯାଉଛି। ଯାହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏ ସବୁକୁ ଆଖି ଆଗରେ ରଖି ବାଲିଗୁଡ଼ା ଉପଜିଲ୍ଲାପାଳ ଡଃ.ରୀନା ପ୍ରଧାନଙ୍କ ଏକ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ଉପସ୍ଥିତ ଥିବା ବେଳେ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସଭା ପରିଚାଳନା କରିଥିଲେ। ସମ୍ପ୍ରତି ବାଲିଗୁଡ଼ା ସହରରେ ଦିନକୁ ଦିନ ଜନ ସଂଖ୍ୟା ଓ ଯାନବାହନ ବୃଦ୍ଧି ପାଇବା ସହ ଟ୍ରାଫିକ ସମସ୍ୟା, ଚୋରି ଡକାୟତି, ରାହାଜାନି, ଛୋଟ ବଡ଼ ଦୁର୍ଘଟଣା,ଦ୍ରୁତ ଗତିରେ ବାଇକ୍‌ ଚଳାଇବା ଓ ସହର ମଧ୍ୟରେ ଉଠା ଦୋକାନୀଙ୍କ ସମସ୍ୟା ଉତ୍କଟ ରୂପ ନେଉଛି, ପୋଲିସ ପାଟ୍ରୋଲିଂ, ସହର ମଧ୍ୟରେ ଲାଗିଥିବା ସିସିଟିଭିକୁ ସଚଳ କରିବା ଉପରେ ଆଲୋଚନା ହୋଇଥିଲା। ଉପଜିଲାପାଳ ଡଃ.ରୀନା ପ୍ରଧାନ କହିଛନ୍ତି ଯେ, ସହରକୁ ସୌନ୍ଦର୍ଯ୍ୟକରଣ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହର ମଧ୍ୟରେ ରହିଥିବା ପୋଖରୀ ନିକଟରେ ଫୁଡ କୋର୍ଟ ନିର୍ମାଣ ,ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ କରିବା ପାଇଁ ଜାଗା ଚିହ୍ନଟ ସରିଛି, ଫୁଡ କୋର୍ଟ ସାଙ୍ଗକୁ ପରିବା ବଜାର, ମାଛ ମାଂସ ବଜାର ନେଇ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି ତାହା ଅନୁମତି ହୋଇଗଲେ ସହର ମଧ୍ୟରେ ରହିଥିବା ଉଠା ଦୋକାନୀ ସମେତ ଟ୍ରାଫିକ ସମସ୍ୟା ଦୂର ହୋଇଯିବ, ଅଟୋ ଷ୍ଟାଣ୍ଡ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ଓ ସୁରକ୍ଷା ସମ୍ପର୍କିତ ଅଭିଯୋଗ ଉପରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ କହିଛନ୍ତି ସହର ମଧ୍ୟରେ ସିସିଟିଭିକୁ ସଚଳ କରିବା ସହ ସହର ମଧ୍ୟରେ ପେଟ୍ରୋଲିଂ ଓ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ, ଦୁର୍ଘଟଣା ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ପିଡ ବ୍ରେକର ଲଗାଯିବ, ରାତିରେ କୌଣସି ଲୋକ ସନ୍ଦେହଜନକ ଭାବେ ବୁଲିଥିଲେ ତାକୁ ଅଟକ ରଖି ପଚରା ଉଚରା କରାଯିବ l ଏଣୁ ସେପରି ଜରୁରୀ କାମ ନ ଥିଲେ ରାତିରେ କୌଣସି ଲୋକ ନ ବୁଲିବାକୁ କୁହାଯାଇଛି ଓ ବଣିକ ସଂଘକୁ ଅନୁରୋଧ କରାଯାଇ ପ୍ରତ୍ୟେକ ଦୋକାନ ସମ୍ମୁଖରେ ସିସିଟିଭି ଲଗାଯିବା ପାଇଁ କୁହାଯିବ ବୋଲି କହିଛନ୍ତି। ବାଲିଗୁଡ଼ାକୁ ସରସ ସୁନ୍ଦର ଓ ଭୟ ମୁକ୍ତ ସହର କରିବା ଆମ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମତାପ୍ରକାଶ ପାଇଥିଲା। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ,ବିଭିନ୍ନ ବ୍ୟାଙ୍କ ଅଧିକାରୀ, ବଣିକ ସଂଘ, ଅଟୋ ସଂଘ, କ୍ଷୁଦ୍ର ବଣିକ ସଂଘ, ଟ୍ରାକ୍ଟର ସଂଘ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

ମେଣ୍ଢା ଫାର୍ମଠାରେ ୩୦ ଟିକିଆ ହାତୀପଲ: ଲୋକେ ଆତଙ୍କିତ

ବଲାଙ୍ଗିର,୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ରେଞ୍ଜ ଅନ୍ତର୍ଗତ ଦେଓଗାଁ ବଙ୍ଗଳା ମେଣ୍ଢା ଫାର୍ମଠାରେ ଗତରାତିରୁ ୩୦ ଟିକିଆ ହାତୀପଲ ଆସି ଅଛନ୍ତି। ଦେଓଗାଁ ଅଞ୍ଚଳର…

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ରାଜୀବଙ୍କ ଅବଦାନ ଅତୁଳନୀୟ

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri