ଭୁବନେଶ୍ୱର,୨୦।୨(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ବିଚ୍ ସକର ୨୦୨୧’ ଆୟୋଜନ ହେବାକୁ ଯାଉଛି। କନ୍ଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖରୁ କୋଣାର୍କସ୍ଥିତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟରେ ଓଡ଼ିଶା ଫୁଟ୍ବଲ କ୍ଲବ (ଓଏଫ୍ସି) ଟେକ୍ନିକାଲ ପାର୍ଟନର ଭାବେ ଦାୟିତ୍ୱ ତୁଲାଇବ।
କୋଣାର୍କରେ ଥିବା ଦୀର୍ଘ ସମୁଦ୍ର ଉପକୂଳକୁ ଆହୁରି ଆକର୍ଷଣୀୟ କରିବାକୁ ଓ ଫୁଟ୍ବଲର ବିକାଶ ପାଇଁ ପ୍ରଥମଥର ପାଇଁ ଏଭଳି ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବ। ଦଳଗୁଡିକ ହେଲା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର, ନାଲ୍କୋ, ଟାଟା ଷ୍ଟିଲ୍, ଗୁପ୍ତା ପାଓ୍ବାର, ଇଣ୍ଡିଆନ ଅଏଲ, ସିଏସ୍ଏମ୍, ପାରାଦୀପ ଫସ୍ଫେଟ୍ସ ଲିମିଟେଡ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଗ୍ରୀଡ୍କୋ ଓ କ୍ୟାପ୍ଜେମିନି। ଏହି ଦଳଗୁଡିକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ ୫ଟି ଲେଖାଏ ଦଳ ସାମିଲ ରହିବେ। ଫ୍ଲଡ୍ ଲାଇଟ୍ ତଳେ ୩ ମିନିଟ୍ର ବ୍ରେକ୍ ସହ ମ୍ୟାଚ୍ଗୁଡିକ ୧୨ ମିନିଟ୍ ଧରି ଖେଳାଯିବ। ଆସନ୍ତା ୨୨ ଓ ୨୩ ତାରିଖରେ ସବୁ ମ୍ୟାଚ୍ଗୁଡିକ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ୨୩ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଇଭେଣ୍ଟ ଅବସରରେ ଦୁଇଟି ପ୍ରଦର୍ଶନୀ ମ୍ୟାଚ୍ ମଧ୍ୟ ଖେଳାଯିବ। ଅନ୍ତିମ ଦିବସରେ ସିଆଇଆଇ ଓ ମହିଳା ଦଳ ମଧ୍ୟରେ ଏହି ମ୍ୟାଚ୍ ଆୟୋଜନ ହେବ।
ପର୍ଯ୍ୟଟନ ବିଭାଗ ଓ ସିଆଇଆଇ ମିଳିତ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବେ ଓ ଏହା ଖୁସିର କଥା ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏହା ଦ୍ୱାରା ପର୍ଯ୍ୟଟନ ଓ କ୍ରୀଡ଼ାର ବିକାଶ ହେବ ଓ ବିଶ୍ୱରେ ଏହାର ପ୍ରଚାର ଓ ପ୍ରସାର ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି।
ସେହିପରି ଫୁଟବଲ ସହିତ ବିଚ୍ ସକର ଅଙ୍ଗାଅଙ୍ଗି ଭାବେ ଜଡିତ ଓ ଏହି ଇଭେଣ୍ଟରେ ଚନ୍ଦ୍ରଭାଗା ବିଚ୍ରେ ଉତ୍ସବମୁଖର ପରିବେଶ ସୃଷ୍ଟିକରିବ ଓ ଏହାକୁ ଦେଖିବାକୁ ବହୁ ଲୋକ ଏକାଠି ହେବେ ବୋଲି ଓଡ଼ିଶା କାଉନସିଲର ଟାଟା ଷ୍ଟିଲ ଲମିଟେଡର ଅଧ୍ୟକ୍ଷ ତଥା କେ.ପି.ଓ. ପ୍ରୋଜେକ୍ଟର ଭାଇସ୍ ପ୍ରେସିଡେଣ୍ଟ ଓ ହେଡ୍ ଅପରେଶନ ରାଜୀବ କୁମାର କହିଛନ୍ତି। ଏହି ଦୁଇ ଦିନିଆ ଇଭେଣ୍ଟ ସଫଳ ହେବ ଓ ଏହା ଦ୍ୱାରା ବିଚ୍ ସହିତ ଜଡିତ ପରିବାର, ଯୁବ ସଂସ୍କୃତି, ଫିଟ୍ନେସ ଓ ଅନ୍ୟାନ୍ୟ ଜିନିଷଗୁଡିକର ମହତ୍ତ୍ୱ ବଢ଼ିବ ବୋଲି ସେ କହିଛନ୍ତି।
ଏହି ଭିନ୍ନ ପ୍ରକାରର ଇଭେଣ୍ଟରେ ସାମିଲ ବେହାକୁ ଯାଉଥିବାରୁ ବେଶ୍ ଆନନ୍ଦିତ ଅଛୁ ବୋଲି ଓଡ଼ିଶା ଏଫ୍ସିର ଗ୍ରାସ୍ରୁଟ ମ୍ୟାନେଜର ଶୁଭମ ଦାସ କହିଛନ୍ତି। ଏହା ଦ୍ୱାରା ରାଜ୍ୟ ସୁନ୍ଦର ସମୁଦ୍ର ଉପକୂଳ ଓ ଫୁଟ୍ବଲ ଏକାଠି ହୋଇପାରିବେ। ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଡ଼ିଶା ଏଫ୍ସି ସବୁବେଳେ ଉତ୍ସର୍ଗୀକୃତ ମନୋଭାବ ଆପଣେଇଛି। ଏହାଦ୍ୱାରା ଫୁଟ୍ବଲର ପ୍ରଚାର ଓ ପ୍ରସାର ହେବ। ଏଥିପାଇଁ ସିଆଇଆଇ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଉଛୁ ବୋଲି ଶୁଭମ କହିଛନ୍ତି।
ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ
ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…
ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି
ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…
Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’
ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…
‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ
ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…
Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…
ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…
‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…
ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ
ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…
ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ
ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…
Archives

