Posted inଖେଳ

୨୨ରୁ ଚନ୍ଦ୍ରଭାଗା ବିଚ୍‌ରେ ସିଆଇଆଇ ବିଚ୍‌ ସକର

ଭୁବନେଶ୍ୱର,୨୦।୨(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ବିଚ୍‌ ସକର ୨୦୨୧’ ଆୟୋଜନ ହେବାକୁ ଯାଉଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖରୁ କୋଣାର୍କସ୍ଥିତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟରେ ଓଡ଼ିଶା ଫୁଟ୍‌ବଲ କ୍ଲବ (ଓଏଫ୍‌ସି) ଟେକ୍‌ନିକାଲ ପାର୍ଟନର ଭାବେ ଦାୟିତ୍ୱ ତୁଲାଇବ।
କୋଣାର୍କରେ ଥିବା ଦୀର୍ଘ ସମୁଦ୍ର ଉପକୂଳକୁ ଆହୁରି ଆକର୍ଷଣୀୟ କରିବାକୁ ଓ ଫୁଟ୍‌ବଲର ବିକାଶ ପାଇଁ ପ୍ରଥମଥର ପାଇଁ ଏଭଳି ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବ। ଦଳଗୁଡିକ ହେଲା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର, ନାଲ୍‌କୋ, ଟାଟା ଷ୍ଟିଲ୍‌, ଗୁପ୍ତା ପାଓ୍ବାର, ଇଣ୍ଡିଆନ ଅଏଲ, ସିଏସ୍‌ଏମ୍‌, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଗ୍ରୀଡ୍‌କୋ ଓ କ୍ୟାପ୍‌ଜେମିନି। ଏହି ଦଳଗୁଡିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏ ଦଳ ସାମିଲ ରହିବେ। ଫ୍ଲଡ୍‌ ଲାଇଟ୍‌ ତଳେ ୩ ମିନିଟ୍‌ର ବ୍ରେକ୍‌ ସହ ମ୍ୟାଚ୍‌ଗୁଡିକ ୧୨ ମିନିଟ୍‌ ଧରି ଖେଳାଯିବ। ଆସନ୍ତା ୨୨ ଓ ୨୩ ତାରିଖରେ ସବୁ ମ୍ୟାଚ୍‌ଗୁଡିକ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ୨୩ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍‌ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଇଭେଣ୍ଟ ଅବସରରେ ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ ମଧ୍ୟ ଖେଳାଯିବ। ଅନ୍ତିମ ଦିବସରେ ସିଆଇଆଇ ଓ ମହିଳା ଦଳ ମଧ୍ୟରେ ଏହି ମ୍ୟାଚ୍‌ ଆୟୋଜନ ହେବ।
ପର୍ଯ୍ୟଟନ ବିଭାଗ ଓ ସିଆଇଆଇ ମିଳିତ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବେ ଓ ଏହା ଖୁସିର କଥା ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏହା ଦ୍ୱାରା ପର୍ଯ୍ୟଟନ ଓ କ୍ରୀଡ଼ାର ବିକାଶ ହେବ ଓ ବିଶ୍ୱରେ ଏହାର ପ୍ରଚାର ଓ ପ୍ରସାର ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି।
ସେହିପରି ଫୁଟବଲ ସହିତ ବିଚ୍‌ ସକର ଅଙ୍ଗାଅଙ୍ଗି ଭାବେ ଜଡିତ ଓ ଏହି ଇଭେଣ୍ଟରେ ଚନ୍ଦ୍ରଭାଗା ବିଚ୍‌ରେ ଉତ୍ସବମୁଖର ପରିବେଶ ସୃଷ୍ଟିକରିବ ଓ ଏହାକୁ ଦେଖିବାକୁ ବହୁ ଲୋକ ଏକାଠି ହେବେ ବୋଲି ଓଡ଼ିଶା କାଉନସିଲର ଟାଟା ଷ୍ଟିଲ ଲମିଟେଡର ଅଧ୍ୟକ୍ଷ ତଥା କେ.ପି.ଓ. ପ୍ରୋଜେକ୍ଟର ଭାଇସ୍‌ ପ୍ରେସିଡେଣ୍ଟ ଓ ହେଡ୍‌ ଅପରେଶନ ରାଜୀବ କୁମାର କହିଛନ୍ତି। ଏହି ଦୁଇ ଦିନିଆ ଇଭେଣ୍ଟ ସଫଳ ହେବ ଓ ଏହା ଦ୍ୱାରା ବିଚ୍‌ ସହିତ ଜଡିତ ପରିବାର, ଯୁବ ସଂସ୍କୃତି, ଫିଟ୍‌ନେସ ଓ ଅନ୍ୟାନ୍ୟ ଜିନିଷଗୁଡିକର ମହତ୍ତ୍ୱ ବଢ଼ିବ ବୋଲି ସେ କହିଛନ୍ତି।
ଏହି ଭିନ୍ନ ପ୍ରକାରର ଇଭେଣ୍ଟରେ ସାମିଲ ବେହାକୁ ଯାଉଥିବାରୁ ବେଶ୍‌ ଆନନ୍ଦିତ ଅଛୁ ବୋଲି ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ ମ୍ୟାନେଜର ଶୁଭମ ଦାସ କହିଛନ୍ତି। ଏହା ଦ୍ୱାରା ରାଜ୍ୟ ସୁନ୍ଦର ସମୁଦ୍ର ଉପକୂଳ ଓ ଫୁଟ୍‌ବଲ ଏକାଠି ହୋଇପାରିବେ। ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଡ଼ିଶା ଏଫ୍‌ସି ସବୁବେଳେ ଉତ୍ସର୍ଗୀକୃତ ମନୋଭାବ ଆପଣେଇଛି। ଏହାଦ୍ୱାରା ଫୁଟ୍‌ବଲର ପ୍ରଚାର ଓ ପ୍ରସାର ହେବ। ଏଥିପାଇଁ ସିଆଇଆଇ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଉଛୁ ବୋଲି ଶୁଭମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri