ସିଲାବସ୍‌ ବାହାର ପ୍ରଶ୍ନ ପାଇଁ ପିଲାଙ୍କୁ ମିଳିବ ପୂର୍ଣ୍ଣ ନମ୍ବର

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଶ୍ରେଣୀର ଇଂଲିଶ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ବାହାରୁ ରହି ଯାଇଥିଲା। ଏ ନେଇ ସୋମବାର ସିବିଏସ୍‌ଇ କର୍ତ୍ତୃପକ୍ଷ ସ୍ବୀକାର କରିବା ସହିତ ସର୍କୁଲାର ଜାରି କରିଛନ୍ତି। ସିବିଏସ୍‌ଇ କର୍ତ୍ତୃପକ୍ଷ ଉକ୍ତ ପ୍ରଶ୍ନଟିକୁ ପ୍ରଶ୍ନପତ୍ରରୁ ପ୍ରତ୍ୟାହାର କରି ନେଇଥିବା ଘୋଷଣା କରିଛି। ଏଥିସହ ଯେଉଁ ଛାତ୍ରୀଛାତ୍ରମାନେ ତ୍ରୁଟି ପ୍ରଶ୍ନପତ୍ର ଆଧାରରେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ସେହି ପ୍ରଶ୍ନ ପାଇଁ ରହିଥିବା ପୂର୍ଣ୍ଣ ନମ୍ବର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ସିବିଏସ୍‌ଇ ୧୦ମ ଶ୍ରେଣୀର ଇଂଲିଶ ଭାଷା ଓ ସାହିତ୍ୟ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ଼ଲାଇନ୍‌ ବାହାରୁ ରହି ଯାଇଥିବା ଜଣାପଡ଼ିବା ପରେ ଛାତ୍ରୀଛାତ୍ର ଏବଂ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ସିବିଏସ୍‌ଇର ଦୃଷ୍ଟି ଆକର୍ଷଣ କରାଯିବା ପରେ ସୋମବାର କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଡିସିଏ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ: ଫିଲ୍ମ ନିର୍ମାଣ ପ୍ରତି ବଢ଼ୁଛି ଓଡ଼ିଶା ଯୁବପିଢ଼ିଙ୍କ ଆଗ୍ରହ

ଭୁବନେଶ୍ୱର,୭।୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ (ଜେଡିସିଏ) ପକ୍ଷରୁ ହେବାକୁ ଥିବା ତ୍ରୟୋଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବକୁ ଶୁକ୍ରବାର ସନ୍ଧ୍ୟାରେ...

ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଯାଜପୁର ଅଫିସ,୬ା୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ପାହାଡ଼ର କଳାପଥର ଖାଦାନରେ ଗତ ୩୧ ତାରିଖ ମଧ୍ୟରାତ୍ରିରେ ଜଣେ ଶିଶୁ ଶ୍ରମିକଙ୍କ ସହ...

କାକିନାଡ଼ା, ବିଶାଖାପାଟଣା ଛୁଇଁବ ବାତ୍ୟା ‘ଅସାନି’: ଉପକୂଳରେ ୫୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର,୧୦ା୫(ବ୍ୟୁରୋ)-ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁପାରେ। ବୁଧବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ସାମୁଦ୍ରିକ ଝଡ଼ କାକିନାଡ଼ା, ବିଶାଖାପାଟଣା ମଧ୍ୟଦେଇ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା...

ଫେବୃୟାରୀ ରାତିରେ ରହିବ ହାଲୁକା ଥଣ୍ଡା

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଚଳିତ ମାସ ଆରାମଦାୟକ ରହିବ। ରାତିରେ ହାଲୁକା ଥଣ୍ଡା ଅନୁଭୂତ ହେବା ବେଳେ ଦିନରେ ସାମାନ୍ୟ ଗରମ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ...

ବରଗଡ଼ ଧନୁଯାତ୍ରା ସ୍ଥଗିତ

ବରଗଡ଼ ଅଫିସ୍‌,୧୦।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ...

ହୋମ୍‌ ଡେଲିଭରିରେ ବାଧା ସୃଷ୍ଟିକରୁଛି ପୋଲିସ: ଡେଲିଭରି ଏଜେଣ୍ଟକୁ ରାସ୍ତାରେ ଗୋଡ଼ାଇ ପିଟୁଛି

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ପରଠୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରିଲେ ପୋଲିସ ଭୟ...

ଅଷ୍ଟମଙ୍ଗଳାରେ ବାପଘରକୁ ବୁଲିବାକୁ ଆସି ଆତ୍ମହତ୍ୟା କଲେ ନବବିବାହିତା

ଝାରବନ୍ଧ,୧୨ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା କୁଲୁପାଲି ପଞ୍ଚାୟତ ଅଧିନସ୍ଥ ବେହେରା ଡୁବୁରୀ ଗ୍ରାମରେ ଜଣେ ନବବିବାହିତା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।...

କେବୁଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ-ଛେଣ୍ଡିପଦା ୬୩ ନଂ. ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ରିସର୍ଚ ନର୍ସରୀ ପାଖରେ ଥିବା ତାରିଣୀ ମନ୍ଦିର ନିକଟରେ ଏକ ଟ୍ରକ (ନଂ.ଓଡି୧୯ଏଫ୨୭୪୭)...

Advertisement
Archives

Model This Week