ପିଲା ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ

ନାଉଗାଁ,୨୫।୫(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି। ସକାଳ ୬ ରୁ ୯ ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାର୍ଡି କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ନାଉଗାଁ ବ୍ଲକର ଡାବର ୟୁଜିଏମ୍‌ଇ ବିଦ୍ୟାଳୟ ଓ ଏହାର ପରିସରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ନିୟମ ଉଲ୍ଲଂଘନ ହୋଇଛି। ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀମାନେ ମନମୁଖି ଭାବେ ଆସୁଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଡାବର ୟୁଜିଏମ୍‌ଇ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୩୯ ଜଣ ପିଲା ପାଠ ପଢ଼ିଥାନ୍ତି। ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ମୋଟ୍‌ ୫ ଜଣ ଶିକ୍ଷକ ରହିଛନ୍ତି। ତେବେ ମଙ୍ଗଳବାର ସକାଳ ୭ ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଶ୍ରେଣୀ ଗୃହ ନିକଟରେ ପିଲା ବୁଲୁଥିବାବେଳେ କୌଣସି ଶିକ୍ଷକଙ୍କ ଦେଖା ନ ଥିଲା। ୭ଟା ପରେ ବିଦ୍ୟାଳୟକୁ ପ୍ରଥମେ ପ୍ରଧାନ ଶିକ୍ଷୟିତ୍ରୀ ସୁଜ୍ୟୋତ୍ସ୍ନା ସାହାଣୀ ଆସିଥିଲେ। କିଛି ସମୟ ପରେ ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକ ଆସିଥିଲେ। ଶିକ୍ଷକମାନେ ବିଦ୍ୟାଳୟକୁ ଡ୍ରେସ କୋର୍ଡ ପିନ୍ଧି ଆସିବାର ନିୟମ ରହିଛି। ମାତ୍ର ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଶିକ୍ଷକ ଏହା ପିନ୍ଧି ନ ଥିଲେ। କେବଳ ମଙ୍ଗଳବାର ନୁହେଁ ଅନ୍ୟ ଦିନ ଗୁଡ଼ିକରେ ମଧ୍ୟ ଶିକ୍ଷକଙ୍କ ମନମୁଖି କାରବାର ଦେଖିବାକୁ ମିଳଚି। ସୋମବାର ଉପସ୍ଥାନ ଖାତାକୁ ଦେଖିଲେ କେବଳ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିଥିବା ବେଳେ ଅନ୍ୟମାନେ ଅନୁପସ୍ଥିତ ଥିବା ଜଣାପଡିଛି। ଏକା ସଙ୍ଗରେ ୪ ଜଣ ଶିକ୍ଷକ କାହିଁକି ଅନୁପସ୍ଥିତ ଥିଲେ ସେ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ ସାହାଣୀଙ୍କୁ ପଚରାଯାଇଥିଲା। କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏବିଷୟରେ ବିଇଓ ମନୋରମା ରାଉତଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏ ସମ୍ପର୍କରେ ଅତିରିକ୍ତ ବିଇଓ ଅକ୍ଷୟ ବେହେରା କହିଛନ୍ତି, ଏ ପ୍ରସଙ୍ଗରେ ଉକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେହିପରି ବିଦ୍ୟାଳୟ ପରିସରରେ ଡାବର-୧ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ଅଙ୍ଗନଓ୍ବାର୍ଡି କର୍ମୀ ଭାବେ ରୁନି ବାଳାଦେବୀ କାର୍ଯ୍ୟ କରନ୍ତି। ତାଙ୍କ ସହ ଜଣେ ସହାୟିକା ମଧ୍ୟ ରହିଛନ୍ତି। ମଙ୍ଗଳବାର ଏହି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି।
ଏହି ଅଙ୍ଗନଓ୍ବାଡି କେନ୍ଦ୍ରର ସୁଫରଭାଇଜର ଭାବେ ମଞ୍ଜୁଲତା ବିଶ୍ୱାଳ ରହିଛନ୍ତି। ମାତ୍ର ସେ ଏହି କେନ୍ଦ୍ରକୁ ଠିକ୍‌ ଭାବେ ପରିଚାଳନା କରୁ ନ ଥିବାରୁ ଅଙ୍ଗନଓ୍ବାଡି କର୍ମୀ ମନଇଚ୍ଛା କେନ୍ଦ୍ରକୁ ଆସୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏବିଷୟରେ ସୁପରଭାଇଜର ବିଶ୍ୱାଳ କହିଛନ୍ତି ନିକଟରେ ଥିବା ଡାବର-୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ଓଜନ ଉତ୍ସବ ପାଳନ କରାଯାଉଥିଲା। ସେଠାକାର କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଡାବର-୧ରୁ ଅଙ୍ଗନଓ୍ବାଡି କର୍ମୀ ଯାଇଥିଲେ। କିନ୍ତୁ ଡାବର-୨ କେନ୍ଦ୍ରରେ ଏହି ସମୟରେ କର୍ମୀ ସଂଯୁକ୍ତା ସ୍ବାଇଁ ଓ ଗୋଟିଏ ପିଲା ବ୍ୟତୀତ ଆଉ କେହି ଉପସ୍ଥିତ ନ ଥିବା ଜଣାପଡ଼ିଛି। ଏ ବିଷୟରେ ସିଡିପିଓ କାଞ୍ଚନବାଳା ମହାନ୍ତି କହିଛନ୍ତି, ଅଙ୍ଗନଓାର୍ଡୀ କର୍ମୀ ଓଜନ ଉତ୍ସବକୁ ଯାଇଥିଲେ ଓ ସହାୟିକା ପିଲାଙ୍କୁ ଡାକିବା ପାଇଁ ଗାଁ କୁ ଯାଇଥିବାରୁ କେଦ୍ର ଖୋଲା ଯାଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?