ପିଲା ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ

ନାଉଗାଁ,୨୫।୫(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି। ସକାଳ ୬ ରୁ ୯ ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାର୍ଡି କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ନାଉଗାଁ ବ୍ଲକର ଡାବର ୟୁଜିଏମ୍‌ଇ ବିଦ୍ୟାଳୟ ଓ ଏହାର ପରିସରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ନିୟମ ଉଲ୍ଲଂଘନ ହୋଇଛି। ଶିକ୍ଷକ ଓ ଅଙ୍ଗନଓ୍ବାଡି କର୍ମୀମାନେ ମନମୁଖି ଭାବେ ଆସୁଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଡାବର ୟୁଜିଏମ୍‌ଇ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୩୯ ଜଣ ପିଲା ପାଠ ପଢ଼ିଥାନ୍ତି। ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ମୋଟ୍‌ ୫ ଜଣ ଶିକ୍ଷକ ରହିଛନ୍ତି। ତେବେ ମଙ୍ଗଳବାର ସକାଳ ୭ ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଶ୍ରେଣୀ ଗୃହ ନିକଟରେ ପିଲା ବୁଲୁଥିବାବେଳେ କୌଣସି ଶିକ୍ଷକଙ୍କ ଦେଖା ନ ଥିଲା। ୭ଟା ପରେ ବିଦ୍ୟାଳୟକୁ ପ୍ରଥମେ ପ୍ରଧାନ ଶିକ୍ଷୟିତ୍ରୀ ସୁଜ୍ୟୋତ୍ସ୍ନା ସାହାଣୀ ଆସିଥିଲେ। କିଛି ସମୟ ପରେ ଅନ୍ୟ ଶିକ୍ଷୟିତ୍ରୀ ଓ ଶିକ୍ଷକ ଆସିଥିଲେ। ଶିକ୍ଷକମାନେ ବିଦ୍ୟାଳୟକୁ ଡ୍ରେସ କୋର୍ଡ ପିନ୍ଧି ଆସିବାର ନିୟମ ରହିଛି। ମାତ୍ର ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଶିକ୍ଷକ ଏହା ପିନ୍ଧି ନ ଥିଲେ। କେବଳ ମଙ୍ଗଳବାର ନୁହେଁ ଅନ୍ୟ ଦିନ ଗୁଡ଼ିକରେ ମଧ୍ୟ ଶିକ୍ଷକଙ୍କ ମନମୁଖି କାରବାର ଦେଖିବାକୁ ମିଳଚି। ସୋମବାର ଉପସ୍ଥାନ ଖାତାକୁ ଦେଖିଲେ କେବଳ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିଥିବା ବେଳେ ଅନ୍ୟମାନେ ଅନୁପସ୍ଥିତ ଥିବା ଜଣାପଡିଛି। ଏକା ସଙ୍ଗରେ ୪ ଜଣ ଶିକ୍ଷକ କାହିଁକି ଅନୁପସ୍ଥିତ ଥିଲେ ସେ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ ସାହାଣୀଙ୍କୁ ପଚରାଯାଇଥିଲା। କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏବିଷୟରେ ବିଇଓ ମନୋରମା ରାଉତଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏ ସମ୍ପର୍କରେ ଅତିରିକ୍ତ ବିଇଓ ଅକ୍ଷୟ ବେହେରା କହିଛନ୍ତି, ଏ ପ୍ରସଙ୍ଗରେ ଉକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେହିପରି ବିଦ୍ୟାଳୟ ପରିସରରେ ଡାବର-୧ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ଅଙ୍ଗନଓ୍ବାର୍ଡି କର୍ମୀ ଭାବେ ରୁନି ବାଳାଦେବୀ କାର୍ଯ୍ୟ କରନ୍ତି। ତାଙ୍କ ସହ ଜଣେ ସହାୟିକା ମଧ୍ୟ ରହିଛନ୍ତି। ମଙ୍ଗଳବାର ଏହି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି।
ଏହି ଅଙ୍ଗନଓ୍ବାଡି କେନ୍ଦ୍ରର ସୁଫରଭାଇଜର ଭାବେ ମଞ୍ଜୁଲତା ବିଶ୍ୱାଳ ରହିଛନ୍ତି। ମାତ୍ର ସେ ଏହି କେନ୍ଦ୍ରକୁ ଠିକ୍‌ ଭାବେ ପରିଚାଳନା କରୁ ନ ଥିବାରୁ ଅଙ୍ଗନଓ୍ବାଡି କର୍ମୀ ମନଇଚ୍ଛା କେନ୍ଦ୍ରକୁ ଆସୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏବିଷୟରେ ସୁପରଭାଇଜର ବିଶ୍ୱାଳ କହିଛନ୍ତି ନିକଟରେ ଥିବା ଡାବର-୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ଓଜନ ଉତ୍ସବ ପାଳନ କରାଯାଉଥିଲା। ସେଠାକାର କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଡାବର-୧ରୁ ଅଙ୍ଗନଓ୍ବାଡି କର୍ମୀ ଯାଇଥିଲେ। କିନ୍ତୁ ଡାବର-୨ କେନ୍ଦ୍ରରେ ଏହି ସମୟରେ କର୍ମୀ ସଂଯୁକ୍ତା ସ୍ବାଇଁ ଓ ଗୋଟିଏ ପିଲା ବ୍ୟତୀତ ଆଉ କେହି ଉପସ୍ଥିତ ନ ଥିବା ଜଣାପଡ଼ିଛି। ଏ ବିଷୟରେ ସିଡିପିଓ କାଞ୍ଚନବାଳା ମହାନ୍ତି କହିଛନ୍ତି, ଅଙ୍ଗନଓାର୍ଡୀ କର୍ମୀ ଓଜନ ଉତ୍ସବକୁ ଯାଇଥିଲେ ଓ ସହାୟିକା ପିଲାଙ୍କୁ ଡାକିବା ପାଇଁ ଗାଁ କୁ ଯାଇଥିବାରୁ କେଦ୍ର ଖୋଲା ଯାଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri