ମୋଦି-ବାଇଡେନ୍‌ ଆଲୋଚନା

ଟୋକିଓ, ୨୫।୫: ଟୋକିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଆମେରିକା-ଭାରତ ସହଭାଗିତାକୁ ମଜଭୁତ କରିବାକୁ ଓ୍ବାଶିଂଟନ୍‌ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ୍‌ କହିଥିଲେ। ଆମେ ଏକାଠି ଅନେକ କିଛି କରିପାରିବା ବୋଲି କହିଥିଲେ। ଭାରତର ସହ ୟୁଏସ୍‌ ଡେଭେଲପମେଣ୍ଟ ଫାଇନାନ୍ସ କୋଅପେରଶନ ଚୁକ୍ତି, ଟିକା ଉତ୍ପାଦନ, ସ୍ବଚ୍ଛ ଶକ୍ତି ପଦକ୍ଷେପ ପାଇଁ ସେ ଖୁସି ବ୍ୟକ୍ତ କରିଥିଲେ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱ ବ୍ୟବସ୍ଥା ଉପରେ ପଡ଼ିଥିବା ନକାରାତ୍ମକ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ଭାରତ ଓ ଆମେରିକା ବିଚାରବିମର୍ଶ ଜାରି ରଖିବେ ବୋଲି ବାଇଡେନ୍‌ କହିଥିଲେ। ସେହିପରି ଭାରତ-ଆମେରିକା ମଧ୍ୟରେ ବିଶ୍ୱାସର ସହଭାଗିତା ଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଜନ ସମ୍ପର୍କ, ଦୃଢ଼ ଅର୍ଥନୈତିକ ସହଯୋଗ ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତାକୁ ଦୃଢ଼ କରିଛି ବୋଲି ମୋଦି ପ୍ରକାଶ କରିଥିଲେ। ଏହି ଅବସରରେ ଭାରତ-ଆମେରିକା ମଧ୍ୟରେ ରଣନୈତିକ ସହଭାଗିତା ସୁଦୃଢ଼ କରିବା ନିମନ୍ତେ ଦୁଇ ଦେଶର ଜାତୀୟ ସୁରକ୍ଷା ପରିଷଦ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମିଳିତ ଭାବେ ପଦକ୍ଷେପ ଆରମ୍ଭ ହୋଇଛି। ଏଥିସହ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌ଙ୍କ ସହ ମୋଦି ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri