ଝାଡ଼ାବାନ୍ତି ସ୍ଥିତି ସମୀକ୍ଷାକଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୬ା୮(ବ୍ୟୁରୋ): ସବୁ ଗାଁରେ ପାନୀୟଜଳ ନିୟମିତ ବ୍ୟବଧାନରେ ବିଶୋଧନ କରିବା ସହ ଲୋକମାନେ ଯେପରି ଝରଣାପାଣି ନ ପିଅନ୍ତି ତା’ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ସମ୍ଭାବନା ଥିବା ଅଞ୍ଚଳରେ ରୋଗ ନିରୀକ୍ଷଣ ଓ ଅନୁଧ୍ୟାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଝାଡ଼ାବାନ୍ତି ନିରାକରଣ ବ୍ୟବସ୍ଥାକୁ ସକ୍ରିୟ ରଖିବା ସହ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ରାଜ୍ୟର ୭ ଜିଲାର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଦେଖାଦେଇଥିବା ଝାଡ଼ାବାନ୍ତି ରୋଗର ନିୟନ୍ତ୍ରଣ ଓ ନିରାକରଣ ସ୍ଥିତିର ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ ସଂକ୍ରମଣ ନିୟନ୍ତ୍ରଣ ସମ୍ବନ୍ଧିତ ବିଷୟ ଉପସ୍ଥାପନ କରିଥିଲେ।
ଜିଲାୱାରି ସ୍ଥିତିର ସମୀକ୍ଷା କରି ଗ୍ରାମ ଏବଂ ୱାର୍ଡରୁ କମ୍ୟୁନିଟି ହେଲ୍‌ଥ ସେଣ୍ଟର, ଜିଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ଓ ସଂକ୍ରମିତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ନିମନ୍ତେ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆଶାକର୍ମୀ,ଅଙ୍ଗନଓ୍ବାଡି କର୍ମୀ,ୱାର୍ଡମେମ୍ବର,ସରପଞ୍ଚ/ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବିଦ୍ୟାଳୟଗୁଡ଼ିକୁ ସାମିଲ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର,ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ଟି ଜିଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ୫୩ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍‌ ଆସିବାରେ ବିଳମ୍ବ କରି ମୃତ୍ୟୁମୁଖରେ ପଡିିଛନ୍ତି। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁ ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି ଓ ଝାରସୁଗୁଡ଼ା ଆଦି ୫ଟି ଜିଲାରେ ଗତ ତିନିଦିନ ଧରି ଲଗାତର ଭାବେ ସଂକ୍ରମଣ ଶୂନରେ ପହଞ୍ଚିଛି। ସେହିପରି ରାୟଗଡା ଓ କୋରାପୁଟ ଜିଲାରେ ମଧ୍ୟ ସଂକ୍ରମଣ ଲଗାତର ୨ ଦିନ ଧରି ରହିଛି। ସମୁଦାୟ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ବୋଲି ଜିଲାପାଳମାନେ ଜଣାଇଥିଲେ। ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ସଂଘମିତ୍ରା ପତି, ପବ୍ଲିକ୍‌ ହେଲ୍‌ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୨ଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ

ଭୁବନେଶ୍ୱର,୫।୮(ବ୍ୟୁରୋ)-ରାଜ୍ୟରେ ଆଉ ୨ଟି ପ୍ଲାଜମା ବ୍ୟାଙ୍କ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁର ଏମ୍‌କେସିଜି, ବୁର୍ଲା ଭୀମସାରରେ ପ୍ଲାଜମା...

ବଢ଼ିଚାଲିଛି ଲଘୁ ଖଣିଜ ସମ୍ପଦ ଚାଲାଣ

ଖୋର୍ଦ୍ଧା ଅଫିସ,୪ା୭: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଢ଼ିଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର, ମୋରମ, କଳାମୁଗୁନି...

ବଦଳିବ କି ଖରାଛୁଟି ନଷ୍ପତ୍ତି, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ୨୨।୪(ବ୍ୟୁରୋ) : ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ’ରେ...

ଟ୍ରେଡ୍‌ ଲାଇସେନ୍ସ ବିନା ସାମଗ୍ରୀ ପାଇଁ ଆସିପାରିବେନି ବ୍ୟବସାୟୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଏଣିକି ଟ୍ରେଡ୍‌ ଲାଇସେନ୍ସ ନ ଥିଲେ ବ୍ୟବସାୟୀ ନିଜ ଅଞ୍ଚଳରୁ ବାହାରି ପରିବା କିମ୍ବା ଗ୍ରସେରି ସାମଗ୍ରୀ ଆଣିବା ପାଇଁ ଆସିପାରିବେନି। ବିଭିନ୍ନ ସ୍ଥାନରେ...

ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ...

ପଦ୍ମପୁର ପାଇଁ ବିଧାନସଭା ଖାଁ ଖାଁ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି । ହେଲେ ପ୍ରଥମ ଦିନରେ ବିଧାନସଭା ପରିସର ଖାଁ ଖାଁ ଲାଗୁଥିଲା। ଶାସକ ଦଳର ପ୍ରାୟ ୫୦...

ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ,୯।୫: ବିଶିଷ୍ଠ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ସୋମବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଦ୍ମଶ୍ରୀ ରଜତ...

ପଥରଶିଳ୍ପ: ଓଡ଼ିଆର ଜାତିଗତ ସମ୍ପଦ

ବାହାର ଲେଖକମାନେ ଶାସ୍ତ୍ରର ମୂଳ ରହସ୍ୟକୁ ଖୋଜି ନ ଥିଲାପରି ମନେହୁଏ। ଯିଏ ଖୋଜିଛନ୍ତି ସେ କିମ୍ଭୂତକିମାକାର ତର୍ଜମା କରି ଓଡ଼ିଆ ସାଂସ୍କୃତିକ ପରମ୍ପରାକୁ କତରା...

Advertisement
Archives

Model This Week