ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର,୭।୨(ବ୍ୟୁରୋ): ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କୁ ବାର୍ତ୍ତା ଦେଇଛନ୍ତି । ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା । ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ସ୍କୁଲ ଖୋଲିବା ହେଉଛି, ସୱଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହୁରି ମଧ୍ୟ କହିଛନ୍ତି, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ,କିନ୍ତୁ ପିଲାମାନେ ଭୟ ନ କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଠିକ୍‌ ଭାବରେ ପାଳନ କରିବ,ମାସ୍କ ପିନ୍ଧିବା ସହ ବାରମ୍ବାର ସାବୁନ୍‌ରେ ହାତ ଧୋଇବ। କୋଭିଡ୍‌ ନିୟମ ପାଳନରେ କେବେ ବି ହେଳା କରିବନି ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏସବୁ ବିଷୟରେ ଆଲୋଚନା କଲେ ମୋହନ, ଓଡ଼ିଶାବାସୀ ଶୁଣିଲେ ହୋଇଯିବେ ଖୁସି!

ଭୁବନେଶ୍ୱର, ୨୫।୫: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ଏନେଇ ଏକ୍ସରେ ସୂଚନା…

ଇଦ-ଉଲ-ଜୁହା ଛୁଟି ପରିବର୍ତ୍ତନ: ଏହି ଦିନକୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୫।୫: ଶେଷରେ ଇଦ-ଉଲ-ଜୁହା ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ୨ ରିକ୍ସା ଚାଳକ ଗୁରୁତର

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା…

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଧର୍ମେନ୍ଦ୍ରଙ୍କ…

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେ ରଖି CEO ମଧ୍ୟାହ୍ନ…

ବଢୁଛି ବିଜୟ ଥଲାପତିଙ୍କ ଶକ୍ତି: ୩ AIDMK ବିଧାୟକ ଦଳ ଛାଡି TVKରେ ସାମିଲ

ଚେନ୍ନାଇ,୨୫।୫: ତାମିଲନାଡୁରେ AIADMKର ତିନି ଜଣ ବିଦ୍ରୋହୀ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ତିନି ଜଣ ବିଧାୟକ ସି.ଭି. ଶାନମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱାଧୀନ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri