ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ପାଇବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ଯୋଗେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜାଣିଲି। ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ୬୬ ବର୍ଷୀୟ ମମତା ବାନାର୍ଜୀ ଗତକାଲି ନନ୍ଦିଗ୍ରାମ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ବୁଧବାର ସନ୍ଧ୍ୟାରେ ଅଭିଯୋଗ କରିଥିଲେ ଯେ ୪ରୁ ୫ ଜଣ ବ୍ୟକ୍ତି ତାଙ୍କ କାର୍‌ ପାଖକୁ ଆସି ଆକ୍ରମଣ କରିଥିଲେ। ଆକ୍ରମଣ ଅଭିଯୋଗ ପରେ ମମତାଙ୍କୁ କୋଲକାତାର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ରିପୋର୍ଟ ଅନୁଯାୟୀ, ମମତାଙ୍କ ପାଦ, କାନ୍ଧ ଓ ବେକରେ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ପେନ କିଲର ଦିଆଯାଇଛି। ପରୀକ୍ଷାରୁ ଜଣାପଡିଛି ଯେ ତାଙ୍କ ବାମ ଗୋଡ ଆଙ୍କେଲରେ ଗଭୀର ଆଘାତ ଲାଗିଛି। ଏହାବାଦ ପାଦ, ଆଣ୍ଠୁପାଖ ଅଞ୍ଚଳ, ଡାହାଣ କାନ୍ଧ ଓ ବେକରେ ମଧ୍ୟ ମାଡ ହୋଇଛି। ଘଟଣା ପରଠାରୁ ମୁଖ୍ୟମନ୍ତ୍ରୀ ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି। ଆସନ୍ତା ୪୮ ଘଣ୍ଟା ଯାଏ ସୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଅନୁଧ୍ୟାନ କରିବ ବୋଲି ଏସଏସକେଏମ ହସ୍ପିଟାଲର ଡାକ୍ତର ଏ ବନ୍ଦୋପାଧ୍ୟାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ପାଗ : କମିବ ଶୀତ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟରେ ପୁଣି ପାଗ ବଦଳିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଛି ।...

ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ

ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି...

ଟ୍ରକ୍‌କୁ ପିଟିଲା ବସ୍‌, ୨୦ରୁ ଊର୍ଦ୍ଧ୍ୱ ଆହତ

ଦେବଗଡ଼,୧୦।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଖୁଲୁଣ୍ଡିପାଣି ଗ୍ରାମ ନିକଟ ୨୩ନଂ ଜାତୀୟ ରାଜପଥରେ ଶୁକ୍ରବାର ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।...

ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର...

କଳିଙ୍ଗ ନଗର ଏନକାଉଣ୍ଟର ମାମଲା:ଆହତ ସୁଶାନ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗର ଏନକାଉଣ୍ଟର ଘଟଣାରେ ଆହତ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ମାଝି ସୁସ୍ଥ ହେବା ପରେ ସୋମବାର ପୋଲିସ କୋର୍ଟ ଚାଲାଣ...

ଖସିବ ପାରଦ: ଆଜିଠୁ ପୁଣି ଶୀତ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଆଜିଠୁ ପୁଣି ଶୀତ ବଢ଼ିବ । ବର୍ଷାର ପରିମାଣ କମିବା ସହ ଶୀତ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ପୂର୍ବାନୁମାନ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର, ୨୩।୯: ଓଡ଼ିଶାରେ ବୁଧବାର ୪ ହଜାର ୫୨ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ପଞ୍ଚକ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ପୁରୀ ଅଫିସ, ୧୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ସୋମବାରଠାରୁ ପଞ୍ଚକ ଆରମ୍ଭ ହେଉଛି। ପଞ୍ଚକ ୫ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ...

Advertisement
Archives

Model This Week