୧୨ରେ ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୮ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ହିଞ୍ଜିଳି ଗସ୍ତରେ ଆସିବେ। ଏନେଇ ବୁଧବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ହିଞ୍ଜିଳି ଗସ୍ତ କରି ସମୀକ୍ଷା କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଏହା ହେବ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରଥମ ଗସ୍ତ। ଏହି ସମୟରେ ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ସଂସ୍କୃତି ବିଭାଗ ପକ୍ଷରୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ରୂପାନ୍ତରିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିବେ। ଗଞ୍ଜାମ ଦର୍ଶନ ବସ୍‌ ସେବା ଉଦ୍‌ଘାଟନ ସହ ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳର ପ୍ରାୟ ୧୫ଟି ଅନ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଦକ୍ଷିଣାଞ୍ଚଳ ଡିଆଇଜି ଓ ଗଞ୍ଜାମ ଏସ୍‌ପିଙ୍କ ଗସ୍ତ ସମୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ଖୁସି କହିଲେ ନ ସରେ

ଗଞ୍ଜାମ,୭ା୨(ଡି.ଏନ୍‌.ଏ.): ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ପରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଖୁସି କହିଲେ ନ ସରେ। ସୋମବାର ଭାରତୀ ବିଦ୍ୟାପୀଠକୁ...

କଷ୍ଟ ଦେଉଛି ଗଁ। ରାସ୍ତା

ମାଧପୁର,୮ା୮ – ୩ ଗ୍ରାମର ଲୋକଙ୍କ ଭରସା ଗୋଟିଏ ରାସ୍ତା। ହେଲେ ଟିକେ ବର୍ଷା ହୋଇଗଲେ ଆଉ ସେହି ରାସ୍ତା ଦେଇ ଯିବାଆସିବା ସହଜ ହୋଇପାରୁନି।...

ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ ଅଫିସ, ୩୧ା୮: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ଏ. ରବୀନ୍ଦ୍ର ଭଟ୍ଟ ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଯୋଗଦେବେ। ଫଳରେ ରାଜସ୍ଥାନ...

ପଲିଥିନରୁ ବାହାରୁଥିଲା ପଚା ଦୁର୍ଗନ୍ଧ, ଲୋକେ ଡକାଇଲେ ପୋଲିସ

ବାସୁଦେବପୁର,୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ଭୈରବପୁର ଛକ ନିକଟସ୍ଥ ରାସ୍ତାପାର୍ଶ୍ୱରେ ପଡିରହିଥିଲା ପଲିଥିନ ଭିତରେ ଏକ ମୃତଦେହ। ଏଥିରୁ ବାହାରୁଥିଲା ପଚା ଦୁର୍ଗନ୍ଧ।...

ଟୋକନ ମିଳୁନି, ଚାଷୀ ବିକି ପାରୁନି ଧାନ

ଉମରକୋଟ, ୧୧।୨ (ଡି.ଏନ୍‌.ଏ.)- ଅନଲାଇନ ଧାନ କିଣା ବ୍ୟବସ୍ଥାରେ ଫସିଲେ ଚାଷୀ । ପୂର୍ବରୁ ରେଜିଷ୍ଟ୍ରେଶନ କରିବା ଅନୁସାରେ ମଣ୍ଡିରେ ଯେତେ ପରିମାଣରେ ଧାନ କିଣିବା...

ବିବାଦୀୟ ଲେଖକଙ୍କ କୁଶ ପୁତ୍ତଳିକା ଦାହ

ବଅଁରପାଳ,୨୪ା୫(ଡି.ଏନ.ଏ.)- ଭୀମ ଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ପ୍ରକାଶିତ ପୁସ୍ତକକୁ ନେଇ ବଅଁରପାଳ ବ୍ଲକ କୁଲାଡ଼ ମହାନିତ୍ୟ ମହିମା ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ...

ମାମୁ ଘରେ ରହିବେ ଅନାଥ ଭଉଣୀ ଭାଇ: ମିଳିବ ସରକାରୀ ସୁବିଧା

ଝାରସୁଗୁଡା ଅଫିସ୍‌,୭।୬: ମହାମାରୀ କରୋନା ଅନେକଙ୍କୁ ମା’ ବାପା ଛେଉଣ୍ଡ କରିଛି। ସେମାନେ କିପରି ସମାଜରେ ମଣିଷ ହେବେ ଏନେଇ ସୁପ୍ରୀମକୋର୍ଟ ଥଇଥାନ ଚିନ୍ତା କରିଛନ୍ତି।...

ଏନ୍‌ଜେନ୍‌ କର୍ମଚାରୀଙ୍କ ୪ ଦଫା ସମସ୍ୟାର ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ 

କେନ୍ଦ୍ରାପଡା ଅଫିସ, ୧୯ା୯: ୪ ଦଫା ଦାବି ନେଇ ଏନ୍‌ଜେନ୍‌ କର୍ମଚାରୀ ତଥା ଇଲେକ୍‌ଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର...

Advertisement
Archives

Model This Week