ବିଶ୍ୱରେ ପ୍ରଥମ: ସୁଖୋଇ ୩୦ ଏମ୍‌କେରୁ ସଫଳ ବ୍ରାହ୍ମୋସ୍‌ ସୁପରସୋନିକ ମିଶାଇଲ ପରୀକ୍ଷା

ନୂଆଦିଲ୍ଲୀ,୮।୧୨: ଓଡ଼ିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ବୁଧବାର ସଫଳତାର ସହ ବ୍ରାହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ ମିଶାଇଲର ପରୀକ୍ଷା କରାଯାଇଛି। ଏହାକୁ ସୁପରସୋନିକ ଫାଇଟର ଜେଟ ସୁଖୋଇ ୩୦ ଏମ୍‌କେ-ଆଇ ଏୟାରକ୍ରାଫ୍ଟରୁ ପରୀକ୍ଷା କରାଯାଇଥିଲା। ବିଶ୍ୱରେ ପ୍ରଥମ ଥର ପାଇଁ ସୁପରସୋନିକ ଏୟାରକ୍ରାଫରୁ ବ୍ରାହ୍ମୋସ ଭଳି ଓଜନିଆ ମିଶାଇଲ ପରୀକ୍ଷା କରାଯାଇଛି।

ଚାନ୍ଦିପୁରର ଇଣ୍ଟେଗ୍ରେଟେଡ୍‌ ଟେଷ୍ଟ ରେଞ୍ଜରେ ସକାଳ ୧୦ଟା ୩୦ରେ ବ୍ରାହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ କ୍ଷେପଣାସ୍ତ୍ରର ଷ୍ଟ୍ରକଚରାଲ ଇଣ୍ଟେଗ୍ରିଟି ଓ ପରଫରମାନ୍ସ ଯାଞ୍ଚ କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା ସହ ଏହି ସଫଳ ପରୀକ୍ଷା ସହ ଜଡ଼ିତ ଇଣ୍ଡଷ୍ଟ୍ରିର ପ୍ରଶଂସା କରିଛନ୍ତି। ବ୍ରାହ୍ମୋସ ମିଶାଇଲକୁ ଭାରତ (ଡିଆରଡିଓ) ଓ ରୁଷିଆ (ଏମ୍‌ପିଓଏମ୍‌)ର ମିଳିତ ଉଦ୍ୟମରେ ବିକଶିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ, ହରିଆଣା ସମେତ ୬ଟି ରାଜ୍ୟରେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ...

ମିଳିଲା ଆଉ ୫୦ କ୍ରିପ୍ଟୋ ୱାଲେଟ୍‌

ଭୁବନେଶ୍ୱର,୪।୧୧ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ...

ମହାରାଷ୍ଟ୍ରରେ ସର୍ବାଧିକ  କରୋନା ସଂକ୍ରମିତ: କର୍ନାଟକରେ ୪ ନୂଆ ଘଟଣା

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ସାଧାରଣ ଜୀବନଯାତ୍ରା ଥମି ଯାଇଛି। କରୋନା ସଂକ୍ରମଣ ଘଟଣା ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ଏଠାରେ ୧୦୧ ଜଣ ସଂକ୍ରମିତଙ୍କୁ...

କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍‌ଏସ୍‌

ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌ଏସ୍‌) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ...

ପୋଲ ଗାର୍ଡଓ୍ବାଲ ଉପରେ ଚଢିଗଲା ବସ୍‌

ପାଟପୁର,୧୯ା୨: ଗଞ୍ଜାମ-ଗଜପତି ସୀମାନ୍ତ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ ଯାତ୍ରିବାହୀ ବସ୍‌ ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା।...

ଅକ୍ଟୋବର ୪ରେ ସିଭିଲ ସର୍ଭିସ ପ୍ରିଲିମ୍‌

ନୂଆଦିଲ୍ଲୀ,୫ା୬(ପି.ଟି.)-ଚଳିତ ବର୍ଷର ସିଭିଲ୍‌ ସର୍ଭିସ୍‌ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍‌) ଅକ୍ଟୋବର ୪ରେ ଅନୁଷ୍ଠିତ ହେବ। କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଶୁକ୍ରବାର ଏହା ଘୋଷଣା...

ସିଏଏ ନିୟମ ପାଇଁ ପୁଣି ବଢ଼ିଲା ସମୟ ସୀମା, ୨ ବର୍ଷରେ ବଢ଼ିଲାଣି ୭ ଥର …

ନୂଆଦିଲ୍ଲୀ,୧୮।୧୦ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ), ୨୦୧୯ ପାଇଁ ନିୟମ ପ୍ରସ୍ତୁତ କରିବାକୁ ରାଜ୍ୟ ସଭା ଓ ଲୋକ ସଭା ଅଧିନସ୍ଥ ବିଧାନସଭା କମିଟି...

ଭାଜପା ପତାକା ଚିରି ଗାଡ଼ି ଭାଙ୍ଗିଲେ

ପିପିଲି/ଡେଲାଙ୍ଗ,୨୨।୯(ସ୍ବ.ପ୍ର./ଡି.ଏନ୍‌.ଏ.):ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି। ୩୦ତାରିଖରେ ଭୋଟ ହେବାକୁ ଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୭ଦିନ ।...

Advertisement
Archives

Model This Week