ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ ସଚିବ, ଡିଜିପି, ଶକ୍ତି ସଚିବ ଏବଂ ଅଗ୍ନିଶମ ଡିଜି ସାମିଲ ହୋଇଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ୧୮୨ ଉଦ୍ଧାରକାରୀ ଟିମ୍‌ ମୁତୟନ ହୋଇଥିବେଳେ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଆଉ ୧୦ଟି ଟିମ୍‌ ଭୁବନେଶ୍ୱରରେ ସଜାଗ ରହିଛନ୍ତି।

ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ସନ୍ଧ୍ୟାରୁ ବର୍ଷାର ମାତ୍ରା ବଢ଼ିବ। ପ୍ରଭାବିତ ଜିଲାରୁ ୧୦ରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଲକ୍ଷ୍ୟ ରଖାଯାଇଛି। ଗ୍ରାଉଣ୍ଡରେ ଅଧିକାରୀ ଅଛନ୍ତି, ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ କହିଛନ୍ତି।

ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ।  ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନର ଲୋକଙ୍କୁ ଘର ଛାଡି ରିଲିଫ କେନ୍ଦ୍ରକୁ ଆସିବାକୁ  ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ  ନିବେଦନ କରିଛନ୍ତି। ଘର ନିରାପତ୍ତା ପାଇଁ ଗାଁଗୁଡ଼ିକ ପୋଲିସ ଦାୟିତ୍ୱରେ ରହିବ।  ‘ଦାନା’ ଧାମରା ପାଖାପାଖି ଲ୍ୟାଣ୍ଡ ଫଲ୍ କରିବ।  ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri