ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମଣିଷ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ସୁସ୍ଥ ପରିବେଶରେ ବଞ୍ଚତ୍ବାର ସମାନ ଅଧିକାର ରହିଛି। ଜୀବଜନ୍ତୁଙ୍କ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗଦେଇ କହିଲେ, ଜୈବ ବିବିଧତା ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟରେ ବହୁ ବିରଳ ବନ୍ୟପ୍ରାଣୀ ବାସ କରୁଛନ୍ତି। ସେମାନଙ୍କ ଆବସସ୍ଥଳୀର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ପରିବେଶ ପର୍ଯ୍ୟଟନସ୍ଥଳୀ ବିକଶିତ କରିବାର ଯୋଜନା ରହିଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ୨୦୨୧ ଅନୁଯାୟୀ ଗତ ଦୁଇବର୍ଷରେ ଆମ ରାଜ୍ୟରେ ଥିବା ହେନ୍ତାଳ ବନର ଆୟତନ ୮.୩୪ବର୍ଗ କିମି ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ହାର ଦେଶରେ ସର୍ବାଧିକ ବୋଲି ମନ୍ତ୍ରୀ ପ୍ରକଶ କରିଛନ୍ତି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସାମିଲ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିିଥିଲେ। ଏହି ଅବସରରେ ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବଲାଙ୍ଗୀରର ବିକିଜି ନାଗ୍‌ ଓ ଗଞ୍ଜାମ ଜିଲାର ରବୀନ୍ଦ୍ରନାଥ ସାହୁଙ୍କୁ ଚଳିତବର୍ଷ ନିମନ୍ତେ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗ ପକ୍ଷରୁ ୩ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ମନୋଜ ଭି. ନାୟର ଧନ୍ୟବାଦଦେଇଥିଲେ। ଆୟୋଜିତ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକ ଭରିଛି ଚନ୍ଦନଯାତ୍ରା

ବଇଣ୍ଡା,୨୦।୫(ପରିକ୍ଷିତ ସାହୁ) ୧୯୭୭ରୁ ଆରମ୍ଭ ହୋଇଥିବା ବଇଣ୍ଡା ଚନ୍ଦନଯାତ୍ରାରେ କରୋନା ଲଗାଇଥିଲା ବ୍ରେକ୍‌। ୨୦୨୦ ଓ ୨୦୨୧ ମସିହାରେ ଏହି ଯାତ୍ରା କେବଳ ଠାକୁରଙ୍କ ନୀତିକାନ୍ତିରେ...

ନାଲ୍‌କୋରେ କୋଇଲା ସଙ୍କଟ: କିଣା ବିଦ୍ୟୁତ୍‌ରେ ଚାଲୁଛି ପ୍ଲାଣ୍ଟ

ବଅଁରପାଳ, ୧୧।୯-ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଏବେ କୋଇଲା ସଙ୍କଟ ଦେଇ ଗତି କରୁଛି। ଏମ୍‌ସିଏଲ୍‌ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ...

ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ

କଟକ ଅଫିସ,୭ା୧୦: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ପାଇଁ ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ...

ଭୁବନେଶ୍ବରରୁ ଜୟପୁର ଦେଇ ଭାଇଜାଗ୍‌କୁ ବିମାନ ସେବା

ଭୁବନେଶ୍ୱର, ୯।୫ (ବ୍ୟୁରୋ) : ଭୁବନେଶ୍ବରରୁ ଭାଇଜାଗ୍‌କୁ ବିମାନ ସେବା ଆରମ୍ଭ ହେବ। ଏହା ଭାୟା ଜୟପୁର ଦେଇ ଚଳାଚଳ କରିବ । ୯ ସିଟ୍‌...

‘ସମ୍ବିଧାନ ସୁରକ୍ଷାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ହିମାଚଳ ପ୍ରଦେଶର ସିମ୍‌ଲାଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଛନ୍ତି। ୧୯୨୧...

ଗୋପରେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ

ଗୋପ, ୧୧ା୪(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳର...

ମାଛଚାଷ କରିଛି ମହିଳାଙ୍କୁ ସ୍ବାବଲମ୍ବୀ

କେନ୍ଦ୍ରାପଡ଼ା ଅଫିସ, ୧୦ା୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ। ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ। ଫଳରେ ଜିଲାର...

ଓଡ଼ିଶାକୁ ମିଳିଲା ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର

ଭୁବନେଶ୍ୱର,୧୩।୭(ବ୍ୟୁରୋ): ୨୦୨୧-୨୨ରେ ୪୯ ହଜାର ୫୩୦ କୋଟି ଟଙ୍କାର ଖଣି ରାଜସ୍ବ ଆଦୟ ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୮୮୭ କୋଟି...

Advertisement
Archives

Model This Week