ଋଣ ଯୋଗାଣ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୨: ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମୀକ୍ଷା କରିଛନ୍ତି। ଏ କ୍ଷେତ୍ରରେ ଉତ୍ତମ ସମନ୍ବୟ ଲାଗି ସେ ବ୍ୟାଙ୍କ ଏବଂ ଜିଲା ସ୍ତରୀୟ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଭର୍ଚୁଆଲ ପ୍ଲାଟଫର୍ମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ କ୍ଷେତ୍ର, ଜିଲାପାଳ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ ଯୋଗଦେଇଥିଲେ। ଗତ ୨ ମାସରେ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନରେ ବିଶେଷ ଅଗ୍ରଗତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇ, କୃଷି କ୍ଷେତ୍ର ଏବଂ ମିଶନ ଶକ୍ତିକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ବଜେଟରେ ଏହି କ୍ଷେତ୍ରଗୁଡିକୁ ବ୍ୟୟ ବରାଦ ବଢାଯାଇଛି। ବିଭିନ୍ନ ଯୋଜନାରେ ଲୋକମାନେ ନେଉଥିବା ଋଣର ସୁଧ ବୋଝକୁ ହାଲକା କରିବା ଲାଗି ସୁଧ ରିହାତି ଯୋଜନା ହାତକୁ ନିଆଯାଇଛି।
ମିଶନ ଶକ୍ତିକୁ ଧାର୍ଯ୍ୟ ଲକ୍ଷ୍ୟଠାରୁ ୫୦୦ କୋଟି ଅଧିକ ଋଣ ଯୋଗାଣ କରାଯାଇଛି। ସ୍ବଂୟସହାୟକ ଗୋଷ୍ଠୀଙ୍କୁ ୩,୨୪୦ କୋଟି ଟଙ୍କା ଯୋଗାଣ ନେଇ ଯୋଜନା ରଖାଯାଇଥିବା ବେଳେ ଏସଏଚ୍‌ଜି ୩୭୪୫ କୋଟି ଟଙ୍କା ପାଇପାରିଛନ୍ତି। ଏସ୍‌ଏଚ୍‌ଜି ପ୍ରଦାନ କରାଯାଉଥିବା ହାରାହାରି ଋଣ ପରିମାଣକୁ ବଢାଇବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମିଶନ ଶକ୍ତିରେ ଭଲ ପରଫରମାନ୍ସ ଲାଗି ସେ ଗଞ୍ଜାମ, ବାଲେଶ୍ୱର, ନୂଆପଡା, କନ୍ଧମାଳ ଏବଂ ଅନୁଗୋଳ ଭଳି ଜିଲାକୁ ଶୁଭେଚ୍ଛା ଜଣାଇଛନ୍ତି। କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ ଅର୍ଥ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ହୋଇଥିବାରୁ ସେମାନଙ୍କୁ ଋଣ ଯୋଗାଣରେ ଯେଭଳି କୌଣସି ଅସୁବିଧା ନ ହୁଏ ତାକୁ ବିଚାର କରିବାକୁ କହିଛନ୍ତି। ବ୍ୟାଙ୍କଗୁଡିକ ସେମାନଙ୍କ ଧାର୍ଯ୍ୟ ଋଣ ଯୋଗାଣ ଲକ୍ଷ୍ୟ ହାସଲ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବ୍ୟାଙ୍କଗୁଡିକ ଏହି ଲକ୍ଷ୍ୟ ହାସଲ ଦିଗରେ ସକ୍ଷମ ହେବେ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଶାବାଦୀ ରହିଛନ୍ତି। ଏହ ଅବସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?