ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ଗୁରୁବାର ରାତିରେ ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ସେହିପରି ରାଧାମୋହନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଧାମୋହନଙ୍କ ବିୟୋଗ ଓଡ଼ିଶାର ଜୈବିକ କୃଷିକ୍ଷେତ୍ରରେ ଅପୂରଣୀୟ କ୍ଷତି। ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ଭକାର ଓ ବୈପ୍ଳବିକ ଚାଷୀ ଥିଲେ।

ସୂଚନାଯୋଗ୍ୟ, ନୟାଗଡ଼ରେ ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ପରିବର୍ତ୍ତନ ଆଣିଥିଲେ ରାଧାମୋହନ। ଜୈବିକ କୃଷି ସହିତ ସେ ପରିବେଶର ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରୁଥିଲେ। ପୂର୍ବରୁ ସେ ଓ ସୂଚନା କମିଶନର ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିସହ ସେ ପୁରୀ ଏସ୍‌ସିଏସ୍‌ କଲେଜରେ ମଧ୍ୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ କୋଭିଡ-୧୯ ପାସ୍‌ ଲଗାଇ ମଦ ବେପାର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ): ରାଜଧାନୀରେ କଡ଼ା କଟକଣା ସତ୍ତ୍ୱେ ଚାଲିଛି ବେଆଇନ ମଦ ବେପାର। ଦାମୀ କାର୍‌ରେ ଛୋଟ ମଦୁଆଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କୁ ଯୋଗାଯାଉଛି ମଦ।...

ବେଆଇନ ମାଂସ ଦୋକାନ ହଟାଇବାକୁ ‘ଫିଆପୋ’ର ପ୍ରୟାସ

ଭୁବନେଶ୍ୱର, ୩।୧୧(ବ୍ୟୁରୋ) ଛତୁ ଫୁଟିଲା ଭଳି ରାଜଧାନୀର ରାସ୍ତା କଡ଼ରେ ମାଂସ ଦୋକାନ ଖୋଲୁଛି। ପ୍ରଥମତଃ ଏହା ବେଆଇନ ଅଟେ। ଦ୍ୱିତୀୟରେ ଏହା ଏକ ଅସ୍ବାସ୍ଥ୍ୟକର...

ପୌରସଂସ୍ଥା, ସଦରବ୍ଲକ କାର୍ଯ୍ୟାଳୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ:ଯୋଜନାର ଠିକ୍‌ ତଥ୍ୟ ରଖିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୨୯ା୧୦ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ସଚିବମାନେ ବିଭିନ୍ନ ସ୍ଥାନ ଗସ୍ତ କରୁଥିବାବେଳେ ଏହାର ଅନୁଧ୍ୟାନ କରିବାକୁ ଏବେ ମନ୍ତ୍ରୀଙ୍କ...

ଉପଯୋଗ ନ କଲେ ଜରିମାନା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶିଳ୍ପାଞ୍ଚଳରୁ ବାହାରୁଥିବା ଗଦା ଗଦା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରି ଚାଲିଛି। ଶିଳ୍ପାୟନ ବଢୁଥିବାରୁ ଏହା...

ତାମିଲନାଡୁରୁ ଦେବେନ୍ଦ୍ରଙ୍କ ମୃତଦେହକୁ ଓଡ଼ିଶା ଆଣିବାରେ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,୯।୩(ବ୍ୟୁରୋ): ସୁବର୍ଣ୍ଣପରୁ ଜିଲା ଅନ୍ତର୍ଗତ ଦଳବଦା ଗ୍ରାମର ଦେବେନ୍ଦ୍ର ଭୁକ୍ତଙ୍କର ତାମିଲନାଡୁସ୍ଥିତ ମାଲଗୁଡିଠାରେ ଶନିବାର ମଧ୍ୟାହ୍ନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ବିଷୟରେ ବାଣିଜ୍ୟ...

ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ରେଜିଷ୍ଟର ସିଷ୍ଟମ୍‌। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ...

ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଏଡା ଗ୍ରାମରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟି ଶାନ୍ତନୁ ମୁଣ୍ଡାଙ୍କ ୩ ବଖରା ଚାଳ ଘର ଜଳିଯାଇଛି।...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସ୍ତ୍ରୀ ମୁଣ୍ଡରେ ରୋଗଣା ସ୍ବାମୀର ବୋଝ, ସହାୟତା ଯୋଗାଇଦେବାକୁ ଦାବି

ଗଣିଆ,୧୪ା୭(ଡି.ଏନ.ଏ.): ଆର୍ଥିକ ଅନଗ୍ରସର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହା...

Advertisement


Archives

Model This Week

Why Dharitri