Advertisement

ମୁକ୍ତି ସଂଗ୍ରାମର ସାରଥି

ମନୋରଞ୍ଜନ ଜେନା

ବିଭିନ୍ନତା ମଧ୍ୟରେ ବାସନ୍ଦତାପୂର୍ଣ୍ଣ ଅନ୍ତଃଚିତ୍କାର, ବାହ୍ୟ କୁତ୍ସାରଟନା ପୋଷଣର ଚାବୁକ ପ୍ରହାରରେ ନିରବି ଯାଇଥିବା ଅନ୍ଧକାର ସମାଜ ବହ୍ନି ମଧ୍ୟରେ ୧୮୯୧ ଏପ୍ରିଲ ୧୪ରେ ଜନ୍ମ ନେଇଥିଲେ ଡ. ଆମ୍ବେଡକର। ମଧ୍ୟପ୍ରଦେଶର ମହୁ ଜିଲାର ରାମଜୀ ମାଲଜୀ ସତପାଲ ଓ ମାତା ଭୀମାବାଈଙ୍କ ସନ୍ତାନ ଥିଲେ ଭୀମରାଓ। ‘ଆମ୍ବେଦ’ ଗ୍ରାମରେ ଜନ୍ମଗ୍ରହଣ କରିଥିବାରୁ ‘ଆମ୍ବେଦ’ ଓ ତାଙ୍କ ଶିକ୍ଷକଙ୍କ ନାମ ଅନୁସାରେ କର ଯୋଡ଼ିବାରୁ ‘ଆମ୍ବେଡକର’ ନାମରେ ନାମିତ ହୋଇଥିଲେ। ବାରିଷ୍ଟର ପରେ ମହାତ୍ମା ତାଙ୍କୁ ବାବାସାହବେ ଆଖ୍ୟା ଦେଇଥିଲେ।
୫ ବର୍ଷ ବୟସରେ ସ୍କୁଲକୁ ପାଠ ପଢ଼ିବା ପାଇଁ ଯାଇଥିବା ବେଳେ ତାଙ୍କୁ ଅସ୍ପୃଶ୍ୟତାର ଶିକାର ହେବାକୁ ପଡ଼ିଥିଲା। ୧୯୦୭ରେ ସେ ମାଟ୍ରିକ୍‌ ‘ଏଲିଫିଷ୍ଟୋନ’ ହାଇସ୍କୁଲରେ ପାସ୍‌ କଲେ। ପରେଏଲିଫିଷ୍ଟୋନ କଲେଜ ବମ୍ବେରେ ମଧ୍ୟମ ଓ ୧୯୧୨ରେ ବିଶ୍ୱବିଦ୍ୟାଳୟରେ ବିଏ ପାସ୍‌ କରିଥିଲେ। ୧୯୧୫ରେ ଅର୍ଥଶାସ୍ତ୍ର ଓ ସମାଜ ଶାସ୍ତ୍ର, ଇତିହାସ, ରାଜନୀତି ବିଜ୍ଞାନ ‘କଲମ୍ବିଆ ୟୁନିଭର୍ସିଟି ନ୍ୟୁୟର୍କ’ରେ ଏମ୍‌ଏ ଓ ୧୯୧୭ରେ ସେହିଠାରେ ପିଏଚ୍‌ଡି କରିଥିଲେ। ଉଚ୍ଚଶିକ୍ଷା ଲାଭ ପରେ ସେ ଭାରତ ଫେରି ଆସି ଅସ୍ପୃଶ୍ୟତା ବିରୋଧରେ ଓ ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ। ୧୯୨୪ ମାର୍ଚ୍ଚ ୯ରେ ବହିଷ୍କୃତ ହିତକାରଣୀ ସଭା ନାମରେ ଏକ ସଂଗଠନ କରିଥିଲେ। ତାଙ୍କ ସଂଗ୍ରାମ ପାଇଁ ୧୯୨୭ରେ ସର୍ବସାଧାରଣ କୂଅପାଣି ଉପରେ ଅଛୁତମାନଙ୍କୁ ଅଧିକାର ଦେଇଥିଲେ ଓ ମହିଳାମାନଙ୍କୁ ପାଦ ପର୍ଯ୍ୟନ୍ତ ଶାଢ଼ି ପିନ୍ଧିବାର ଅଧିକାର ଦେଇଥିଲେ। ମହାରାଷ୍ଟ୍ର ନାସିକ୍‌ର କାଲାରାମ୍‌ ମନ୍ଦିରରେ ମାର୍ଚ୍ଚ ୨ରେ ହିନ୍ଦୁ ଦଳିତ ପ୍ରବେଶ କରାଇବାକୁ ଯାଇ ସେ ବିରୋଧର ଶିକାର ହୋଇଥିଲେ, ଯାହାକି ସାଇମଣ୍ଡ କମିଶନଙ୍କୁ କ୍ଷୁବ୍ଧ କରିଥିଲା। ୧୧ ଏପ୍ରିଲ ୧୯୪୭ରେ ସେ ‘ହିନ୍ଦୁ କୋଡ୍‌ ଲ’ ବିଲ୍‌ ଆଣି ବହୁ ସଂସ୍କାର କରିଥିଲେ। ସମାଜସେବା ପାଇଁ ସେ ଅନେକ ବହି ଲେଖିଛନ୍ତି। ସେ ଥିଲେ ‘ଅଛୁଆଁ ରୋଗର ଡାକ୍ତର’। ମଣିଷକୁ ଗୋଲାମ ବନେଇ ହଜାର ହଜାର ବ୍ୟକ୍ତି ରାଜା ହୋଇଛନ୍ତି, କ଼ିନ୍ତୁ ଆମ୍ବେଡକର ଗୋଲାମିକୁ ରାଜା ବନେଇବାର ବିଶ୍ୱକର୍ମା ପାଲଟିଛନ୍ତି। ତାଙ୍କ ମତରେ ମୁଁ ଏମିତି ଧର୍ମରେ ଦୀକ୍ଷିତ ହେବାକୁ ଚାହୁଁଛି ଯେଉଁଠି ସ୍ବତନ୍ତ୍ରତା, ସମାନତା, ଭାଇଚାରା ଓ ମାନବିକତା ଥିବ ା ସବୁ ଧର୍ମକୁ ପରଖି ସାରିଲା ପରେ ସେ କହିଥିଲେ, ହିନ୍ଦୁ ହୋଇ ଜନମ ହେବା ମୋର ଅଧିକାର ନ ଥିଲା, କିନ୍ତୁ ମୁଁ ହିନ୍ଦୁ ହୋଇ ମରିବି ନାହିଁ। ସେ ମନୁସ୍ମୃତି ପୁସ୍ତକକୁ ଦହନ କରିଥିଲେ। ସବୁ ଧର୍ମ ଗବେଷଣା କଲାପରେ ଶେଷରେ ସେ ବୁଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ।
ମହାମତ୍ା ଗାନ୍ଧୀ ଓ ଆମ୍ବେଡକର ଉଭୟ ଦେଶରୁ ଜାତି ପ୍ରଥା ବିଲୋପ ପାଇଁ ପ୍ରୟାସ ଜାରି ରଖିଥିଲେ। ମାତ୍ର ଗାନ୍ଧିଜୀ ହିନ୍ଦୁ ବର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଜାତିପ୍ରଥା ହଟାଇବା ପାଇଁ କହୁଥିବା ବେଳେ ଆମ୍ବେଡକର ବର୍ଣ୍ଣ ବ୍ୟବସ୍ଥା ପାଇଁ ଜାତି ବ୍ୟବସ୍ଥା, କୁସଂସ୍କାର, ଅନ୍ଧବିଶ୍ୱାସ, ଧର୍ମୀୟ ସଂକୀର୍ଣ୍ଣତା ଓ ସାମାଜିକ ବୈଷମ୍ୟର ସୃଷ୍ଟି ବୋଲି କହୁଥିଲେ ା ତେଣୁ ଉଭୟଙ୍କ ବିଚାର ସମାନ ଥିବାବେଳେ ପ୍ରକ୍ରିୟା ଭିନ୍ନ ଥିଲା। ବିଦେଶୀ ଶାସନରୁ ଗାନ୍ଧିଜୀ ଦେଶର ସ୍ବାଧୀନତା ପାଇଁ ଗୁରୁତ୍ୱ ଦେଉଥିବା ବେଳେ ଆମ୍ବେଡକର ମନୁବାଦରୁ ଓ ବିଦେଶରୁ ଆଜାଦ ଚାହିଁୁଥିଲେ। ଆମ୍ବେଡକର ଅଛୁତମାନଙ୍କ ଦ୍ୱୈତ ପ୍ରତିନିଧିତ୍ୱ କଥା ଦାବି କରିଥିଲେ। ଏହାକୁ ତତ୍କାଳୀନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ରାମ୍‌ସିଂ ଏଡ୍‌ୟାର୍ଡ ଗ୍ରହଣ କରିଥିଲେ, ଯାହାକୁ ନେଇ ଗାନ୍ଧିଜୀ ୨ୟ ଗୋଲଟେବୁଲ ବୈଠକରେ ଆପତ୍ତି କରିଥିଲେ। ମାତ୍ର ଗାନ୍ଧିଜୀଙ୍କୁ ଆମ୍ବେଡକର ଦେଶରେ ଏକାଠି ରୋଟି ଓ ଏକାଠି ବେଟି ବିବାହ ସହ ଧାର୍ମିକ,ଶିକ୍ଷା,ସଭା,ସମାନ ଭାଗୀଦାରି କଥା ଉଠାଇଥିଲେ। ଗାନ୍ଧିଜୀ ଚୁପ ରହିବା ପରେ ବ୍ରିଟିଶ ସରକାର ଆମ୍ବେଡକରଙ୍କ ଦାବିକୁ ମାନି ନେଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିଲେ।
ଆମ୍ବେଡକର ୧୯୨୬ରେ ବମ୍ବେ ବିଧାନସଭା ସଭ୍ୟ, ୧୯୩୫ରେ ବ୍ରିଟିଶ ସରକାରଙ୍କ ଦି ଲ’ କଲେଜର ଅଧ୍ୟକ୍ଷ ହୋଇଥିଲେ। ୧୯୩୬ରେ ଲେବର ପାର୍ଟି କରିଥିଲେ। ୧୯୪୭ରେ ଜବାହରଲାଲ ନେହରୁ ମନ୍ତ୍ରିମଣ୍ଡଳ ସମ୍ଭାବ୍ୟ ତାଲିକାରେ ଆମ୍ବେଡକରଙ୍କ ନାମ ନ ଥିଲା ା ଫଳରେ ଦଳିତ ଅସନ୍ତୋଷକୁ ଲକ୍ଷ୍ୟ ରଖି ଗାନ୍ଧିଜୀ ନେହରୁଙ୍କୁ କହିଥିଲେ, ଏହା ଆଜାଦ୍‌ ଭାରତର କ୍ୟାବିନେଟ ା ତେଣୁ ତାଙ୍କୁ ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ତା’ପରେ ଦେଶର ସମ୍ବିଧାନ ପାଇଁ ଯୋଗ୍ୟ ବ୍ୟକ୍ତି ଖୋଜା ଯାଉଥିବା ବେଳ ବ୍ରିଟିଶ ସରକାର ଆମ୍ବେଡକର ହିଁ ଭାରତର ଯୋଗ୍ୟ ବ୍ୟକ୍ତି ବୋଲି କହିଥିଲେ। ଫଳରେ ଏକ କମିଟି ଗଠନ ହୋଇଥିଲା। ସେଥିରେ ତାଙ୍କୁ ପ୍ରଣୟନ କମିଟିର ଅଧ୍ୟକ୍ଷ କରାଯାଇଥିଲା। ୨ବର୍ଷ ୩ମାସ ୧୧ ଦିନରେ ୪୯୭ଟି ଧାରା ଓ ୯ ଉପଧାରକୁ ନେଇ ଭାରତର ସମ୍ବିଧାନ ଲେଖାଯାଇଥିଲା। ୧୯୫୦ ଜାନୁୟାରୀ ୨୬ରେ ଏହା କାର୍ଯ୍ୟକାରୀ ହୋଇଥିଲା। ଏହି ସମ୍ବିଧାନ ବିଶ୍ୱର ବୃହତମ ସମ୍ବିଧାନ । ଏହି ସମ୍ବିିଧାନରେ ଭାରତ ଏକ ଧର୍ମ ନିରପେକ୍ଷ, ସାର୍ବଭୌମ ଜନମଙ୍ଗଳ ରାଷ୍ଟ୍ର ମର୍ଯ୍ୟାଦା ପାଇଥିଲା। ସମସ୍ତ ବର୍ଗଙ୍କୁ ସମାନତା, ସ୍ବତନ୍ତ୍ରତା, ଧର୍ମଗତ, ଅର୍ଥନୈତିକ, ଶୋଷଣ ବିରୋଧରେ ସ୍ବର ଓ ରାଜନୈତିକ ଅଧିକାର, ଲିଙ୍ଗଗତ ଭେଦଭାବ ସହ ସମାନ କାମକୁ ସମାନ ମଜୁରି କରି ଇତିହାସର ମୋଡ଼ ବଦଳାଇ ଦେଇଥିଲେ। ୧୯୫୬ରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବାରୁ ସେ ଆଇନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ସେ ସର୍ବଦା ପଛୁଆ ବର୍ଗଙ୍କ ସଂରକ୍ଷଣ କଥା ଉଠାଉଥିଲେ। ୧୯୫୬ ଡିସେମ୍ବର ୬ରେ ତାଙ୍କର ଦେହାନ୍ତ ହୋଇଥିଲା। ୪ଟି ବିଭାଗର ମନ୍ତ୍ରୀ ଥିବା ଆମ୍ବେଡକରଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟାଙ୍କର ଏକ ଖାତାରେ ମାତ୍ର ୧୫ହଜାର ଟଙ୍କା ଜମା ଥିଲା । ଏହାର ଅର୍ଥ ସେ ରାଷ୍ଟ୍ର ସମ୍ପତ୍ତିର କୌଣସି ଟଙ୍କାଟିଏ ବି ନିଜର ସମ୍ପତ୍ତି ଭାବି ନ ଥିଲେ। ୧୯୯୦ରେ ତାଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରାଯାଇଥିଲା। ବ୍ରିଟିଶ ଲେଖକ ମୋରିସ୍‌ଙ୍କ ମତରେ ଆମ୍ବେଡକର ଏତେ ବହି ଲେଖିଛନ୍ତି ଯେ ବିଶ୍ୱର କୌଣସି ଯୋଦ୍ଧା ଏକୁଟିଆ ଉଠାଇ ପାରିବେନି। ତାଙ୍କ ସଂଗ୍ରାମ ପାଇଁ ହଜାର ହଜାର ବର୍ଷର କୁସଂସ୍କାରରୁ ଦଳିତମାନଙ୍କୁ ମୁକ୍ତି ମିଳିଥିଲା। ସେ ସମ୍ବିଧାନର ମୁଖବନ୍ଧରେ ଜାତି, ଧର୍ମ, ଭାଷା, ଆଞ୍ଚଳିକ, ଧନୀ, ଗରିବ ନିର୍ବିଶେଷରେ ଆମେ ଭାରତବାସୀ ବୋଲି ଉଲ୍ଲେଖ କରିଥିଲେ। ଆମ୍ବେଡକର ଏପରି ଯୋଦ୍ଧା ଯେ କି ବିନା ରକ୍ତପାତରେ ସାଢେ ୪ହଜାର ବର୍ଷର କଳଙ୍କିତ ଇତିହାସକୁ ପରିବର୍ତ୍ତନ କରିପାରିଥିଲେ। ଊନବିଂଶ ଶତାଦ୍ଦୀର ମୁକ୍ତି ସଂଗ୍ରାମର ସାରତତ୍ ଓ ଶତାବ୍ଦୀର ଯୋଦ୍ଧା ସେ ଥିଲେ ଯୋଦ୍ଧା।
ମୋ: ୯୪୩୭୦୮୬୬୭୯


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଚଲାପଥରେ ବ୍ରିଟେନ

ଈପ୍ସିତା ମହାନ୍ତି ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଭାରତ ସରକାର ଯୋଗ ଓ ବ୍ୟାୟାମକୁ ପ୍ରୋତ୍ସାହନ ଦେବା ସହ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି।...

ଏଇ ଭାରତରେ

ପରିବେଶକୁ ଭଲ ପାଇ ସାରା ଜୀବନ ତା’ ସୁରକ୍ଷାରେ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ଖୁବ୍‌ କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ସେଜା...

ଏଇ ଭାରତରେ

ଆମ ଆଖପାଖରେ ରହୁଥିବା ବୁଲାକୁକୁରଙ୍କୁ ଦେଖିଲେ ଦୟା ଲାଗେ, କିନ୍ତୁ ସେମାନଙ୍କ ପାଇଁ କିଛି କରୁଥିବା ଲୋକମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ରଜନୀ ସେଟ୍ଟୀ ଅନ୍ୟତମ। ୨୦...

ଆଜିର ଅର୍ଥନୀତି/ତୈଳ ଦର ହ୍ରାସରୁ ଫାଇଦା ନାହିଁ

ଚଳିତ ସପ୍ତାହ ପ୍ରାରମ୍ଭରେ ଆମେରିକାରେ ଅଶୋଧିତ ତେଲ ଦର ରସାତଳଗାମୀ ହୋଇଛି। ଇତିହାସରେ ପ୍ରଥମ ଥର ପାଇଁ ବ୍ୟାରେଲ ପ୍ରତି ଦର ଶୂନ ଡଲାର୍‌ରୁ ତଳକୁ...

ଏଇ ଭାରତରେ

ସାଧାରଣତଃ ଯୁବକମାନେ ଚାଷ ଛାଡି ଚାକିରି କରିବାକୁ ଭଲ ପାଆନ୍ତି। କିନ୍ତୁ ଜଣେ ଆଇଟି ଇଞ୍ଜିନିୟର ଚାକିରି ଛାଡି ଚାଷ କରି ଲୋକମାନଙ୍କୁ ଜୈବିକ ପରିବା...

ଏବେ ଭଲରେ ଅଛୁ

ପ୍ରକାଶ ତ୍ରିପାଠୀ ଗତ ଦଶହରା ଛୁଟି ସମୟରେ କିଛିଦିନ କାଟିଥିଲି ମୋ ଗାଁରେ। ମହାଷ୍ଟମୀରେ ଗାଁ ଠାକୁରାଣୀଙ୍କ ପୀଠରେ ଜନ୍ତାଳ ଓ ଦଶହରାରୁ କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ...

କାଷ୍ଠ ପାଷାଣ ତରୁ ତୃଣେ

ଦୋଳଗୋବିନ୍ଦ ପଣ୍ଡା ଭାରତରେ ଶକ୍ତି-ଆରାଧନାର ପରମ୍ପରା କେବେ ଆରମ୍ଭ ହେଲା କହିବା ସହଜ ନୁହେଁ। ପୁରାଣରୁ ଯାହା ଜଣାଯାଏ ସତ୍ୟଯୁଗରେ ରାଜା ସୁରଥ ଏବଂ ତ୍ରେତାଯୁଗରେ...

ଭିକ୍ଷା, ଭିକ୍ଷୁକ ଓ ଦାନ

ଡ. ସତ୍ୟନାରାୟଣ ମିଶ୍ର   ଇତିହାସ ଲେଖା ଅୟମାରମ୍ଭର ବହୁ ପୂର୍ବରୁ ମାନବ ସମାଜରେ ଭିକ୍ଷାର ପ୍ରଚଳନ ହୋଇଆସୁଅଛି। ଭିକ୍ଷା ହେଉଛି ଏକ ନିଷ୍ଠୁର ଓ...

Advertisement
Archives

Model This Week