ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁଥିବା ୟୁକ୍ରେନ୍‌ ସମେତ ବାହାର ଦେଶର ତଦନ୍ତକାରୀ ଟିମ୍‌ ୟୁକ୍ରେନ୍‌ ନାଗରିକଙ୍କ ଉପରେ ହୋଇଥିବା ନିର୍ଯାତନାକୁ ବିଶ୍ୱ ସମ୍ମୁଖକୁ ଆଣିଛନ୍ତି। ବୁଚାରେ ଗଣହତ୍ୟା ଓ ରାସ୍ତାରେ ମାଳମାଳ ମୃତଦେହକୁ ନେଇ ସାରା ଦୁନିଆରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ସଦ୍ୟ ଅନାବୃତ୍ତ ହୋଇଥିବା ତଥ୍ୟ ଅନୁସାରେ, ରୁଷିଆ ସୈନ୍ୟ ବୁଚା ବେସ୍‌ମେଣ୍ଟରେ ମହିଳା, ଯୁବତୀ ଏପରି କି ନାବାଳିକାମାନଙ୍କୁ ବନ୍ଧକ ରଖି ଗଣବଳାତ୍କାର କରିଛନ୍ତି। ପ୍ରାୟ ୨୫ ଦିନ ଧରି ସେମାନେ ୟୁକ୍ରେନ୍‌ ମହିଳାଙ୍କୁ ଶୋଷଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୯ ଜଣ ଏବେ ଗର୍ଭବତୀ ଅଛନ୍ତି। ଏ ନେଇ ୟୁକ୍ରେନ୍‌ ମାନବାଧିକାର ଅଧିକାରୀ ଲ୍ୟୁଡ୍‌ମିଲା ଡେନିସୋଭା ସୂଚନା ଦେଇଛନ୍ତି। ରୁଷୀୟ ସୈନ୍ୟ କେବଳ ବୁଚା ନୁହେଁ, କିଭ୍‌ ଉପାନ୍ତ ଅଞ୍ଚଳ ଏବଂ ଅନ୍ୟ ସହରରେ ମଧ୍ୟ ଏଭଳି ବର୍ବର ବ୍ୟବହାର କରିଥିବା ସେ କହିଛନ୍ତି।
ଦାବି କରିଛନ୍ତି, ରୁଷୀୟ ସୈନ୍ୟ ୟୁକ୍ରେନ୍‌ର ୧୪ରୁ ୨୪ ବର୍ଷର ପ୍ରାୟ ୨୫ ଯୁବତୀ ଏବଂ ନାବାଳିକାଙ୍କୁ ବୁଚାର ଏକ ଘରେ ବନ୍ଦୀ ରଖିଥିଲେ। ପ୍ରାୟ ୨୫ ଦିନ ଧରି ସେମାନଙ୍କୁ ବଳାତ୍କାର କରାଯାଇଥିଲା। ଗର୍ଭବତୀଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟା ନାବାଳିକା ଅଛନ୍ତି। ଏପରି କି ଜଣେ ୧୧ ବର୍ଷୀୟ ନାବାଳକଙ୍କୁ ତାଙ୍କ ମା’ ସମ୍ମୁଖରେ ଯୌନ ନିର୍ଯାତନା ଦେଇଛନ୍ତି। ଜଣେ ୫୦ ବର୍ଷୀୟା ମହିଳାଙ୍କ ସ୍ବାମୀଙ୍କୁ ଗୁଳି କରି ରୁଷୀୟ ସୈନ୍ୟ ବନ୍ଧୁକ ମୁନରେ ବଳାତ୍କାର କରିଛନ୍ତି। ଇନ୍‌ପିନ୍‌ରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଏକସଙ୍ଗରେ ୩ ଜଣ ବଳାତ୍କାର କରିଥିବା ଡେନିସୋଭା କହିଛନ୍ତି। ଯୁଦ୍ଧରେ ରୁଷିଆ ବଳାତ୍କାରକୁ ଅସ୍ତ୍ର କରିଥିବା ୟୁକ୍ରେନ୍‌ ହ୍ୟୁମାନ ରାଇଟ୍ସ ଗ୍ରୁପ୍‌ର କାଟେରିନା ଚେରେପାଖା ଜାତିସଂଘକୁ କହିଛନ୍ତି। ଏଭଳି ଘଟଣାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ ହେବା ଜରୁରୀ ବୋଲି ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିମା ବାହୋସ୍‌ କହିଛନ୍ତି। ଆକ୍ରମଣକୁ ୪୯ ଦିନ ପୂରିଥିବାବେଳେ ମାରିଉପୋଲରେ ରୁଷିଆ ଧ୍ୱଂସଲୀଳା ଜାରି ରଖିଛି। ମାରିଉପୋଲରେ ୧ ହଜାରରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ସୈନ୍ୟ ରୁଷିଆ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ମସ୍କୋ ଦାବି କରିଛି। ତେବେ କିଭ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri