ଚାର୍ଜଶିଟ୍‌ ଦାଖଲ କଲା ପୋଲିସ

ଭୁବନେଶ୍ୱର,୧୪।୬(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ ପରେ ଠକେଇ ଓ ପ୍ରତାରଣା କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ମହିଳା ଥାନା ପୋଲିସ ସୋମବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ଏନେଇ ମହିଳା ଥାନା ଅଧିକାରିଣୀ ସନ୍ତୋଷିନୀ ବେହେରା ସୂଚନା ଦେଇଛନ୍ତି। ଉକ୍ତ ଚାର୍ଜଶିଟରେ ରମେଶଙ୍କ ସହ ଜେଲରେ ଥିବା ଦ୍ୱିତୀୟ ସ୍ତ୍ରୀ କମଳା ସ୍ବାଇଁ, ଭଉଣୀ ରଶ୍ମିତା ବେଉରା, ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓ ମୁଖ୍ୟ ସହଯୋଗୀ ବିଶ୍ୱରଞ୍ଜନ ଦାଶଙ୍କ ନାଁ ରହିଛି। ତଦନ୍ତ ସମୟରେ ପୋଲିସ ସମସ୍ତ ସ୍ତ୍ରୀଙ୍କ ସମେତ ୧୦୩ ଜଣଙ୍କ ବୟାନ ରେକର୍ଡ କରିଛି। ଏବେ ତଦନ୍ତ ଚାଲୁଥିବା ଏବଂ ମାମଲାର ତଦନ୍ତ ପ୍ରକ୍ରିୟା ଖୋଲାଥିବାରୁ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କ ବିରୋଧରେ ପୁଣି ଥରେ ଚାର୍ଜଶିଟ ଦାଖଲ କରାଯିବ ବୋଲି ଥାନା ଅଧିକରିଣୀ ବେହେରା କହିଛନ୍ତି।
ସୂଚନା ଅନୁଯାୟୀ, ରମେଶ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ବିଭିନ୍ନ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ଏନେଇ ରମେଶଙ୍କ ଭିଣୋଇ ଗଣେଶ୍ୱର ବେଉରା, ଭଉଣୀ ରଶ୍ମିତା, ଡ୍ରାଇଭର ଚିତ୍ତରଞ୍ଜନ, ଦ୍ୱିତୀୟ ସ୍ତ୍ରୀ କମଳା ଓ ମୁଖ୍ୟ ସହଯୋଗୀ ବିଶ୍ୱରଞ୍ଜନ ସହଯୋଗ କରୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଫେବୃୟାରୀ ୧୪ରେ ରମେଶଙ୍କୁ ଗିରଫ କରାଯାଇଥିଲା। ତଦନ୍ତରୁ ରମେଶଙ୍କ କଳା କାରନାମା ପଦାକୁ ଆସିଥିଲା। ଏଥିସହ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାପରେ ଅନ୍ୟମାନେ ଗିରଫ ହୋଇଥିଲେ। ଜେଲରୁ ରମେଶଙ୍କ ସହ ଅନ୍ୟମାନଙ୍କୁ ରିମାଣ୍ଡରେ ଅଣାଯାଇ ତଥ୍ୟ ହାସଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨ ମାସ ଯାଏ ବଢ଼ିବ କରୋନା ସଂକ୍ରମଣ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ...

ରାଜ୍ୟରେ ବୃଦ୍ଧି ପାଇଛି ହେନ୍ତାଳ ବନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଗତ ଦୁଇବର୍ଷରେ ରାଜ୍ୟରେ ୮ କିଲୋମିଟର ହେନ୍ତାଳ ବନ ବୃଦ୍ଧି ପାଇଛି। ‘ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯’ରୁ ଏହି ସୂଚନା ମିଳିଛି।...

କରୋନା ମୁକାବିଲାର ଯୋଦ୍ଧା ଏସ୍‌ଆଇ ନାରାୟଣ: ‘ଆଗେ ରାଜସେବା, ପଛେ ପିତୃସେବା’

କଟକ ଅଫିସ,୧୦।୪: ‘ଯଦି କର୍ତ୍ତବ୍ୟକୁ ସମ୍ମାନ ଜଣାଇବ, ତାହେଲେ କାହାକୁ ସାଲ୍ୟୁଟ ମାରିବାକୁ ପଡ଼ିବନି.. କର୍ତ୍ତବ୍ୟରେ ହେଳା କଲେ, ସମସ୍ତଙ୍କୁ ସାଲ୍ୟୁଟ ମାରିବାକୁ ହୁଏ’। ପୂର୍ବତନ...

ଅଭିନେତ୍ରୀ ଆତ୍ମହତ୍ୟା କରିଥିବା କହିଲେ ଡିସିପି, ହତ୍ୟା ଅଭିଯୋଗ ଆଣିଲା ପରିବାର

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି। ଏହା ସ୍ପଷ୍ଟ ଭାବେ ଜଣାପଡୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି...

ସ୍ବାସ୍ଥ୍ୟକେନ୍ଦ୍ରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖ

ଭୁବନେଶ୍ବର,୨୪ା୯(ବ୍ୟୁରୋ): ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଶୃଙ୍ଖଳା, ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟ ନିର୍ଯାତନା ଓ ଶାରୀରିକ ଆଘାତ ଦେଉଥିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି।...

ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ ସହ ଯୋଗାଯୋଗ କର

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କରୋନା (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ଦୀର୍ଘ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ହେବ ସମଗ୍ର ଦେଶ ଲକ୍‌ଡାଉନରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ...

ଜବତ ଶାଢ଼ିକୁ ନେଇ ଚର୍ଚ୍ଚା

ସମ୍ବଲପୁର,୧୦ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ପ୍ରଚାର ଲାଗି କଟକଣା ରହିଥିବା ବେଳେ ମଙ୍ଗଳବାର ସ୍ଥାନୀୟ ନେତାମାନେ ଭିତିରିଆ ପ୍ରଚାର କରୁଥିବା...

୪ ଅଭିଯୁକ୍ତ ଗିରଫ: ମାରଣାସ୍ତ୍ର ଜବତ

ଯୋଡ଼ା,୧୧।୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ପୋଲିସ୍‌ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଏଥିରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ...

Advertisement
Archives

Model This Week