Posted inଫୁରସତ

ଚାନ୍ଦୁଆ ଦେଇଛି ରୋଜଗାର

ପିଲାଦିନେ ବାପଘରେ ଶିଖିଥିବା ଚାନ୍ଦୁଆ ସିଲେଇ କାମ ତାଙ୍କୁ ଦେଇପାରିଛି ରୋଜଗାର ଓ ସମ୍ମାନ। ଏଥିରେ କେବଳ ସେ ଏକା ନୁହନ୍ତି ବରଂ ଆଉ କେତେଜଣଙ୍କୁ ରୋଜଗାରର ବାଟଦେଖାଇଛନ୍ତି। ସେ ହେଲେ ବାସନ୍ତି ମୁଦୁଲି। ସେ କୁହନ୍ତି, ମୋ ବାପଘର ପିପିଲି ଅଞ୍ଚଳରେ। ମାତ୍ର ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କୋଦୁଅବେରେଣି ଗାଁକୁ ଆଜକୁ ପ୍ରାୟ ୨୭ବର୍ଷ ତଳେ ବୋହୂ ହୋଇଆସିଛି। ବିବାହର କିଛିଦିନ ପରେ ଘରର ଆର୍ଥିକ ସମସ୍ୟା ଜଟିଳ ହେଲା। ଏଥିଯୋଗୁ ପରିବାର ଚଳେଇବାରେ ଘୋର ଅସୁବିଧା ଦେଖାଦେଲା। ହେଲେ କିପରି ଘରେ ପରିଶ୍ରମକରି ଭଲରୋଜଗାର ହୋଇପାରିବ ସେ ଚିନ୍ତା ଘାରିଲା। ଏଥିଯୋଗୁ ବାପଘରେ ଶିଖିଥିବା ଚାନ୍ଦୁଆକାମକୁ ଏଠାରେ ଆରମ୍ଭ କରିଥିଲି। ହସ୍ତଶିଳ୍ପ କାମରେ ଭଳିକି ଭଳି ଚାନ୍ଦୁଆ, ମନିପର୍ସ, ବ୍ୟାଗ, ଦୋଳ ମଣ୍ଡଣି, ଛତି, ତ୍ର।ସ, ଝାଲର, ବାହାଘର ଗେଟ, କୁସନ ଆଦି ପ୍ରାୟ ୨୫ରୁ ୩୦ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିଥିଲି। ଏହାପରେ ଆଉ ପଛକୁ ଫେରି ଚାହିଁଲିନି । ଏହି ହସ୍ତଶିଳ୍ପ ସାମଗ୍ରୀ ବିକ୍ରିକରି ଏଥିରୁ ପ୍ରାୟ ମାସକୁ ବାରରୁ ପନ୍ଦର ହଜାର ଟଙ୍କା ରୋଜଗାର ହୋଇପାରିଲା। ମନରେ ଖୁସି ହେଲା। ବଳକା ସମୟରେ ଗାଁର ଝିଅ ଓ ବୋହୂମାନେ ବିନା ମୂଲ୍ୟରେ ମୋଠାରୁ ଚାନ୍ଦୁଆ ତିଆରି ତାଲିମ ନେଲେ। ଏଥିରୁ ସେମାନେ ରୋଜଗାରର ନୂଆ ବାଟ ପାଇଲେ। ଏମିତିରେ ପ୍ରାୟ ୪୦ରୁ ୫୦ ଜଣ ମହିଳା ଓ ଯୁବତୀ ସୁନ୍ଦର ସୁନ୍ଦର ଚାନ୍ଦୁଆ ସାମଗ୍ରୀ ପ୍ରସ୍ତୁତ କରି ଆର୍ଥିକ ସ୍ବଚ୍ଛଳ ହୋଇପାରିଛନ୍ତି ।
ଏଥିରେ ନିଷ୍ଠା, ପରିଶ୍ରମ ଓ ଉଦ୍ୟମ ମୋତେ ସଫଳତା ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା।...

କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ...

କବର ପାଇଁ ଦେବାକୁ ପଡ଼େ ଭଡ଼ା

ଗୁଆଟେମାଲା ସିଟି: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ। ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥାଏ। ବିଦେଶରେ ଲୋକେ ମରିବା ପରେ ତାଙ୍କୁ...

ସାଇକେଲରେ ଡ୍ରାଏ ରନ୍‌ ଟିକା

ବାରାଣସୀ, ୬ା୧: କୋଭିଡ୍‌-୧୯ ଟିକାକରଣକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯିବାକୁ ସାରା ଦେଶରେ ଡ୍ରାଏରନ୍‌ କରାଯାଉଛି। ତେବେ ଉତ୍ତରପ୍ରଦେଶରେ ଏଥିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ...

୪୦୪୨ ଚାଉଳ ଦାନାରେ ଭଗବତ୍‌ ଗୀତା ଲେଖିଲେ ଛାତ୍ରୀ

ହାଇଦ୍ରାବାଦ୍‌,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍‌ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା...

ରହସ୍ୟମୟୀ ଦ୍ୱୀପ : ଏଠାକୁ ଥରେ ଗଲେ ଫେରନ୍ତିନି ଲୋକେ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ। ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି...

ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ...

ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି

କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା...

Advertisement
Archives

Model This Week