Posted inଫୁରସତ

ଚାନ୍ଦୁଆ ଦେଇଛି ରୋଜଗାର

ପିଲାଦିନେ ବାପଘରେ ଶିଖିଥିବା ଚାନ୍ଦୁଆ ସିଲେଇ କାମ ତାଙ୍କୁ ଦେଇପାରିଛି ରୋଜଗାର ଓ ସମ୍ମାନ। ଏଥିରେ କେବଳ ସେ ଏକା ନୁହନ୍ତି ବରଂ ଆଉ କେତେଜଣଙ୍କୁ ରୋଜଗାରର ବାଟଦେଖାଇଛନ୍ତି। ସେ ହେଲେ ବାସନ୍ତି ମୁଦୁଲି। ସେ କୁହନ୍ତି, ମୋ ବାପଘର ପିପିଲି ଅଞ୍ଚଳରେ। ମାତ୍ର ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କୋଦୁଅବେରେଣି ଗାଁକୁ ଆଜକୁ ପ୍ରାୟ ୨୭ବର୍ଷ ତଳେ ବୋହୂ ହୋଇଆସିଛି। ବିବାହର କିଛିଦିନ ପରେ ଘରର ଆର୍ଥିକ ସମସ୍ୟା ଜଟିଳ ହେଲା। ଏଥିଯୋଗୁ ପରିବାର ଚଳେଇବାରେ ଘୋର ଅସୁବିଧା ଦେଖାଦେଲା। ହେଲେ କିପରି ଘରେ ପରିଶ୍ରମକରି ଭଲରୋଜଗାର ହୋଇପାରିବ ସେ ଚିନ୍ତା ଘାରିଲା। ଏଥିଯୋଗୁ ବାପଘରେ ଶିଖିଥିବା ଚାନ୍ଦୁଆକାମକୁ ଏଠାରେ ଆରମ୍ଭ କରିଥିଲି। ହସ୍ତଶିଳ୍ପ କାମରେ ଭଳିକି ଭଳି ଚାନ୍ଦୁଆ, ମନିପର୍ସ, ବ୍ୟାଗ, ଦୋଳ ମଣ୍ଡଣି, ଛତି, ତ୍ର।ସ, ଝାଲର, ବାହାଘର ଗେଟ, କୁସନ ଆଦି ପ୍ରାୟ ୨୫ରୁ ୩୦ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିଥିଲି। ଏହାପରେ ଆଉ ପଛକୁ ଫେରି ଚାହିଁଲିନି । ଏହି ହସ୍ତଶିଳ୍ପ ସାମଗ୍ରୀ ବିକ୍ରିକରି ଏଥିରୁ ପ୍ରାୟ ମାସକୁ ବାରରୁ ପନ୍ଦର ହଜାର ଟଙ୍କା ରୋଜଗାର ହୋଇପାରିଲା। ମନରେ ଖୁସି ହେଲା। ବଳକା ସମୟରେ ଗାଁର ଝିଅ ଓ ବୋହୂମାନେ ବିନା ମୂଲ୍ୟରେ ମୋଠାରୁ ଚାନ୍ଦୁଆ ତିଆରି ତାଲିମ ନେଲେ। ଏଥିରୁ ସେମାନେ ରୋଜଗାରର ନୂଆ ବାଟ ପାଇଲେ। ଏମିତିରେ ପ୍ରାୟ ୪୦ରୁ ୫୦ ଜଣ ମହିଳା ଓ ଯୁବତୀ ସୁନ୍ଦର ସୁନ୍ଦର ଚାନ୍ଦୁଆ ସାମଗ୍ରୀ ପ୍ରସ୍ତୁତ କରି ଆର୍ଥିକ ସ୍ବଚ୍ଛଳ ହୋଇପାରିଛନ୍ତି ।
ଏଥିରେ ନିଷ୍ଠା, ପରିଶ୍ରମ ଓ ଉଦ୍ୟମ ମୋତେ ସଫଳତା ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?