Posted inଫୁରସତ

ପ୍ରହ୍ଲାଦ ନାଟକ

ଓଡ଼ିଶାର ଏକ ଲୋକପ୍ରିୟ ଲୋକନାଟକ ଭାବେ ପ୍ରହ୍ଲାଦ ନାଟକ ଖୁବ୍‌ ପରିଚିତ। ଏହା ନୃସିଂହ ପୂଜାର ଲୋକପ୍ରିୟତାରୁ ନାଟ୍ୟରୂପ ନେଇଥିଲା। ନୃସିଂହ ମହାପ୍ରଭୁଙ୍କର ଆବିର୍ଭାବ କାହାଣୀ ଏହି ନାଟକର ବିଷୟବସ୍ତୁ। ଦାନବ ହିରଣ୍ୟକଶିପୁଙ୍କ ଗର୍ବ ଖର୍ବ କରିବା ପାଇଁ ଭକ୍ତ ପ୍ରହ୍ଲାଦଙ୍କ ଭକ୍ତିର ପରାକାଷ୍ଠା ଦର୍ଶାଇବାକୁ ସ୍ବୟଂ ବିଷ୍ଣୁଭଗବାନ ନୃସିଂହରୂପ ଧାରଣକରିଥିଲେ। ତେବେ କେତେକ ଗବେଷକଙ୍କ ମତରେ ଏହି ନାଟକର ପ୍ରାରମ୍ଭ ପ୍ରାୟ ବହୁବର୍ଷ ତଳର ବୋଲି ଜଣାପଡ଼େ। ଓଡ଼ଶା ସଂଗୀତ ନାଟକ ଏକାଡ଼େମୀର ଉପସଭାପତି ତଥା ନାଟ୍ୟକାର ଓ ନାଟ୍ୟନିର୍ଦ୍ଦେଶକ ମନ୍ମଥ କୁମାର ଶତପଥୀ କୁହନ୍ତି ପ୍ରହ୍ଲାଦ ନାଟକର ମୂଳ ଲେଖକଥିଲେ କବି ଗୌରହରି ପରିଚ୍ଛା। ସେହି ସମୟର ପ୍ରଥା ଅନୁଯାଇ ଜଳନ୍ତର ରାଜା ରାମକୃଷ୍ଣ ଦେବଙ୍କ ନାମରେ ଗୀତର ଭଣତି ହୋଇଥିଲା । ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପ୍ରହ୍ଲାଦ ନାଟକ ମୁଦ୍ରିତ ହୋଇଅଛି। ଏଥିରେ ପରିବେଷିତ ଗୀତଗୁଡ଼ିକ ପ୍ରାୟ କର୍ଣାଟକୀ ରାଗ, ରାଗିଣୀ ଶୈଳୀରେ ଆଧାରିତ। ଏହି ନାଟକରେ ପ୍ରାୟ ୧୩୪ଟି ଗୀତ ପରିବେଷଣ କରାଯାଇଥାଏ। ପାରମ୍ପରିକ ବାଦ୍ୟଯନ୍ତ୍ର ଭାବେ ମର୍ଦ୍ଦଳ, ଝାଞ୍ଜ ଓ ମୁଖବାଦ୍ୟ ବ୍ୟବହୃତ ହୋଇଥାଏ। ଦକ୍ଷିଣ ଓଡ଼ିଶାରେ ଏହି ନାଟକକୁ କଳାକାରମାନେ ଦିନଦିନ ଧରି ପରିବେଷଣ କରିଥା’ନ୍ତି। ଅବଶ୍ୟ ଆଜିକାଲି କମ୍‌ ସମୟ ମଧ୍ୟରେ ନାଟକର ବିଷୟକୁ ସଂକ୍ଷିପ୍ତ କରାଯାଇ ପରିବେଷଣ କରାଯାଇ ପାରୁଛି। ମଞ୍ଚରେ ଏକ ସିଂହାସନ ତିଆରି କରାଯାଇଥାଏ। ସୋପାନ ପରେ ସୋପାନ ଦେଇ ଏହା ଉପରକୁ ଉଠିଥାଏ। ଏହି ସିଂହାସନ ବେଶ୍‌ ସୁସଜ୍ଜିତ ହୋଇଥାଏ। ମଞ୍ଚର ଅନ୍ୟ ଦୁଇପଟେ ବାମ ଓ ଦକ୍ଷିଣ ଦିଗରେ ଦୁଇଟି ତୋରଣ କରାଯାଇଥାଏ। ନାଟକର ବିଷୟବସ୍ତୁ ଅନୁସାରେ ହିରଣ୍ୟକଶିପୁଙ୍କ ନିର୍ଦ୍ଦେଶରେ ପ୍ରହ୍ଲାଦଙ୍କୁ ଅଗ୍ନିକୁ ନିକ୍ଷେପ, ଗଭୀର ଜଳକୁ ନିକ୍ଷେପ ଆଦି ୧୪ ପ୍ରକାରର ମରଣାନ୍ତକ ଦଣ୍ଡ ଦେବାର କଥା ବର୍ଣ୍ଣନା ହୋଇଛି। ଆଜିକାଲି ମଞ୍ଚକୁ କେତେକ ବୈଷୟିକ ସାଜସଜାରେ ଅଧିକ ଆକର୍ଷଣୀୟ କରାଯାଇ ପାରୁଛି। ମଞ୍ଚକୁ ବିଭିନ୍ନ ସୋପାନରେ ଭକ୍ତ ପ୍ରହ୍ଲାଦ ନାଚି ନାଚି ଗୀତ ଗାଇ ଗାଇ ଆସିଥାନ୍ତି। କିନ୍ତୁ ପ୍ରହ୍ଲାଦ ଚରିତ୍ରରେ ଜଣେ ୭ରୁ୮ବୟସର ବାଳକ ଅଭିନୟ କରିଥା’ନ୍ତି। ମାତା ଲୀଳାବତି ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସଙ୍ଗୀତ ଗାନରେ କରୁଣରସ ସୃଷ୍ଟିକରେ। ଏହି ସମୟରେ ଉପସ୍ଥିତ ଦର୍ଶକଙ୍କ ମନରେ ଏକ ଆକୁଳତାର ଦୁଃଖଦ ସ୍ପନ୍ଦନ ସୃଷ୍ଟି ହୁଏ। ଲୀଳାବତିଙ୍କ ବିଳାପରେ ନାରୀମାନେ ମଧ୍ୟ କାନ୍ଦି ଉଠନ୍ତି। ଅବଶ୍ୟ ଏହି ନାଟକରେ ବୀର, କରୁଣ, ବାତ୍ସଲ୍ୟ ରସରେ ଗୀତ ଗାନ କରି କଳାକାମାନେ ଅଭିନୟ କରିଥାନ୍ତି। ଦ୍ୱାରୀ, ଶୁକ୍ରାଚାର୍ଯ୍ୟ, ଧାଈ, ପ୍ରହ୍ଲାଦ ଓ ନାରଦ ଆଦି ଚରିତ୍ର ଦ୍ୱାରା ସମାଜକୁ ଶିକ୍ଷା ମିଳିଥାଏ। ନାଟକର ମଝିରେ ମଝିରେ କେଳା କେଳୁଣୀ ଅଭିନୟରେ ହାସ୍ୟରସର ଅବତାରଣା କରାଯାଏ। ହିରଣ୍ୟକଶିପଙ୍କ ବେଶପୋଷାକ ଓ ମୁଖମଣ୍ଡଳର ରଙ୍ଗସଜ୍ଜା ଅନେକାଂଶରେ କଥାକଳୀ ଚିତ୍ରଣ ଅନୁମେୟ କରିହୁଏ। ଏହି ନାଟକରେ ରାକ୍ଷସ ଚିତ୍ରଣରେ କଳାକାରମାନେ ଯଥେଷ୍ଟ ସମୟ ଦେଇଥା’ନ୍ତି। ଗଦା ପ୍ରହାରରେ ଖମ୍ବ ଭଙ୍ଗାଯିବା ଦୃଶ୍ୟ ଓ ତନ୍ମଧ୍ୟରୁ ପ୍ରଭୁ ନୃସିଂହଙ୍କର ବାହାରିବା ଦୃଶ୍ୟ ଦର୍ଶକଙ୍କୁ ଶିହରିତ କରାଏ। କିନ୍ତୁ ଏହି ଲୋକ ନାଟକର ପଛରେ ଦେବପୂଜାର୍ଚ୍ଚନାର ପୌରାଣିକ କଥା ରହିଛି। ଭାଗବତ,ନୃସିଂହପୁରାଣ ଓ ବିଷ୍ଣୁପୁରାଣର ବିଷୟବସ୍ତୁକୁ ନେଇ ପ୍ରହ୍ଲାଦ ନାଟକ ରଚିତ। ଏହା ଲୀଳା, ଯାତ୍ରା ବା ଗୀତିନାଟ୍ୟଠାରୁ ସ୍ବତନ୍ତ୍ର। ଉକ୍ତ ନାଟକ ଲୋକନାଟକର ମାନ୍ୟତା ପାଇଥିଲେ ମଧ୍ୟ ନୃତ୍ୟ ଓ ତାଳ ମଧ୍ୟରେ ସଂଶ୍ଳିଷ୍ଟ । ଏଥିରେ ଶାସ୍ତ୍ରୀୟତା ପରିଲକ୍ଷିତ ହୁଏ। କେତେକ ଏହାକୁ ରଜାନାଟକ ବୋଲି କୁହନ୍ତି। ଗଞ୍ଜାମ ଜିଲାର ବିଭିନ୍ନ ଲୋକନାଟକ ମଧ୍ୟରେ ପ୍ରହ୍ଲାଦ ନାଟକ ସ୍ବତନ୍ତ୍ର। ଶୈବଭକ୍ତ ରାଜା ହିରଣ୍ୟକଶିପୁ ଓ ବିଷ୍ଣୁଭକ୍ତ ପ୍ରହ୍ଲାଦଙ୍କ ଲୀଳା ଏହି ନାଟକରେ ପ୍ରଦର୍ଶନ ହୁଏ। ଉକ୍ତ ନାଟକକୁ ଦେଶର ବିଭିନ୍ନ ସ୍ଥାନ ତଥା ଦେଶ ବାହାରେ ମଧ୍ୟ ପରିବେଷଣ କରାଯାଉଛି। ଏପରିକି ଗୁରୁ କୃଷ୍ଣଚନ୍ଦ୍ର ସାହୁ ଆମେରିକା, ଲଣ୍ଡନ ଆଦି ବିଦେଶରେ ମଧ୍ୟ ଏହି ନାଟକ ପରିବେଷଣ କରି ବିଶ୍ୱ ଦରବାରରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲେ।ଏହି ନାଟକସମ୍ପର୍କରେ ଗୁରୁ ଏ .ରାଜେନ୍ଦ୍ର ପାତ୍ର କୁହନ୍ତି ପ୍ରହ୍ଲାଦ ନାଟକର ଖଳନାୟକ ହିରଣ୍ୟକଶିପୁ ଓ ନାୟକ ପ୍ରହ୍ଲାଦ। ମଞ୍ଚ ନିକଟରେ ଥିବା ସହଯୋଗୀ ସଂଗୀତ ଶିଳ୍ପୀମାନେ ବିଭିନ୍ନ ରାଗରେ ଗୀତର ଶେଷପାଦକୁ ବାରମ୍ବାର ଆବୃତ୍ତି କରିଥା’ନ୍ତି। ଏଥିରେ ପ୍ରାୟ ୨୫ରୁ ୩୦ଜଣ କଳାକାର ଅଭିନୟ କରିଥା’ନ୍ତି। ପ୍ରାୟ ୫ରୁ ୭ଜଣ ସଂଗୀତ ସହଯୋଗୀ ଓ ୪ରୁ ୫ଜଣ ମଞ୍ଚ ସହଯୋଗୀ ରହିଥା’ନ୍ତି। କିନ୍ତୁ ନାରୀମାନେ ଏହି ନାଟକରେ ଅଭିନୟ କରନ୍ତି ନାହିଁ। ପୁରୁଷମାନେ ନାରୀ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥା’ନ୍ତି। ସନ୍ତୋଷ କୁମାର ରଣା କୁହନ୍ତି, ଦେଶର ବିଭିନ୍ନ ସ୍ଥାନରେ ଏହି ନାଟକକୁ ପରିବେଷଣ କରିବାର ସୁଯୋଗ ମିଳିପାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକରୂପ ନୃସିଂହ ଅବତାର। ତେବେ ଓଡ଼ିଶାରେ ନୃସିଂହ ପୂଜା ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ଉକ୍ତ ନାଟକରେ ଆଧ୍ୟାତ୍ମିକତାଭାବ ସୃଷ୍ଟି ହୋଇଥାଏ। କଳାକାରମାନେ ନିଷ୍ଠା, ଏକାଗ୍ରତାର ସହ ଦେବ ଆରାଧନା କରିଥା’ନ୍ତି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri