ନିୟମ ଭାଙ୍ଗି ଜରିମାନା ଦେଲେ ଚାନ୍ଦବାଲି ବିଧାୟକ

ପୁରୀ ଅଫିସ, ୭।୧୦: ଶ୍ରୀମନ୍ଦିର ସଂଲଗ୍ନ ନୋ ପାର୍କିଂ ଜୋନ୍‌ରେ ବୁଧବାର ନିୟମ ଉଲ୍ଲଂଘନ କରି ଚାନ୍ଦବାଲି ବିଧାୟକ ତଥା ବିଜେଡି ନେତା ବ୍ୟୋମକେଶ ରାୟ ୨ହଜାର ଟଙ୍କା ଜରିମାନା ଦେଇଛନ୍ତି। ସେହିପରି ସେ କଟକଣା ଭାଙ୍ଗି ସସ୍ତ୍ରୀକ ଶ୍ରୀମନ୍ଦିର ଯାଇ ମହାପ୍ରଭଙ୍କୁ ଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରରେ ଅର୍ଥାତ୍‌ ଶ୍ରୀମନ୍ଦିର ଚାରିପାଖରେ ଯାନବାହନ ରଖିବା ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ସେହିଭଳି ମରିଚିକୋଟଠାରୁ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ଶ୍ରୀମନ୍ଦିର ଆଡ଼କୁ ଛଡ଼ାଯାଉନାହିଁ। ଏହି କଟକଣା ଭାଙ୍ଗିଲେ ଜରିମାନା ଦେବାକୁ ପଡୁଛି। ବୁଧବାର ବିଧାୟକ ରାୟ ଏହି କଟକଣାକୁ ଉଲ୍ଲଂଘନ କରିଛନ୍ତି। ଅପରାହ୍ନ ପ୍ରାୟ ୨ଟାରେ ସେ ଏକ କାର୍‌ (ନଂ. ଓଡି ୨୨ ଏନ୍‌ ୦୦୦୧)ରେ ପୁରୀ ଆସିଥିଲେ। କାର୍‌ଟି ସିଂହଦ୍ୱାର ନିକଟ ଏମାର ମଙ୍ଗୁ ମଠ ପାଖରେ ରହିଥିଲା। ତେବେ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ନ ଥିଲେ। ସେଠାରେ ଗାଡ଼ି ରହିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରୟା ପ୍ରକାଶ ପାଇଥିଲା। ପୋଲିସ ପ୍ରଶାସନକୁ ଲୋକେ ସମାଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ପୋଲିସ ପ୍ରଶାସନର ଚେତା ପଶିଥିଲା। ରାତି ୮ଟା ୪୫ରେ ଘଟଣାସ୍ଥଳରେ ଟ୍ରାଫିକ ଥାନା ଏସ୍‌ଆଇ ଦିଲୀପ୍‌ କୁମାର ବେହେରା ପହଞ୍ଚତ୍ ଗାଡ଼ି ରଖିବାକୁ ବାରଣ କରିବା ସହ ଆଇନ ଉଲ୍ଲଂଘନ ଅଭିଯୋଗରେ ୨ହଜାର ଟଙ୍କା ଜରିମାନା କାଟିଥିଲେ। ବିଧାୟକ ରାୟ ଏହି ଜରିମାନା ଅର୍ଥ ଦେଇଥିବା ପୁରୀ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ କହିଛନ୍ତି। ସେହିପରି ମହାଳୟାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବାବେଳେ ବିଧାୟକ ରାୟ ଓ ତାଙ୍କ ସହଧର୍ମିଣୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା ଅଭିଯୋଗ ହୋଇଛି। ସାମାଜିକ କର୍ମୀ ତଥା କଂଗ୍ରେସ ଯୁବ ନେତା ସ୍ବାଧୀନ ପଣ୍ଡା ଏ ନେଇ ଅଭିଯୋଗ କରିଛନ୍ତି। ଯେଉଁଠାରେ ଭକ୍ତଙ୍କୁ ଶ୍ରୀମନ୍ଦିର ପରିସରକୁ ଛଡ଼ାଯାଉନାହିଁ, ସେଠାରେ ବିଧାୟକ ଓ ତାଙ୍କ ସହଧର୍ମିଣୀ କିପରି ଶ୍ରୀମନ୍ଦିର ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି। କେଉଁ ଅଧିକାରୀ ତାଙ୍କୁ ଅନୁମତି ଦେଲେ ଓ ଏ ନେଇ ସହଯୋଗ କଲେ ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ପଣ୍ଡା ଦାବି କରିଛନ୍ତି। ସିସିଟିଭି ଫୁଟେଜ ଅନୁଧ୍ୟାନ କଲେ ସତ୍ୟ ଲୋକଲୋଚନକୁ ଆସିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଏ ନେଇ ବିଧାୟକ ରାୟଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri