ଚନ୍ଦନଯାତ୍ରାର ହେବ ସିଧାପ୍ରସାରଣ

ପୁରୀ ଅଫିସ,୧୨ା୫:ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ ଚନ୍ଦନଯାତ୍ରା ସହ ରଥଯାତ୍ରା ପାଇଁ ରଥକାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି। ଚନ୍ଦନଯାତ୍ରାରେ ୫୦ରୁ ୬୫ ଜଣ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପାଦିତ ହେବ। ୨୧ଦିନ ଧରି ଚାଲିବାକୁ ଥିବା ଚନ୍ଦନ ଯାତ୍ରା ଶେଷ ନ ହେବା ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ। ବୁଧବାର ସେବାୟତଙ୍କ ଆରଟି-ପିସିଆର୍‌ କୋଭିଡ୍‌ ଟେଷ୍ଟିଂ କରାଯିବ। ସଂକ୍ରମିତ ହୋଇ ନ ଥିବା ସେବାୟତଙ୍କୁ ଚନ୍ଦନଯାତ୍ରାରେ ସେବା ଯୋଗାଇବାର ସୁବିଧା ମିଳିବ। ଉକ୍ତ ସେବାୟତଙ୍କୁ ସ୍ବତନ୍ତ୍ର ପାସ୍‌ ଦିଆଯିବ। ମହାପ୍ରଭୁଙ୍କର ଏହି ବାହାର ଚନ୍ଦନଯାତ୍ରାରେ ଭକ୍ତମାନେ ଉପସ୍ଥିତ ରହିପାରିବେ ନାହିଁ। ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ଚନ୍ଦନ ଚକଡ଼ା ଆଗକୁ ଯାଇପାରିବେ ନାହିଁ। ହେଲେ ଚନ୍ଦନଯାତ୍ରାର ସିଧା ପ୍ରସାରଣର ସୁବିଧା ଉପଲବ୍ଧ ହେବ। ଭକ୍ତମାନେ ଘରେ ରହି ସିଧା ପ୍ରସାରଣ ଦେଖିପାରିବେ।
ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଚନ୍ଦନଯାତ୍ରା ଓ ରଥଯାତ୍ରା ପରିଚାଳନାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ପାଳିଆ ସେବାୟତମାନଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଉଭୟ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତମାନେ ଏହି ଟେଷ୍ଟିଂ କରାଇବେ। ଅନ୍ୟପକ୍ଷରେ ବିନା ଭକ୍ତରେ ଚନ୍ଦନଯାତ୍ରା ଆୟୋଜନ ହେଉଥିବା ହେତୁ ଏକ ସ୍ବତନ୍ତ୍ର ଲାଇଭ୍‌ ଷ୍ଟ୍ରିମିଂ ବା ଧାରା ବିବରଣୀର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଉଛି ବୋଲି ଜିଲାପାଳ ବର୍ମା କହିଛନ୍ତି। ବୈଠକ ପରେ ରଥଖଳା ଓ ନରେନ୍ଦ୍ର ପୋଖରୀ ଚନ୍ଦନ ଚକଡ଼ା ପାଖରେ ପହଞ୍ଚତ୍ ଜିଲାପାଳ ସ୍ଥିତି ସମୀକ୍ଷା କରିବା ସହ କିଭଳି ଭାବେ ଏକ ନିୟନ୍ତ୍ରିତ ବ୍ୟବସ୍ଥାକୁ ଲାଗୁ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ସେବାୟତ ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ, ସଂକ୍ରମଣ ମଧ୍ୟରେ ମହାପ୍ରଭୁଙ୍କ ନୀତିକୁ ପ୍ରାଥମିକତା ଦିଆଯାଇ ବିନା ଭକ୍ତରେ ଚନ୍ଦନଯାତ୍ରା କରାଯିବା ନେଇ ନିଷ୍ପତ୍ତି ହୋଇଛି। ପ୍ରଶାସନର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ ହୋଇଥିବାବେଳେ ସେବାୟତ ଭାଇମାନେ ମଧ୍ୟ ନିଷ୍ଠାର ସହ ମହାପ୍ରଭୁଙ୍କ ସେବା କରି ଚନ୍ଦନଯାତ୍ରାକୁ ସଫଳ କରିବେ। ଅନ୍ୟପକ୍ଷରେ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇ ଆସିଲାଣି। ଶ୍ରୀମନ୍ଦିରଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆ ନିର୍ମାଣ ଶେଷ ହୋଇଛି। ମହାପ୍ରଭୁଙ୍କ ଜଳକ୍ରୀଡ଼ା କରିବା ପାଇଁ ପୁଷ୍କରିଣୀ ନିକଟରେ ଥିବା ମନ୍ଦିର ଓ ଚକଡ଼ାର ରଙ୍ଗ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ସେହିଭଳି ବିଭିନ୍ନ ବ୍ୟାରିକେଡିିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ମଙ୍ଗଳବାର ଆୟୋଜିତ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍‌ କୁମାର ଅଧ୍ୟକ୍ଷତା କରିଥିବାବେଳେ ଉପ ମୁଖ୍ୟପ୍ରଶାସକ ସମର୍ଥ ବର୍ମା, ପୁରୀ ଏସ୍‌ପି କନୱର ବିଶାଲ ସିଂ, ଛତିଶା ନିଯୋଗ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?