ଚନ୍ଦନଯାତ୍ରାର ହେବ ସିଧାପ୍ରସାରଣ

ପୁରୀ ଅଫିସ,୧୨ା୫:ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ ଚନ୍ଦନଯାତ୍ରା ସହ ରଥଯାତ୍ରା ପାଇଁ ରଥକାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି। ଚନ୍ଦନଯାତ୍ରାରେ ୫୦ରୁ ୬୫ ଜଣ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପାଦିତ ହେବ। ୨୧ଦିନ ଧରି ଚାଲିବାକୁ ଥିବା ଚନ୍ଦନ ଯାତ୍ରା ଶେଷ ନ ହେବା ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ। ବୁଧବାର ସେବାୟତଙ୍କ ଆରଟି-ପିସିଆର୍‌ କୋଭିଡ୍‌ ଟେଷ୍ଟିଂ କରାଯିବ। ସଂକ୍ରମିତ ହୋଇ ନ ଥିବା ସେବାୟତଙ୍କୁ ଚନ୍ଦନଯାତ୍ରାରେ ସେବା ଯୋଗାଇବାର ସୁବିଧା ମିଳିବ। ଉକ୍ତ ସେବାୟତଙ୍କୁ ସ୍ବତନ୍ତ୍ର ପାସ୍‌ ଦିଆଯିବ। ମହାପ୍ରଭୁଙ୍କର ଏହି ବାହାର ଚନ୍ଦନଯାତ୍ରାରେ ଭକ୍ତମାନେ ଉପସ୍ଥିତ ରହିପାରିବେ ନାହିଁ। ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ଚନ୍ଦନ ଚକଡ଼ା ଆଗକୁ ଯାଇପାରିବେ ନାହିଁ। ହେଲେ ଚନ୍ଦନଯାତ୍ରାର ସିଧା ପ୍ରସାରଣର ସୁବିଧା ଉପଲବ୍ଧ ହେବ। ଭକ୍ତମାନେ ଘରେ ରହି ସିଧା ପ୍ରସାରଣ ଦେଖିପାରିବେ।
ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଚନ୍ଦନଯାତ୍ରା ଓ ରଥଯାତ୍ରା ପରିଚାଳନାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ପାଳିଆ ସେବାୟତମାନଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଉଭୟ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତମାନେ ଏହି ଟେଷ୍ଟିଂ କରାଇବେ। ଅନ୍ୟପକ୍ଷରେ ବିନା ଭକ୍ତରେ ଚନ୍ଦନଯାତ୍ରା ଆୟୋଜନ ହେଉଥିବା ହେତୁ ଏକ ସ୍ବତନ୍ତ୍ର ଲାଇଭ୍‌ ଷ୍ଟ୍ରିମିଂ ବା ଧାରା ବିବରଣୀର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଉଛି ବୋଲି ଜିଲାପାଳ ବର୍ମା କହିଛନ୍ତି। ବୈଠକ ପରେ ରଥଖଳା ଓ ନରେନ୍ଦ୍ର ପୋଖରୀ ଚନ୍ଦନ ଚକଡ଼ା ପାଖରେ ପହଞ୍ଚତ୍ ଜିଲାପାଳ ସ୍ଥିତି ସମୀକ୍ଷା କରିବା ସହ କିଭଳି ଭାବେ ଏକ ନିୟନ୍ତ୍ରିତ ବ୍ୟବସ୍ଥାକୁ ଲାଗୁ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ସେବାୟତ ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ, ସଂକ୍ରମଣ ମଧ୍ୟରେ ମହାପ୍ରଭୁଙ୍କ ନୀତିକୁ ପ୍ରାଥମିକତା ଦିଆଯାଇ ବିନା ଭକ୍ତରେ ଚନ୍ଦନଯାତ୍ରା କରାଯିବା ନେଇ ନିଷ୍ପତ୍ତି ହୋଇଛି। ପ୍ରଶାସନର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ ହୋଇଥିବାବେଳେ ସେବାୟତ ଭାଇମାନେ ମଧ୍ୟ ନିଷ୍ଠାର ସହ ମହାପ୍ରଭୁଙ୍କ ସେବା କରି ଚନ୍ଦନଯାତ୍ରାକୁ ସଫଳ କରିବେ। ଅନ୍ୟପକ୍ଷରେ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇ ଆସିଲାଣି। ଶ୍ରୀମନ୍ଦିରଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆ ନିର୍ମାଣ ଶେଷ ହୋଇଛି। ମହାପ୍ରଭୁଙ୍କ ଜଳକ୍ରୀଡ଼ା କରିବା ପାଇଁ ପୁଷ୍କରିଣୀ ନିକଟରେ ଥିବା ମନ୍ଦିର ଓ ଚକଡ଼ାର ରଙ୍ଗ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ସେହିଭଳି ବିଭିନ୍ନ ବ୍ୟାରିକେଡିିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ମଙ୍ଗଳବାର ଆୟୋଜିତ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍‌ କୁମାର ଅଧ୍ୟକ୍ଷତା କରିଥିବାବେଳେ ଉପ ମୁଖ୍ୟପ୍ରଶାସକ ସମର୍ଥ ବର୍ମା, ପୁରୀ ଏସ୍‌ପି କନୱର ବିଶାଲ ସିଂ, ଛତିଶା ନିଯୋଗ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri