ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ: ଜାଣନ୍ତୁ କେତେବେଳେ…

ପୁରୀ,୩୦ା୬(ଅଜିତ୍‌ କୁମାର ମହାନ୍ତି):ଦାରୁବିଗ୍ରହମାନେ ନବଦିନାତ୍ମକ ଯାତ୍ରାରେ ଯାଇ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତି ୯ଟାରୁ ବିଳମ୍ବିତ ରାତି ୨ଟା ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ତେଣୁ ମହାପ୍ରଭୁଙ୍କ ବନକଲାଗି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦତ୍ତମହାପାତ୍ର ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି କରାଯାଇଥାଏ। ବନକଲାଗି ନୀତି ସମ୍ପନ୍ନ ପରେ ପୁଣି ଅନ୍ୟାନ୍ୟ ନୀତିକାନ୍ତି ଓ ଦର୍ଶନ ସ୍ବାଭାବିକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ଖଡିଆଳ କଂଗ୍ରେସର ବିରୋଧ

ଖଡ଼ିଆଳ,୧୪ା୭ (ସୁଜିତ କୁମାର ପ୍ରଧାନ)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନୂଆପଡ଼ା ଜିଲା ଖଡ଼ିଆଳ କଂଗ୍ରେସ ପକ୍ଷରୁ ବିରୋଧ...

କାର୍‌-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ପଁର୍ରାପାଟ ମନ୍ଦିର ନିକଟରେ ସୋମବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ ସଡକ ଦୁର୍ଘଟଣା ଘଟିଛି।...

ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ...

ଭାଜପାକୁ ଚେତାବନୀ ଦେଲେ ଓମାର ଅବଦୁଲ୍ଲା: କହିଲେ, କାଲି ଯଦି ନିର୍ବାଚନ ହୁଏ…

ଶ୍ରୀନଗର,୧୪।୭:ଜୁଲାଇ ୧୩ରେ ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ଶ୍ରୀନଗରର ଶହୀଦ କବରସ୍ଥାନରେ କାନ୍ଥ ଚଢ଼ି ପୋଲିସ ସହ ସଂଘର୍ଷର...

କଠୋର ହେଲା DGCA: ୨୧ ତାରିଖ ସୁଦ୍ଧା ବୋଇଂ ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭:ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସିବା ପରେ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନଗୁଡ଼ିକର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌...

ଝାଡାବାନ୍ତି ଅଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା। ପ୍ରଭାବରେ ୩ଜଣ ମୃତ୍ୟୁ ହୋଇଛି। ସୋମବାର...

ପାଣିରେ ପଡ଼ିଲା ଜାଡେଜାଙ୍କ ଲଢ଼ୁଆ ଅର୍ଦ୍ଧଶତକ: ରୋମାଞ୍ଚକ ମ୍ୟାଚ୍‌ରେ ହାରିଲା ଭାରତ

ଲଡର୍‌ସ, ୧୪।୭:ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୧୯୩ ରନ କରିପାରିଲାନି ଭାରତ। ଗୋଟିଏ ପଟରେ ଏକାକୀ ଲଢ଼େଇ କରି ଜାଡେଜା ୬୧...

ବରଗଡ଼ରେ ପୁଣି ସ୍କ୍ରବ ଟାଇଫସ୍: ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଆତଙ୍କିତ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ):  ବରଗଡ଼ ଜିଲାକୁ ପୁଣି ସ୍କ୍ରବ୍ ଟାଇଫସ୍ ରୋଗ ଫେରିଛି। ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri