ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୪ା୭(ବ୍ୟୁରୋ): ଓଡ଼ିଶା ସମେତ ୬ଟି ରାଜ୍ୟରେ କରୋନା ସଂକ୍ରମଣ କମୁ ନ ଥିବାରୁ ଏ ନେଇ କେନ୍ଦ୍ର ସରକାର ଏସବୁ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇଛନ୍ତି । ଓଡ଼ିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଏଆଇଆଇଏଚ୍‌ ଆଣ୍ଡ୍‌ ପିଏଚ୍‌ର ବିଶେଷଜ୍ଞ ଡା.ଏ.ଡାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କ ବଦଳରେ ଅନ୍ୟ ଜଣେ ବିଶେଷଜ୍ଞ ଆସିବେ ବୋଲି ଜଣାପଡ଼ିଛି। ସୋମବାର ଟିମ୍‌ ଓଡ଼ିଶାରେ ପହଞ୍ଚିବ। ଏହି ଦୁଇ ଜଣିଆ ଟିମ୍‌ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ କରୋନା ସଂକ୍ରମଣ ଉପରେ ଆଲୋଚନା କରିବେ। ପରବର୍ତ୍ତୀ ସମୟରେ ଆଉ କେତେକ ଜିଲା ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। କରୋନା ଟେଷ୍ଟିଂ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ତଦାରଖ କରିବ ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି, ସକାଳ ୮ଟାରୁ ଦର୍ଶନ

ପୁରୀ ଅଫିସ,୨୮।୬: ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜାରି ହୋଇଛି। ସକାଳ ୮ଟାରେ...

୧୫ରୁ ସମୁଦ୍ରରେ ମାଛଧରା କଟକଣା

ଭୁବନେଶ୍ବର, ୧୧ା୪(ବ୍ୟୁରୋ): ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ଆଣିବା ଲକ୍ଷ୍ୟରେ ସେମାନଙ୍କ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି କରାଯାଇଥାଏ।...

୬ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ମାଲକାନଗିରି,୧୯।୧୨(ଡି.ଏନ୍‌.ଏ): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜକୁ ୬...

ପଟାଙ୍ଗୀ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର

ରାୟଗଡ଼ା ଅଫିସ,୧୮ା୨: ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀ ସମେତ ଗଞ୍ଜାମ ଓ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ...

ପ୍ରଦୀପଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ,୨୪।୨: କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍‌। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ...

ନଭେମ୍ବର ୧୧ରୁ ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌

ଭୁବନେଶ୍ବର,୮।୧୧(ବ୍ୟୁରୋ): ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌  ୨୧-୨୨ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି । ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ...

ଗଡ଼ ଜିଣିବାକୁ କସରତ

ଭଦ୍ରକ ଅଫିସ, ୧୬।୧୦: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ସରିବା ପରେ ଗଡ଼ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି, କଂଗ୍ରେସ ସମେତ...

କମୁଛି ସଂଖ୍ୟା: ରାଜ୍ୟରେ ୭୭୮ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାକୁ ପଛରେ ପକାଇଲା ଅନୁଗୋଳ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୭୭୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୩୨୩କୁ ବୃଦ୍ଧି ପାଇଥିବା ରାଜ୍ୟ...

Advertisement
Archives

Model This Week