ଦେଶର ସମ୍ପତ୍ତି ଶାଗମାଛ ଦରରେ ବିକୁଛି କେନ୍ଦ୍ର: କଂଗ୍ରେସ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ଚଳିତ ମାସ ୨୩ ତାରିଖରେ ଘୋଷଣା କରିଥିଲେ। ଏଥିରେ ରାଜପଥ, ବନ୍ଦର, ବିମାନ ବନ୍ଦର, ରେଳପଥ, ଖଣି, ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା, ଷ୍ଟାଡିୟମ, ପାନ୍ଥନିବାସ ଭଳି ଅନେକ ସରକାରୀ ଉଦ୍ୟୋଗ ତଥା ପ୍ରକଳ୍ପଗୁଡିକୁ ସାମିଲ କରାଯାଇଛି। ଏ ବାବଦରେ କେନ୍ଦ୍ର ସରକାର ଆଗାମୀ ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମୋଦି ସରକାର ଦେଶର ବିକାଶ ନାଁରେ ଗୁଡ଼ାଏ ମିଛ ବିକ୍ରି ପରେ ଏବେ ଦେଶର ସମ୍ପତ୍ତି ବିକ୍ରି ଆରମ୍ଭ କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ ଆଣିଛି। ସୋମବାର ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଏ ନେଇ ଅଭିଯୋଗ ଆଣିବା ସହ କଡ଼ା ସମାଲୋଚନା କରି କହିଛନ୍ତି, ବିଗତ ୭ବର୍ଷ ମଧ୍ୟରେ ଦେଶରେ କେବଳ ଅର୍ଥନୀତି ବିନାଶ ପ୍ରକ୍ରିୟା ସୃଷ୍ଟି ହୋଇଛି। ୭୦ବର୍ଷର ସମ୍ପତ୍ତିକୁ କେନ୍ଦ୍ର ସରକାର ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଯେତେବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ମାସକୁ ଜିଏସ୍‌ଟି ବାବଦରେ ୧ଲକ୍ଷ କୋଟି ଟଙ୍କା ଆଦାୟ ହେଉଥିବା ଦାବି କରୁଛନ୍ତି, ସେତେବେଳେ ମାତ୍ର କେଇ ମାସର ଜିଏସ୍‌ଟି ଆଦାୟ ସହ ସମାନ ଅର୍ଥ ବଦଳରେ ଦେଶର ଏତେଗୁଡିଏ ସମ୍ପତ୍ତି ବିକିବା କେତେଦୂର ଯଥାର୍ଥ। କେନ୍ଦ୍ର ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ଦାବି କରିଛି। ଅପରପକ୍ଷରେ ଦେଶର ଅର୍ଥନୀତିରେ ସୃଷ୍ଟି ହୋଇଥିବା ଅସ୍ଥିରତା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଦେଶର ଅଭିବୃଦ୍ଧି ହାର ୪ ପ୍ରତିଶତ ରହିଛି। ଏଥିପାଇଁ କରୋନାକୁ ଦାୟୀ କରିବା ଠିକ୍‌ ନୁହେଁ ବୋଲି କାନୁନ୍‌ଗୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୭ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । କଟକରେ ଅଶ୍ବିନୀ ହସ୍ପିଟାଲ, ଯାଜପୁର ଡୁବୁରୀଠାରେ...

କଳାହୀରାର କଳାବଜାର

ଯାଜପୁର ଅଫିସ,୪।୧: କଳାହୀରା କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ଷଠିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବର୍ଷକ...

ରାଜ୍ୟରୁ ସୁସ୍ଥ ହେଲେ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ଲକ୍ଷ ୭୯ହଜାର୦୧୭ ଜଣ ସୁସ୍ଥ ହୋଇସାରିଲେଣି।...

୪୮ଘଣ୍ଟାରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା...

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ ଅଫିସ,୨।୨: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି। କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

ପେସା ଶିକ୍ଷକତା, ନିଶା ଜଙ୍ଗଲ ସୁରକ୍ଷା

ଆର.ଉଦୟଗିରି,୧୧ା୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଲ୍ଲିପଦର ଗାଁର ଜଣେ ବ୍ୟକ୍ତି ଶିକ୍ଷକତା କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ତାଙ୍କ ନିଶା ପାଲଟିଛି। କେବଳ...

ଆଜି ରାଜ୍ୟରେ ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୫୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ଆକର୍ଷଣ ସାଜିବ ରୁଷିଆର ଷ୍ଟେଟ୍‌ ହର୍‌ମିଟେଜ୍‌ ସଂଗ୍ରହାଳୟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। ହାତରେ ଆଉ ମାତ୍ର କେଇଟା ଦିନ। ମା’ଙ୍କୁ ସାଦରରେ ଆବାହନ କରିବା ପାଇଁ ବିଭିନ୍ନ ପୂଜା କମିଟି...

Advertisement
Archives

Model This Week