Posted inଜାତୀୟ

ଟିକା ବିକାଶ ପାଇଁ ଟଙ୍କା ଦେଇନି କେନ୍ଦ୍ର

କୋଭିଡ୍‌-୧୯ ଟିକାର ବିକାଶ ପାଇଁ ପିଏମ୍‌ କେୟାର୍ସ ପାଣ୍ଠିରୁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଘୋଷଣା କରାଯିବାର ୧୯ ମାସ ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ନାହିଁ। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ଟିକା ପ୍ରସ୍ତୁତି ନିମନ୍ତେ ପିଏମ୍‌ କେୟାର୍ସ ପାଣ୍ଠିର ଅନୁଦାନ ପରିମାଣ ଜାଣିବା ପାଇଁ ବାରମ୍ବାର ଆବେଦନ ଓ ଅପିଲ ପରେ ଆକ୍ଟିଭିଷ୍ଟ ନୌସେନାର ପୂର୍ବତନ ଅଧିକାରୀ କୋମୋଡୋର ଲୋକେଶ ବାତ୍ରାଙ୍କୁ ନିରାଶ ହେବାକୁ ପଡ଼ିଛି। ଆବଶ୍ୟକ ତଥ୍ୟ ନ ମିଳିବା ପରେ ବାତ୍ରା କହିଛନ୍ତି, ଟିକା ବିକଶିତ କରିବା ଲାଗି ଭାରତର କୌଣସି ବିଭାଗ ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ ଟଙ୍କାଟିଏ ବି ପାଇନାହିଁ। ଟିକାକରଣ ଆରମ୍ଭ ହେବା ପରଠାରୁ ଏହାର ଯୋଗାଣରେ ଅନେକ ବିଭ୍ରାଟ ଦେଖିବାକୁ ମିଳିଥିଲେ ହେଁ ଜରୁରୀ ସ୍ଥିତିରେ ନାଗରିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଗଠିତ ଏହି ପାଣ୍ଠି ପ୍ରତିଶ୍ରୁତି ମୁତାବକ ୧୦୦ କୋଟି ଟଙ୍କା ଦେବାରେ ବିଫଳ ହୋଇଛି।

ନୂଆଦିଲ୍ଲୀ,୧୯।୧: କୋଭିଡ୍‌-୧୯ ମହାମାରୀରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ହେଉଛି ଭାରତ। ୨୦୨୦ରେ କରୋନା ମାଡ଼ିଆସିବା ପରେ ମାର୍ଚ୍ଚ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ସିଚ୍ୟୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ୍‌ ନାମରେ ଏକ ପାଣ୍ଠି ଗଠନ କରିଥିଲେ। ଦେଶରେ ଟିକା ବିକଶିତ କରିବା ପାଇଁ ଏଥିରୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ସେତେବେଳେ କେନ୍ଦ୍ର ସରକାର ପ୍ରତିଶ୍ରୂତି ଦେଇଥିଲେ। କିନ୍ତୁ ଟିକା ପ୍ରସ୍ତୁତି ଲାଗି ପ୍ରତିଶ୍ରୂତି ମୁତାବକ ଉକ୍ତ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଇ ନ ଥିଲା। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ଏସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଉପରୋକ୍ତ ତଥ୍ୟ ପ୍ରଘଟ ହୋଇଛି।
୨୦୨୦ ମେ’ ୧୩ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଥିଲା ଯେ, ମୋଦି ସରକାର ଭାରତର କୋଭିଡ୍‌-୧୯ ଲଢ଼େଇ ପାଇଁ ୩,୧୦୦ କୋଟି ଟଙ୍କା ସହାୟତା ଦେବେ। କୋଭିଡ୍‌ ଟିକା ବିକାଶ ଓ ପ୍ରସ୍ତୁତକାରୀଙ୍କୁ ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ ୧୦୦ କୋଟି ଟଙ୍କା ଦିଆଯିବ। ପ୍ରିନ୍‌ସିପାଲ ସାଇଣ୍ଟିଫିକ୍‌ ଆଡ୍‌ଭାଇଜର କେ. ବିଜୟ ରାଘବନ୍‌ଙ୍କ ତତ୍ତ୍ୱାବଧାନରେ ଏହି ପାଣ୍ଠିର ଉପଯୁକ୍ତ ବିନିଯୋଗ କରାଯିବ ବୋଲି ଏଥିରେ ପ୍ରତିଶ୍ରୁତି ଦିଆଯାଇଥିଲା। ଆକ୍ଟିଭିଷ୍ଟ କୋମୋଡୋର ଲୋକେଶ ବାତ୍ରା ଆର୍‌ଟିଆଇ ଆଇନ ବଳରେ ୨୦୨୧ ଜୁଲାଇ ୧୬ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ ଏକ ଆବେଦନ କରିଥିଲେ। ମନ୍ତ୍ରଣାଳୟର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (ସିପିଆଇଓ)ଙ୍କ ନିକଟରେ ଦାଖଲ କରିଥିବା ଉକ୍ତ ଆବେଦନରେ ସେ ପିଏମ୍‌ କେୟାର୍ସ ପାଣ୍ଠିର ସମ୍ପୂର୍ଣ୍ଣ ଖର୍ଚ୍ଚ ବିବରଣୀ ଜାଣିବାକୁ ଚାହିଁଥିଲେ। ଆର୍ଥିକବର୍ଷ ଓ୍ବାରି ଭାକ୍ସିନ ନିର୍ମାଣ ଲାଗି ସରକାର ପିଏମ୍‌ କେୟାର୍ସରୁ କେତେ ଟଙ୍କା ଯୋଗାଇଦେଇଛନ୍ତି ସେନେଇ ନିର୍ଦ୍ଦିଷ୍ଟ ଭାବେ ବାତ୍ରା ତଥ୍ୟ ମାଗିଥିଲେ। ଏଥିସହ ଟିକା ବିକାଶ ପ୍ରକ୍ରିୟାରେ ନିୟୋଜିତ ଥିବା ସରକାରୀ କର୍ତ୍ତୃପକ୍ଷ, କମ୍ପାନୀ, ସଂସ୍ଥାଗୁଡ଼ିକର ନାମ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ଉତ୍ତର ନ ମିଳିବାରୁ ସେ ବାରମ୍ବାର ରିମାଣ୍ଡର ମଧ୍ୟ ଦେଇଥିଲେ। ତେବେ ଟିକା ବିକଶିତ କରିବା ଲାଗି କୌଣସି କମ୍ପାନୀକୁ ଟଙ୍କା ଦିଆଯାଇ ନ ଥିବା ବିଷୟ ଅବେଦନର ୪ ମାସ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବୀକାର କରିଥିଲା। କୋଭିଡ୍‌-୧୯ ଭାକ୍ସିନ ପ୍ରଶାସନ ଶାଖା ପକ୍ଷରୁ କୁହାଯାଇଥିଲା ଯେ, ଟିକା ବିକଶିତ କରିବା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିରୁ ଟଙ୍କାଟିଏ ବି ମିଳିନାହିଁ। ଏଥିସହ ସିପିଆଇଓ ଅଫିସ୍‌ ଉକ୍ତ ଆବେଦନକୁ ପିଏମ୍‌ଓ, ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ବାୟୋଟେକ୍ନୋଲୋଜି ବିଭାଗକୁ ପଠାଇଦେଇଥିବା କହିଥିଲା।
ପରେ ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ କହିଥିଲେ, ପିଏମ୍‌ କେୟାର୍ସ ପାଣ୍ଠିରୁ ଟିକା ପାଇଁ ଅର୍ଥ ଦିଆଯାଇ ନାହିଁ ବୋଲି ଆଇସିଏମ୍‌ଆର୍‌ ଦର୍ଶାଇଛନ୍ତି। ତେଣୁ ବାତ୍ରାଙ୍କ ଆବେଦନର ଜବାବ ଦିଆଯିବ ନାହିଁ। ପିଏମ୍‌ଓ ଏନେଇ କିଛି ଉତ୍ତର ନ ଦେବାରୁ ବାତ୍ରା ସେପ୍ଟେମ୍ବର ୮ରେ ପୁଣି ଅପିଲ କରିଥିଲେ। ଦୁଇଦିନ ପରେ ସିପିଆଇଓ ଅଫିସ ପକ୍ଷରୁ କୁହାଯାଇଥିଲା, ପିଏମ୍‌ କେୟାର୍ସ ଫଣ୍ଡ ଆର୍‌ଟିଆଇ ଆଇନ, ୨୦୦୫ ଧାରା ୨(ଏଚ୍‌) ଅନୁସାରେ ଏକ ସରକାରୀ କର୍ତ୍ତୃପକ୍ଷ ରୂପେ ଆସୁନାହିଁ। ପରବର୍ତ୍ତୀ ସମୟରେ ନୀତି ଆୟୋଗ ଏବଂ ସେଣ୍ଟ୍ରାଲ ଡ୍ରଗ୍‌ ଷ୍ଟାଣ୍ଡାଡର୍‌ସ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌ (ସିଡିଏସ୍‌ସିଓ)ଙ୍କ ନିକଟକୁ ବାତ୍ରାଙ୍କ ଆବେଦନ ପଠାଇଦିଆଯାଇଥିଲା। ସେପ୍ଟେମ୍ବର ୧୪ରେ ସିଡିଏସ୍‌ସିଓ ନିଜ ଓ୍ବେବ୍‌ସାଇଟ୍‌ରେ ବାତ୍ରାଙ୍କ ଆବେଦନର ଉତ୍ତର ରଖିଥିଲା। ସିଡିଏସ୍‌ସିଓ ଏକ ନିୟନ୍ତ୍ରକ ସଂସ୍ଥା। ଏହା ଔଷଧ ଏବଂ ଟିକାଗୁଡ଼ିକର ଗୁଣବତ୍ତା, ନିରାପତ୍ତା ଏବଂ କାର୍ଯ୍ୟଦକ୍ଷତାକୁ ନିୟନ୍ତ୍ରଣ କରିଥାଏ। ଟିକା ପାଇଁ ବଜେଟ ଆବଣ୍ଟନ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଥିଲା। ଅକ୍ଟୋବର ୧ରେ ପିଏମ୍‌ଓ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ସରକାରୀ କର୍ତ୍ତୃପକ୍ଷ ନୁହେଁ ବୋଲି ଦର୍ଶାଇ ଆବେଦନକାରୀଙ୍କ ସହ କୌଣସି ସୂଚନା ଶେୟାର ନ କରିବାକୁ କହିଥିଲା। ବାତ୍ରା କହିଛନ୍ତି, ସେ ପ୍ରଥମ ଅପିଲେଟ୍‌ ଅଧିକାରୀଙ୍କ ନିକଟକୁ ୭ ଥର ରିମାଇଣ୍ଡର ପଠାଇଥିଲେ। ଏଥିସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୋଡାଲ ସିପିଆଇଓଙ୍କୁ ମଧ୍ୟ ହସ୍ତକ୍ଷେପ ପାଇଁ ଜରୁରୀ ଇ-ମେଲ୍‌ ମଧ୍ୟ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଭାକ୍ସିନ ପ୍ରସ୍ତୁତି ପାଇଁ ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିବା ବିଷୟ କୌଣସି ବିଭାଗର ସିପିଆଇଓ ଉତ୍ତର ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri