ସିଡିଏମ୍‌ଓଙ୍କ ପ୍ରମାଣପତ୍ରକୁ କାଟିଦେଲେ ୪ ଡାକ୍ତର: ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ ହେଲେ ୬୭ ଦିବ୍ୟାଙ୍ଗ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ୧୬ ତାରିଖରେ ରାଜ୍ୟ ସରକାର ୬,୧୩୧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ମୋଟ ୧୧,୪୦୦ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସବୁ ପ୍ରକାର ପରୀକ୍ଷା ପରେ ଉପରୋକ୍ତ ନିଯୁକ୍ତି ଦିଆଯାଇଛି। ହେଲେ ବହୁ ଆଶାୟୀ ଦିବ୍ୟାଙ୍ଗ ସରକାରୀ ବ୍ୟବସ୍ଥାରେ ଛନ୍ଦି ହୋଇ ନିଯୁକ୍ତିରୁ ବଞ୍ଚତ୍ତ ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କଠାରୁ ସେମାନେ ପାଇଥିବା ଶାରୀରିକ ଅକ୍ଷମତା ପ୍ରମାଣପତ୍ରକୁ ନିଯୁକ୍ତିବେଳେ ୪ ଡାକ୍ତରଙ୍କ ଚୟନକାରୀ ବୋର୍ଡ କାଟିଦେଇ ଆଉ ଏକ ପ୍ରମାଣପତ୍ର ଦେଇଛି, ଯାହାକି ସେମାନଙ୍କ ନିଯୁକ୍ତି ସ୍ବପ୍ନକୁ ଚୂରମାର କରିଦେଇଛି। ଦୁଇ ପ୍ରମାଣପତ୍ର ସରକାରୀ ବ୍ୟବସ୍ଥାରୁ ମିଳିଥିବାବେଳେ ସେଥିରେ ଥିବା ଭିନ୍ନତା ବିରୋଧରେ ଆଶାୟୀ ଦିବ୍ୟାଙ୍ଗମାନେ କୋର୍ଟର ଆଶ୍ରୟ ନେବାକୁ ଯାଉଛନ୍ତି।

ପୁରୀ ଜିଲା ହନ୍ତୁକ ପଞ୍ଚାୟତ ବାଣିଆକେରା ଗଁାର ସୁକାନ୍ତ ମହାପାତ୍ର ୧୧,୪୦୦ ଶିକ୍ଷକ ପଦବୀ ମଧ୍ୟରୁ ସଂସ୍କୃତ ଶିକ୍ଷକ ପାଇଁ ଆବେଦନ କରିଥିଲେ। ସୁକାନ୍ତ ହେଉଛନ୍ତି ଦିବ୍ୟାଙ୍ଗ।

ସଂସ୍କୃତ ଶିକ୍ଷକ ଲାଗି ମୋଟ ୧,୨୬୦ ପଦବୀ ରହିଥିଲା। ଦିବ୍ୟାଙ୍ଗଙ୍କ ପାଇଁ ୧୪୩ ପଦବୀ ସଂରକ୍ଷିତ ରହିଥିଲା। ସୁକାନ୍ତ ଏଥିପାଇଁ ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ ଅଫିସ୍‌ରୁ ଡାକରା ଆସିଲା। ପ୍ରବେଶିକା ପରୀକ୍ଷାଫଳ ଅନୁଯାୟୀ ତାଙ୍କୁ ଜିଲା ଏବଂ ସ୍କୁଲ ବାଛିବାକୁ ଦିଆଗଲା। ତାଙ୍କୁ ଗଞ୍ଜାମ ଜିଲାର ବେଗୁନିଆପଡ଼ାସ୍ଥିତ ଜନତା ନୋଡାଲ ହାଇସ୍କୁଲରେ ନିଯୁକ୍ତି ଲାଗି ଚୟନ କରାଗଲା। ସେହି ସମୟରେ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍‌ରେ ସୁକାନ୍ତଙ୍କ ଶାରୀରିକ ଅକ୍ଷମ ଥିବାର ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ସିଡିଏମ୍‌ଓଙ୍କ ତରଫରୁ ମିଳିଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଗ୍ରହଣ କରିବା ପରେ ଯାଇ ତାଙ୍କୁ ସ୍କୁଲ ବାଛିବାର ସୁଯୋଗ ମିଳିଥିଲା। ହେଲେ ଶିକ୍ଷକ ପଦବୀରେ ନିଯୁକ୍ତିପତ୍ର ଦେବା ପୂର୍ବରୁ ଗତ ଡିସେମ୍ବର ୧୫ରେ ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଚୟନ ହୋଇଥିବା ୧୪୩ ଆଶାୟୀ ଶିକ୍ଷକଙ୍କୁ ନେଇ ପୁଣି ପରୀକ୍ଷା କରାଗଲା। ୪ ଜଣିଆ ଡାକ୍ତରୀ ବୋର୍ଡ ବସି ସେମାନେ କେତେ ପ୍ରତିଶତ ଦିବ୍ୟାଙ୍ଗ ତାହାକୁ ନେଇ ସାର୍ଟିଫିକେଟ ଦେଲେ। ଫଳରେ ସୁକାନ୍ତ ସମେତ ୬୭ ଜଣ ଦିବ୍ୟାଙ୍ଗ ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହେଲେ। ସୁକାନ୍ତ ଏଭଳି ଚୟନ ପଦ୍ଧତିକୁ ନେଇ ପ୍ରଶ୍ନ ଉଠାଇବା ସହିତ ସରକାରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, ଯଦି ସେ ୫୦% ପରମାନେଣ୍ଟ ଦିବ୍ୟାଙ୍ଗ ଥିବା ସିଡିଏମ୍‌ଓ ସାର୍ଟିଫିକେଟ ଦେଇଛନ୍ତି ଏବଂ ତାହାକୁ ଆଧାର କରି ୨୦୧୫ ମେ ୧ରୁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି, ତେବେ ଏଠାରେ ବୋର୍ଡ ତାଙ୍କୁ କେମିତି କାଟିଲେ। ବୋର୍ଡ କେଉଁ ଆଧାରରେ ୨୦% ଟେମ୍ପରାରି ଦିବ୍ୟାଙ୍ଗ ବୋଲି ରିପୋର୍ଟ ଦେଲେ। ତେବେ ସିଡିଏମ୍‌ଓ ଏବଂ ଚୟନକାରୀ ବୋର୍ଡ ମଧ୍ୟରୁ କିଏ ଠିକ୍‌, କିଏ ଭୁଲ୍‌ ସରକାର ଉତ୍ତର ରଖନ୍ତୁ ବୋଲି ସୁକାନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱରର ରେଣୁବାଳା ପ୍ରଧାନ ସମାନ ଅଭିଯୋଗ ଆଣିଛନ୍ତି। ସବୁ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ୱେ ଦିବ୍ୟାଙ୍ଗ ସାର୍ଟିଫିକେଟରେ ୬୦% ଅକ୍ଷମତା ଥାଇ ମଧ୍ୟ କିପରି ତାଙ୍କୁ ବାଦ୍‌ ଦିଆଗଲା। ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ତାଙ୍କୁ ୪୦% ଅକ୍ଷମତା ଦର୍ଶାଯାଇ କାହିଁକି ବାଦ୍‌ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଏଭଳି ଅନେକ ଦିବ୍ୟାଙ୍ଗ ଆଶାୟୀ ଏଥିରୁ ବାଦ୍‌ ପଡିଥିବା ସେ କହିଛନ୍ତି। ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଟେଲିଫୋନ୍‌ ଯୋଗେ କିଛି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚତ୍ଛି। ଦିବ୍ୟାଙ୍ଗ ଆଶାୟୀଙ୍କ ଯେଉଁ ସମସ୍ୟା ହୋଇଛି ତାହା ଲିଖିତ ଆକାରରେ ଜଣାଇବା ପରେ ସମାଧାନ ଲାଗି ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନିଯୁକ୍ତି ପାଇଥିବା କେତେଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଦିବ୍ୟାଙ୍ଗ ଆଶାୟୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଗଣଶିକ୍ଷା ବିଭାଗ ଏସ୍‌ଓପି ଜାରି କରିବା ସହ ଯେକୌଣସି ସୂତ୍ରରୁ ଅଭିଯୋଗ ଆସିଲେ ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ କରିବା ଲାଗି ଜିଲା ଶିକ୍ଷା ଅଧିକାରୀମାନଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?