Posted inଜାତୀୟ

ଅଫ୍‌ଲାଇନରେ ହେବ ସିବିଏସ୍‌ଇ, ସିଆଇଏସ୍‌ସିଇ ପରୀକ୍ଷା

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହାଇବ୍ରିଡ୍‌ କିମ୍ବା ଭର୍ଚୁଆଲ ମୋଡ୍‌ରେ କରିବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବଂ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ୍‌ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିିଇ)ର ୬ ଜଣ ଛାତ୍ରୀଛାତ୍ର ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ଲାଗି ଅନୁମତି ଦେବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ଗୋଳିଆମିଶା ନ କରିବା ଲାଗି ଅଦାଲତ କହିବା ସହ ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ସିବିଏସ୍‌ଇ ଟର୍ମ-୧ ପରୀକ୍ଷା ୧୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ୨୨ରୁ ସିଆଇଏସ୍‌ସିଇ ବୋର୍ଡ ପରୀକ୍ଷାର ସେମିଷ୍ଟର-୧ ଆରମ୍ଭ ହେବାକୁ ଯାଉଛି। ତେଣୁ ବର୍ତ୍ତମାନ ସ୍ଥିତିରେ ସମୁଦାୟ ପରୀକ୍ଷା ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଏବଂ ବ୍ୟାଘାତ ସୃଷ୍ଟି କରିବା ଠିକ୍‌ ହେବନାହିଁ ବୋଲି ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ କହିଥିଲେ। ସିବିଏସ୍‌ଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହି ଅଦାଲତଙ୍କୁ କହିଥିଲେ, ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଅଫ୍‌ଲାଇନ ମୋଡ୍‌ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସମସ୍ତ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ର ସଂଖ୍ୟା ୬,୫୦୦ରୁ ୧୫,୦୦୦କୁ ବଢ଼ାଇ ଦିଆଯାଇଛି। ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଆବେଦନ କରିବାରେ ବହୁତ ବିଳମ୍ବ ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଅନୁଚ୍ଛେଦ-୩୭୦ ନେଇ ଭୟଭୀତ ଥିଲେ ଆତଙ୍କବାଦୀ: ଦିଲ୍ଲୀ-ପଞ୍ଜାବରେ ଆକ୍ରମଣ ପାଇଁ ଦାବିନ୍ଦରଙ୍କ ସହିତ ରଚିଥିଲେ ଷଡ଼ଯନ୍ତ୍ର

ଶ୍ରୀନଗର,୧୪।୧: ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରଖିବା ଥିବା ଅଭିଯୋଗରେ ଗିରଫ ହୋଇଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁପ୍ତ ତଥ୍ୟର ପର୍ଦ୍ଦାଫାଶ୍‌...

ଇଦ୍‌-ଉଜ୍‌-ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ଆଜି ପବିତ୍ର ଇଦ୍‌-ଉଜ୍‌-ଜୁହା। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ଦେଶର ମୁସଲମାନ ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା...

ଅକ୍ସିଜେନ୍ କମ୍ ପାଇଁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି କରୋନା ରୋଗୀଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୨୪ ।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ କରୋନା ମହାମାରୀକୁ ନେଇ ପରିବେଶ ରହିଥିଲା ସରଗରମ । ବିରୋଧୀ କରୋନାର ଦ୍ୱିତୀୟ...

ଘରୋଇ ହିଂସା ଆଇନ: ବିଧବାଙ୍କୁ ଭରଣପୋଷଣ ଦେବେ ସ୍ବାମୀଙ୍କ ଭାଇ

ନୂଆଦିଲ୍ଲୀ,୨୭ା୫(ପି.ଟି.): ଘରୋଇ ହିଂସା ଆଇନ ଅନୁଯାୟୀ ଜଣେ ବିଧବା ମହିଳାଙ୍କୁ ଭରଣପୋଷଣ ଦେବାକୁ ତାଙ୍କ ଦେଡଶୁର କିମ୍ବା ଦିଅରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ଏକ...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୮।୯: କରୋନା ମହାମାରୀରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତିି ଗ୍ରହଣ କରିବେ। ଏହି ଯୋଜନା ଅନ୍ତର୍ଗତ ଦେଶର...

୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ...

ପଶ୍ଚିମବଙ୍ଗର ୨୦୩ ଆସନ ବାକି

ନୂଆଦିଲ୍ଲୀ,୭ା୪: ତାମିଲନାଡୁର ୨୩୪, କେରଳ ୧୪୦ ଓ ପୁଡ଼ୁଚେରୀର ୩୦ ଆସନରେ ମଙ୍ଗଳବାର ନିର୍ବାଚନ ଶେଷ ହୋଇଛି। ଆସାମରେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୮୬ ଆସନରେ...

ସିଏଏ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା

ମୁଜଫରନଗର,୪।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ମୁଜଫରନଗର ଗସ୍ତ କରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କୁ ଓ ମୃତକଙ୍କ...

Advertisement
Archives

Model This Week