ଚର୍ଚ୍ଚାରେ ହତ୍ୟାର କାରଣ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୩୧ା୧:ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। କ୍ରାଇମ୍‌ବ୍ରାଞ୍ଚ ରବିବାରଠାରୁ ପହଞ୍ଚତ୍ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ଝାରସୁଗୁଡ଼ା ଏସ୍‌ପି ରାହୁଲ୍‌ ଜୈନ ସୁନ୍ଦରଗଡ଼ ଶଙ୍କରାସ୍ଥିତ ରିଜର୍ଭ ପୋଲିସ ଲାଇନକୁ ଯାଇ ସେଠାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ରବିବାର ରାତିରୁ ମାରାଥନ ଜେରା କରିଛନ୍ତି। ସୋମବାର ଅପରାହ୍ନରେ ଅଭିଯୁକ୍ତ ଗୋପାଳଙ୍କୁ ଗିରଫ ଦର୍ଶାଯାଇଥିଲା। ପରେ ତାଙ୍କୁ ସନ୍ଧ୍ୟା ୭ଟାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁନ୍ଦରଗଡ଼ରୁ ଝାରସୁଗୁଡ଼ା ଅଣାଯାଇ ରାତି ପ୍ରାୟ ୧୦ଟାରେ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପଟେ ଝାରସୁଗୁଡ଼ା ଏସ୍‌ପି ଜୈନ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ହେଲେ ପୋଲିସ ପୋଷାକରେ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଗୋପାଳ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ ତାହା ସ୍ପଷ୍ଟ କରାଯାଇନାହିଁ। ହତ୍ୟାର କାରଣ ଗୋପାଳ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ଏବଂ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ନା ନାହିଁ, ସେନେଇ କ୍ରାଇମ୍‌ବ୍ରାଞ୍ଚ କିଛି କହୁ ନାହିଁ। ସାରା ଦେଶରେ ଏହି ହତ୍ୟାକାଣ୍ଡ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ହତ୍ୟାର କାରଣ ଉପରେ ସମସ୍ତଙ୍କ ନଜର ରହିଛି। ଖୋଦ୍‌ ଜଣେ ପୋଲିସ କର୍ମଚାରୀ ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପୂରା ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ଏବେ ହତ୍ୟା କାରଣ ସମ୍ପର୍କରେ ପର୍ଦ୍ଦାଫାଶ କରୁ ନ ଥିବା କୁହାଯାଉଛି। ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ସ୍ପଷ୍ଟ ଭାବେ ଏହି ହତ୍ୟା ଘଟଣାକୁ ବଡ଼ ଏବଂ ଉପରସ୍ତରର ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ଏପରି କି ସେମାନେ ତଦନ୍ତ କରୁଥିବା ସଂସ୍ଥା ଏବଂ ଅଧିକାରୀଙ୍କ ଉପରେ ଭରସା କରିପାରୁ ନାହାନ୍ତି। ଭାଜପା ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବାବେଳେ କଂଗ୍ରେସ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ କହିଛି।
ଅନ୍ୟପକ୍ଷରେ ମନ୍ତ୍ରୀଙ୍କୁ ଗୁଳି କରାଯିବା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଥାନାରେ ଏତଲା ଦେଇଛନ୍ତି। ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଏଏସ୍‌ଆଇ ଗୋପାଳ ଗୁଳି କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ମନ୍ତ୍ରୀ ନବ ଦାସଙ୍କ କାର୍‌ ଗାନ୍ଧୀ ଛକ ନିକଟରେ ରବିବାର ମଧ୍ୟାହ୍ନ ୧୨ଟା ୧୫ମିନିଟରେ ପହଞ୍ଚତ୍ଥିଲା। ତାଙ୍କୁ କାର୍‌ ଭିତରୁ ସମର୍ଥକମାନେ ପୁଷ୍ପମାଲ୍ୟ ଦେଇ ପାଛୋଟି ଆଣିବା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଏଏସ୍‌ଆଇ ଗୋପାଳ ନବଙ୍କୁ ଅତି ନିକଟରୁ ୯ଏମ୍‌ଏମ୍‌ ସର୍ଭିସ ପିସ୍ତଲ୍‌ରୁ ଗୁଳି କରିଥିଲେ। ଗୁଳିଟି ନବଙ୍କ ଛାତିରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଆଇଆଇସି ସ୍ବାଇଁ ଏବଂ ରାମପୁର ପୋଲିସ ଫାଣ୍ଡିର କନଷ୍ଟେବଳ କେ.ସି. ପ୍ରଧାନ ଯେତେବେଳେ ଗୋପାଳଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ, ସେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଥାନାଧିକାରୀଙ୍କ ହାତ ଆଙ୍ଗୁଠିରେ କ୍ଷତ ସୃଷ୍ଟି ହେବା ସହ ଜୀବନ ନାୟକ ନାମକ ଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଗୋପାଳଙ୍କ ଠାରୁ ପିସ୍ତଲ ଜବତ କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ସୁନ୍ଦରଗଡ଼ ରିଜର୍ଭ ପୋଲିସ ଲାଇନ୍‌କୁ ନିଆଯାଇ ସେଠାରେ ରଖାଯାଇଥିଲା। ସେଠାରେ ସୁନ୍ଦରଗଡ଼ ଏସ୍‌ପି ଦାୟିତ୍ୱରେ ଥିବା ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଗୋପାଳ କାହିଁକି ଗୁଳି କଲେ, ମନ୍ତ୍ରୀ ଦାସଙ୍କ ସହ ତାଙ୍କର ପୂର୍ବରୁ ଶତ୍ରୁତା ଥିଲା କି ନାହିଁ, ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ୭ଦିନ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?