ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। କୁକୁରକୁ ବିଲେଇ ଛୁଆଟି ଏଭଳି ଡରାଇ ଦେଉଛି ତାକୁ ଗୋଡ଼ାଇ ଗୋଡ଼ାଇ ଆଣି ଘରେ ପୂରାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Puppy brings home an abandoned kitten…
And that’s the tweet for humans pic.twitter.com/Zw97INkzyr— Susanta Nanda IFS (@susantananda3) December 19, 2021