ତୃଣମୂଳସ୍ତରରେ ବରିଷ୍ଠ ନାଗରିକଙ୍କ ଯତ୍ନ ବଡ଼ ଆହ୍ବାନ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆସନ୍ତା ୨୦୩୧ ସୁଦ୍ଧା ଭାରତର ମୋଟ୍‌ ଜନସଂଖ୍ୟାର ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ନେଇ ପୂରଣ ହେବ। ତେଣୁ ଜିଲା ତଥା ତୃଣମୂଳସ୍ତରରେ ଥିବା ମାନବ ସମ୍ବଳ ଏବଂ ଭିତ୍ତିଭୂମିକୁ ଉପଯୁକ୍ତ ଭାବେ ବିନିଯୋଗପୂର୍ବକ ବରିଷ୍ଠ ନାଗରିକଙ୍କ ସମ୍ପୂର୍ଣ୍ଣ ଯତ୍ନ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ମଙ୍ଗଳବାର ଏମ୍ସ ଭୁବନେଶ୍ୱରର କମ୍ୟୁନିିଟି ମେଡିସିନ୍‌ ଏବଂ ଫ୍ୟାମିଲି ମେଡିସିନ୍‌ ବିଭାଗ ପକ୍ଷରୁ ଆୟୋଜିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଏହି ମତପ୍ରକାଶ ପାଇଛି।
ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ଏହି ତିନି ଦିନିଆ ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲ ରାଉରକେଲାର ମେଡିସିନ୍‌ ଏବଂ ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞ ତଥା ବରିଷ୍ଠ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ସମ୍ପୂର୍ଣ୍ଣ ଚିକିତ୍ସା ତଥା ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ସମ୍ପର୍କରେ ତାଲିମ ଦିଆଯାଇଥିଲା। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, ରାଜ୍ୟ ଏନ୍‌ସିିଡି ସେଲ୍‌ର ଡା. ସୁଶାନ୍ତ କୁମାର ସ୍ବାଇଁ ଯୋଗଦେଇ ଅଦ୍ୟାବଧି ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବାକୁ ନେଇ ରହିଥିବା ନାନା ପ୍ରତିବନ୍ଧକ ତଥା ଏହାର ପ୍ରତିକାର ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଶିବିରରୁ ତାଲିମ ନେଇଥିବା ମାଷ୍ଟର ତାଲିମଦାତାମାନେ ସେମାନଙ୍କର ସମ୍ପୃକ୍ତ ଅଞ୍ଚଳରେ ବାର୍ଦ୍ଧକ୍ୟ ଅବସ୍ଥାରେ ଆବଶ୍ୟକ ହେଉଥିବା ଚିକିତ୍ସା ସମ୍ବନ୍ଧରେ ତଦାରଖ କରିବେ। ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାଜନିତ ରୋଗର ଉପଯୁକ୍ତ ଚିକିତ୍ସା ପ୍ରଦାନ ନେଇ କ୍ଷେତ୍ର ପ୍ରସ୍ତୁତ କରିବା ଏହି ଶିବିରର ପ୍ରମୁଖ ଲକ୍ଷ୍ୟ ଥିଲା। ମେଡିସିନ୍‌, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଫିଜିକାଲ୍‌ ମେଡିସିନ୍‌ ଏବଂ ପୁନର୍ବାସ, ୟୁରୋଲୋଜି, ସ୍ନାୟୁବିଜ୍ଞାନ, ପଲ୍‌ମୋନାରି ମେଡିସିନ୍‌, ଅଙ୍କୋଲୋଜି, ସାଇକିଆଟ୍ରି, ଏଣ୍ଡୋକ୍ରାଇନୋଲୋଜି ଏବଂ କାର୍ଡିଓଲୋଜି ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ବହୁମୁଖୀ ଦଳ ଏହି ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଡିନ୍‌ ଡା. ଦେବାଶିଷ ହୋତା, ପ୍ରଫେସର ଡା. ସୋନୁ ଏଚ୍‌ ସୁବା, ପ୍ରଫେସର ଡା. ବିନୋଦ କୁମାର ପାତ୍ରୋ, ଡା. ଅନ୍ନୁ ଆଣ୍ଟୋନି ପ୍ରମୁଖ ବିଶେଷଜ୍ଞମାନେ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri