ନୂଆ ରୂପ ପାଇବ ରାଜଧାନୀ ଶ୍ମଶାନ

ଭୁବନେଶ୍ୱର,୧୦।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ୬୭ ୱାର୍ଡରେ ଥିବା ସମସ୍ତ ଶ୍ମଶାନକୁ ନୂଆ ରୂପ ମିଳିବ। ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦ୍ବାରା ଏ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଶ୍ମଶାନର ପାଚେରି ନିର୍ମାଣ କରାଯିବା ସହ ଶବ ଦାହ ଗୃହ, ପେଣ୍ଡାଲ, ପାଣି ବ୍ୟବସ୍ଥା, ଶୌଚାଳୟ ସହ ବସିବା ସ୍ଥାନ ରହିବ। ଏହା ସହ ପ୍ରତ୍ୟେକ ଶ୍ମଶାନରେ ଚାରା ରୋପଣ କରାଯିବ। ୱାର୍ଡ ଅଫିସର ନିଜ ନିଜ ୱାର୍ଡରେ ଥିବା ଶ୍ମଶାନ ବୁଲିବା ସହ ତା’ର ସ୍ଥିତି ଯାଞ୍ଚ କରିବାକୁ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଲାଗି ବିଏମ୍‌ସି ନିରନ୍ତର ତା’ର ଉଦ୍ୟମ ଚଲାଇଥିବା କମିଶନର କହିଛନ୍ତି। ମୁଖ୍ୟ କଥା ହେଲା ନିକଟରେ କିଛି ଗ୍ରାମ ପଞ୍ଚାୟତ ବିଏମ୍‌ସିରେ ସାମିଲ ହୋଇଛି। ପୂର୍ବରୁ ଯେହେତୁ ତାହା ପୌରାଞ୍ଚଳରେ ସାମିଲ ହୋଇ ନ ଥିଲା। ସେଠାରେ ସହରୀ ସେବା ସହ ସହରି ଭିତ୍ତିଭୂମିର ବିକାଶ ଠିକ୍‌ ଭାବେ ହୋଇପାରି ନ ଥିଲା। ନୂଆ କରି ସାମିଲ ହୋଇଥିବା ଅଞ୍ଚଳଗୁଡ଼ିକ ଡ୍ରେନ, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ସହ ବିଏମ୍‌ସିଠୁ ମିଳୁଥିବା ସବୁ ସେବା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମୁକ୍ତା ଯୋଜନା ଅଧୀନରେ ଏହି ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ସ୍ଥିର କରାଯାଇଛି।
ସେପଟେ ସହରର ପ୍ରମୁଖ ଶ୍ମଶାନଗୁଡ଼ିକ ସ୍ଥିତି ମଧ୍ୟ କିଛି ଖାସ୍‌ ନାହିଁ। କୋଭିଡ୍‌ ସମୟରେ କିଛି ଶ୍ମଶାନର ପୁନରୁଦ୍ଧାର କରାଯାଇଥିଲା। ରାଜଧାନୀ ଭୁବନେଶ୍ବରରେ ହିଁ ମୃତ କୋଭିଡ ରୋଗୀଙ୍କର ଶବ ଦାହ କରାଯାଉଥିଲା। ଏଥିଲାଗି ସତ୍ୟନଗର, ଆଇଗିଣିଆ, ସୁନ୍ଦରପଦା, ପଟିଆ ଭଳି କିଛି ପ୍ରମୁଖ ଶ୍ମଶାନର ପୁନରୁଦ୍ଧାର କରାଯାଇ ଗ୍ୟାସ ଚୁଲା ଲଗାଯାଇଥିଲା, ହେଲେ ସମୟାନୁକ୍ରମେ ଏବେ ଉକ୍ତ ଶ୍ମଶାନ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ବିଏମସି ପକ୍ଷରୁ ଶ୍ମଶାନ ପୁନରୁଦ୍ଧାର କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ୱାର୍ଡ ଅଫିସରଙ୍କୁ ନିଜ ନିଜ ୱାର୍ଡରେ ଥିବା ଶ୍ମଶାନ ସଂଖ୍ୟା ପ୍ରଦାନ କରିବା ସହ ତା’ର ବର୍ତ୍ତମାନ ସ୍ଥିତିର ଫଟୋ ଉଠାଇ ଦାଖଲ କରିବାକୁ କୁହାଯାଇଥିଲା। ଗୁରୁବାର କେତେଜଣ ଓ୍ବାର୍ଡ ଅଫିସର ସେମାନଙ୍କ ଓ୍ବାର୍ଡରେ ଥିବା ଶ୍ମଶାନର ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି। ସହରର ପ୍ରମୁଖ ୱାର୍ଡଗୁଡ଼ିକ ଗ୍ୟାସ ଚୁଲା ଯୁକ୍ତ ଶ୍ମଶାନ ନିର୍ମାଣ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ପୌର ନିର୍ବାଚନ ପରଠାରୁ ପ୍ରତ୍ୟେକ ୱାର୍ଡରେ ଏକାଧିକ ବିକାଶମୂଳକ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ନୂଆ ଡ୍ରେନ, ମିନି ପାର୍କ, ପେଭର ବ୍ଲକ ପକ୍କା ରାସ୍ତା ଆଦିର ନିର୍ମାଣ ଜାରି ରହିଥିବାବେଳେ ସବୁ ୱାର୍ଡରେ ନେବରହୁଡ ମାର୍କେଟ କରାଯିବାକୁ ପ୍ରସ୍ତାବ ରହିଛି। ଜାତୀୟ ସ୍ତରରେ ଭୁବନେଶ୍ବରକୁ ଶୀର୍ଷରେ ପହଞ୍ଚାଇବା ଲାଗି ବିଏମ୍‌ସି ତା’ର ନାଗରିକଙ୍କୁ ଅପିଲ କରିଛି। ସହରକୁ ସ୍ବଚ୍ଛ ରଖିବାକୁ ବିଏମ୍‌ସି ନାଗରିକଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri