ଛତୁଆ ପ୍ରସ୍ତୁତ ହୋଇନି, ବଣ୍ଟନ ଦର୍ଶାଯାଉଛି

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ)ଗହମ ଅଭାବରୁ ସୁବର୍ଣ୍ଣପୁର ଜିଲାର ୬ଟି ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ଛତୁଆ ପ୍ରସ୍ତୁତ ହୋଇ ପାରି ନ ଥିଲା। ଜିଲାର ଡୁଙ୍ଗୁରିପାଲି, ତରଭା ବ୍ଲକରେ ମେ ମାସରେ କେତେଜଣ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ ହୋଇଥିବା ବେଳେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଆଦୌ ବଣ୍ଟନ ହୋଇନି। ସେହିପରି ବିନିକା, ସୋନପୁର, ଉଲ୍‌ୁଣ୍ଡା ଓ ବୀରମହାରାଜପୁର ବ୍ଲକରେ ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସରେ ଛତୁଆ ବଣ୍ଟନ ହୋଇନାହିଁ। ଆବଶ୍ୟକତା ସମୟରେ ରାଜ୍ୟ ସରକାର ଗହମ ଯୋଗାଇ ନ ପାରିବାରୁ ଜିଲାରେ ଶିଶୁ ଓ ମାତୃ ମଙ୍ଗଳ ଯୋଜନା ବାଟବଣା ହୋଇଛି। ଏବେ ଗହମ ଯୋଗାଣ ହୋଇଥିବା ବେଳେ ଗହମ ଗୁଣ୍ଡ ହୋଇନି କି ଛତୁଆ ପ୍ରସ୍ତୁତ ହୋଇନି। କିନ୍ତୁ ହିତାଧିକାରୀଙ୍କୁ ଛତୁଆ ପ୍ରଦାନ କରା ଯାଇଥିବା ଭଳି ଭୁଲ ତଥ୍ୟ ସରକାରଙ୍କ ପୋଷଣ ଟ୍ରାକର ପୋର୍ଟାଲରେ ଅପ୍‌ଲୋଡ କରାଯାଇଛି। ଏଭଳି ବେଆଇନ କାର୍ଯ୍ୟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିବା ପରେ ଜିଲା ପ୍ରଶାସନ ପକ୍ଷରୁ ଶନିବାର ତଦନ୍ତ ହୋଇଛି ।
ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ପୋଷଣ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ମା’ର ସ୍ବାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ନିରାପଦ ମାତୃତ୍ୱ, ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ପୋଷଣ ଯୁକ୍ତ ଖାଦ୍ୟ ହିସାବରେ ଛତୁଆ, ସୁଜି, ଅଣ୍ଡା ଓ ଲଡୁ ଆଦି ପ୍ରଦାନ କରାଯାଉଛି। ତେବେ ଗହମ ଅଭାବରୁ ଜିଲାରେ ସପ୍ଲିମେଣ୍ଟାରୀ ନ୍ୟୁଟିସନ ପ୍ରୋଗ୍ରାମ(ଏସଏନପି) ଅଧୀନରେ ଛତୁଆ ପ୍ରସ୍ତୁତ ହୋଇ ନଥିଲା। ଫଳରେ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ହୋଇପାରିନି। ଜିଲାରେ ୧୫୫୬ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଅତିରିକ୍ତ ଭୋଜନ କାର୍ଯ୍ୟକ୍ରମରେ ଜିଲାର ସୋନପୁର, ତରଭା, ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‌) ଅଧୀନରେ ୫୧୪୮ ଜଣ ଗର୍ଭବତୀ ମହିଳା, ୩୪୭୨ ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୨୨ହଜାର ୬୨୬ ଜଣ ଶିଶୁ ପଞ୍ଜୀକୃତ ହୋଇଛନ୍ତି। ୧୧ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପୁଷ୍ଟିକର ଖାଦ୍ୟ(ଛତୁଆ) ପ୍ରସ୍ତୁତ ହୋଇ ଜିଲାର ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ବଣ୍ଟନ ହେଉଛି। ଗର୍ଭବତୀ ମହିଳା ଓ ପ୍ରସୂତିଙ୍କୁ ଅନ୍ୟ ପୁଷ୍ଟିକର ଖାଦ୍ୟ ସହ ମାସିକ ୪ କିଲୋ ୪୧୦ଗ୍ରାମ ଲେଖାଏଁ ଛତୁଆ ପ୍ୟାକେଟ୍‌ ପ୍ରଦାନ କରାଯାଏ। ସେହିଭଳି ୬ ମାସରୁ ୩ ବର୍ଷ ବୟସର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା, ଲଡୁ ସହିତ ୨କିଲୋ ୨୦୦ଗ୍ରାମ ଛତୁଆ ମିଳେ। ଏହି ଅଭିଯାନ ପାଇଁ ପୋଷଣ ଟ୍ରାକର ନାଁରେ ମୋବାଇଲ ଆପ୍‌ ସମସ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଦିଆଯାଇଛି। ସେମାନେ ଏସଏଚଜି ଠାରୁ ଛତୁଆ ଓ ଅଣ୍ଡା ଗ୍ରହଣ କରିବା ଓ ନିଜ କେନ୍ଦ୍ର ଅଞ୍ଚଳର ଶିଶୁ ଓ ଗର୍ଭବତୀଙ୍କୁ ଆବଶ୍ୟକ ଛତୁଆ, ଅଣ୍ଡା ଆଦି ବଣ୍ଟନ କରିବା ମାତ୍ରେ ଏହି ଆପ୍‌ରେ ଥିବା ଟିଏଚଆର(ଟେକ୍‌ ହୋମ୍‌ ରାଶନ୍‌)ରେ ଅପଲୋଡ କରି ରିପୋର୍ଟ କରିବା ବ୍ୟବସ୍ଥା ରହିଛି। କିନ୍ତୁ ଜୁନ୍‌ ଓ ଜୁଲାଇ ମାସର ଛତୁଆ ପ୍ରସ୍ତୁତି ହୋଇ ନଥିବା ବେଳେ ଜିଲାର କେତେଜଣ ଅଙ୍ଗନଓ୍ବାଡି କର୍ମୀ ସୁପରଭାଇଜର ଓ ସିଡିପିଓଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ବଣ୍ଟନ ହୋଇଥିବା ପୋଷଣ ଟ୍ରାକର ଆପ୍‌ରେ ଟେକ୍‌ ହୋମ ରାଶନ ରିପୋର୍ଟ କରିଥିବା ଅଭିଯୋଗ ହୋଇଛି। ଜିଲାର ସମସ୍ତ ୬ଟି ପ୍ରକଳ୍ପରେ ଏଭଳି ହୋଇଛି। ଜୁଲାଇ ମାସରେ ଜିଲାର ୧୩୧ ଜଣ ଗର୍ଭବତୀ ମହିଳା, ୮୦ ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୫୭୮ ଜଣ ଶିଶୁଙ୍କୁ ପୋଷଣ ପୋର୍ଟାଲରେ ବଣ୍ଟନ ହୋଇଥିବା ଦର୍ଶାଯାଇଛି। ସେହିପରି ଜୁନ୍‌ ମାସରେ ୧୦୨୭ ଜଣ ଗର୍ଭବତୀ ମହିଳା, ୧୦୧୩ ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୫୮୨୬ ଜଣ ଶିଶୁଙ୍କୁ ପୋଷଣ ପୋର୍ଟାଲରେ ବଣ୍ଟନ ଦର୍ଶାଯାଇଛି। ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ଓ ସୋନପୁର ଉପଜିଲାପାଳ ଡ. ଇପ୍‌ସିତା ପ୍ରିୟଦର୍ଶନୀ ମିଶ୍ର ଶନିବାର ଘଟଣା ସମ୍ପର୍କରେ ଖୋଳତାଡ କରିଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲା ସମାଜ ମଙ୍ଗଳ ଅଧିକାରୀ ଅକ୍ଷୟ ନାୟକ କୁହନ୍ତି ଛତୁଆ ପ୍ରସ୍ତୁତ ପାଇଁ ସମସ୍ତ ଏସ୍‌ଏଚ୍‌ଜିକୁ ଗହମ ଯୋଗାଇ ଦିଆଯାଇଛି। ଛତୁଆ ପ୍ରସ୍ତୁତ କରି ବଣ୍ଟନ କରିବା ପାଇଁ ସମୟ ଲାଗିବ। ଜିଲାର ୬ଟି ପ୍ରୋଜେକ୍ଟରେ ଟିଏଚଆରରେ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ ସମ୍ପର୍କିତ ମିଥ୍ୟା ରିପୋର୍ଟ ଅପ୍‌ଲୋଡ ହେବା ବେଆଇନ । କାହା ନିର୍ଦ୍ଦେଶରେ ଅଙ୍ଗନଓ୍ବାଡି କର୍ମୀମାନେ ଏଭଳି କାମ କରିଛନ୍ତି ସେ ନେଇ ବିଭାଗୀୟ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri