ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଆସୁଥିଲା ଗଞ୍ଜେଇ

ଭୁବନେଶ୍ୱର/ସମ୍ବଲପୁର, ୩୦।୮(ବ୍ୟୁରୋ): ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନ୍‌ସିବି) ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମହେଶତାଲା ଥାନା ଦୌଲତପୁରର ରାମ ସାଗର ସିଂ (୬୦) ଓ ସନ୍ତୋଷ ରାୟ (୨୮)। ଚାଲାଣରେ ବ୍ୟବହୃତ ଟ୍ୟାଙ୍କର ସହ ସେଥିରେ ଥିବା ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ଟଙ୍କା ହେବ। ଏନେଇ ଏନ୍‌ସିବି ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ପଚରାଉଚରା କରୁଛି।

 

ପୋଲିସ ଜାଣିପାରିଲାନି କେମିତି
ଜାତୀୟ ରାଜପଥରେ ରାଜ୍ୟ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଉଛି। ଅଭିଯୁକ୍ତଦ୍ୱୟ ଆନ୍ଧ୍ରପ୍ରଦେଶରୁ ଟ୍ୟାଙ୍କରରେ ଗଞ୍ଜେଇ ଆଣି ସମ୍ବଲପୁରରେ ପହଞ୍ଚତ୍ ଯାଇଥିଲେ। ଆଉ କିଛି ଘଣ୍ଟାପରେ ରାଉରକେଲାର ଠିକଣା ଜାଗାରେ ପହଞ୍ଚାଇ ଦେଇଥାନ୍ତେ। ତେବେ ତେଲ ଟ୍ୟାଙ୍କରରେ ଏତେ ପରିମାଣର ଗଞ୍ଜେଇ ଆସୁଥିଲେ ମଧ୍ୟ ପୋଲିସ କେମିତି ଜାଣିପାରିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜାତୀୟ ରାଜପଥରେ ପାଟ୍ରୋଲିଂରେ ନିୟୋଜିତ ଥିବା କେତେଜଣ ପୋଲିସ କର୍ମଚାରୀ ଏଭଳି କାରବାରରେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ...

ବୁଲୁଥିବା ଲୋକଙ୍କୁ ଇ-ଚାଲାଣ, ପୋଲିସର ମୃଦୁ ଲାଠି ଚାଳନା

ବ୍ରହ୍ମପୁର ଅଫିସ,୨୬ା୩-କରୋନାର ମୁକାବିଲା ତଥା ସଂକ୍ରମଣକୁ ରୋକିବା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ର ପଞ୍ଚମ ଦିନରେ ବ୍ରହ୍ମପୁରରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା।...

୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ ଅଫିସ, ୨।୧୦: ଆସନ୍ତା ୪ ତାରିଖଠାରୁ ଛାତ୍ରୀଛାତ୍ରଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ରାଜ୍ୟରେ ୩୦ଟି କେନ୍ଦ୍ର...

ଏନ୍‌ଇଇଟି: ସହଯୋଗ ଲୋଡ଼ିଲା ତାମିଲନାଡୁ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଡିଏମ୍‌କେ ସଂସଦୀୟ ଦଳର ଉପନେତା କାନିମୋଝି ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ...

ସତର୍କ ପରେ ବି ଚେତା ପଶୁନି

ଭୁବନେଶ୍ୱର,୧୫।୭: ଓଡ଼ିଶାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ପୂର୍ବରୁ ରାଜ୍ୟ ଗୋଇନ୍ଦା ବିଭାଗକୁ ସୂଚନା ଦିଆଯାଇଛି। ପାକିସ୍ତାନ ସମେତ ବାଂଲାଦେଶୀ ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ରହିଥିବା ନ୍ୟାଶନାଲ...

ସରକାରୀ ଆଇଟିଆଇରେ ଫାଙ୍କା ପଡ଼ିିଲା ସିଟ୍‌

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ଆଇଟିଆଇଗୁଡ଼ିକରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଏହାପରେ କଟକ ସହରସ୍ଥ ୨ଟି ଯାକ ସରକାରୀ ଆଇଟିଆଇରେ ୫୦ ପ୍ରତିଶତ...

ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି।...

ଆଜିଠାରୁ ବିଧାନସଭା: ୨୨ରେ ବଜେଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଗୁରୁବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ...

Advertisement


Archives

Model This Week