ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ, ଜାରି ହେଲା ନିର୍ବାଚନୀ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ସହ କିଛି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇ କହିଛନ୍ତି, କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଗାଇଡ୍‌ଲାଇନ୍‌ କରିଛନ୍ତି। ପୂର୍ବର ୪୮ ଘଣ୍ଟା ପରିବର୍ତ୍ତେ ଏବେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ। ସେହି ଦୃଷ୍ଟିରୁ ପିପିଲିରେ ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ। ଏହି ସମୟରେ ରାଜନୈତିକ ସଭା, ସମାବେଶ ହୋଇପାରିବ ନାହିଁ। କେବଳ ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ। ଘରକୁ ଘର ବୁଲି ପ୍ରଚାରରେ ସର୍ବାଧିକ ୫ଜଣଙ୍କୁ ଏକାଠି ଅନୁମତି ରହିଛି। ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀରର ତାପମାତ୍ରା ମପାଯିବ। ଲକ୍ଷଣ ଦେଖିଲେ ଲୋକଙ୍କୁ ଟୋକନ ଦିଆଯିବ। ସେମାନେ ସନ୍ଧ୍ୟା ୫ଟା ପରେ ଭୋଟ ଦେବେ। ସବୁ ଭୋଟରଙ୍କୁ ଭୋଟ୍‌ ଦେବା ଲାଗି ଗୋଟିଏ ଲେଖାଏ ଗ୍ଲୋଭ୍‌ସ ମିଳିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ପୁଣି ଥରେ ପିପିଲି ଉପନିର୍ବାଚନ ତାରିଖ ବଦଳିଛି। ପୂର୍ବରୁ ମେ’ ୧୩ ତାରିଖର ଭୋଟ୍‌ ଗ୍ରହଣ ନେଇ ଘୋଷଣା କରାଯାଇଥିଲା। ହେଲେ ଏବେ ମେ’ ୧୬ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସେହିଭଳି ମେ’ ୧୯ରେ ଭୋଟ ଗଣତି ହେବ। ତେବେ ୧୩ରେ ଇଦ୍‌-ଉଲ୍‌-ଫିତର ପଡ଼ୁଥିବାରୁ ତାରିଖକୁ ନିର୍ବାଚନ କମିଶନ ପରିବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେନେରେଟରରେ ଚାଲିଛି ହାଇଟେକ ଥାନା

କଳିଙ୍ଗନଗର,୨୩ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୦ବର୍ଷ ତଳେ ୨ଏକର ଜମିରେ ନିର୍ମିତ ହୋଇଥିଲା ଏକ ହାଇଟେକ ଥାନା। ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଥାନା...

୨୨ରେ ଭାରତ ପ୍ରତିଭା ସମ୍ମାନ ଉତ୍ସବ

କଟକ ଅଫିସ,୨୦ା୮: ଜୟ ଭାରତ ଫାଉଣ୍ଡେଶନ ପକ୍ଷରୁ ସବୁବର୍ଷ ଭଳି ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖି ଚଳିତ ବର୍ଷ ୨୧ତମ ଭାରତ ପ୍ରତିଭା ସମ୍ମାନ ଓ...

ଭାଜପାକୁ ଦୋଷ ଦେଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର, ୧୧/୨(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଓଡ଼ିଆ ଏମ୍‌ପିମାନେ ଭେଟିବା ପରେ ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍‌ଏମ୍‌ଏ)ର ପ୍ରସ୍ତାବିତ...

ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ପ୍ରସଙ୍ଗ: ଦୁଇଦିନ ବିଧାନସଭା ବରବାଦ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଦୁଇଦିନ ବିଧାନସଭା ଅଚଳ ହେବା ପରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ଏବଂ ଶିଶୁ...

ଏକାମ୍ର କ୍ଷେତ୍ରରେ ଆମ୍‌ସାର ଆକ୍ଟ କଡ଼ାକଡ଼ି ଲାଗୁ ହେବ: ଏଡିଜି ଏଏସ୍‌ଆଇ

ପୁରୁଣା ଭୁବନେଶ୍ୱର, ୧୫।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ର ସହ ଅନ୍ୟ ଐତିହ୍ୟସ୍ଥଳରେ କଡ଼ାକଡ଼ି ଭାବେ ଆମ୍‌ସାର ଆକ୍ଟ ଲାଗୁ କରାଯିବ। ଏ ନେଇ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କୁ...

ସରକାରଙ୍କ ନିଷ୍ପତ୍ତି: ଗ୍ରୀନ୍‌ ଜୋନ୍‌ରେ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍‌, ଦୁଇଗୁଣା ଭଡ଼ା ଦେବେ ଯାତ୍ରୀ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ହେଲେ କଟକଣା କୋହଳ ହେବା ପରେ ରାଜ୍ୟ ସରକାର ପୁଣି ଥରେ ଯାତ୍ରୀ ପରିବହନ...

୧୨୭ ପାନୀୟ ଜଳ ପ୍ରକଳ୍ପ ପାଇଁ ୬୪୩ କୋଟି ଖର୍ଚ୍ଚ ବରାଦ

ଜଗତ୍‌ସିଂହପୁର ଅଫିସ, ୧୫।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଗତ୍‌ସିଂହପୁର ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଅବସରରେ...

ଅନ୍‌ଲାଇନରେ ବିବାହ, ଅନ୍ତ୍ୟେଷ୍ଟି ଅନୁମତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଲୋକଙ୍କୁ ଯଥା ସମ୍ଭବ ଥାନାକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଅଭିଯୋଗଠାରୁ...

Advertisement
Archives

Model This Week