ଗିଗ୍‌ ଅର୍ଥନୀତିର ଆହ୍ବାନ

ଅରୁଣ କୁମାର ତ୍ରିପାଠୀ

ନିକଟରେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜମାଟୋ ଗୋଟିଏ ନୂତନ କାର୍ଯ୍ୟକ୍ରମ ହାତକୁ ନେଇଛି, ଯେଉଁଥିରେ ୧୦ମିନିଟ୍‌ରେ ଆଦେଶକୁ ଅନୁପାଳନ କରାଯିବ। ଗଣମାଧ୍ୟମରେ ଏହା ଶୁଣିବାକୁ ଭଲ ଲାଗୁଥିବା ସ୍ଥଳେ ସମ୍ପୃକ୍ତ ଆଦେଶକୁ ତ୍ୱରାନ୍ବିତ କରୁଥିବା କର୍ମଚାରୀଙ୍କ ଏହା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜୀବନ ବୀମା କରିଛନ୍ତି ବୋଲି କର୍ମଚାରୀଙ୍କୁ ପଶୁତୁଲ୍ୟ ତଥା ଯନ୍ତ୍ରାଂଶ ଭଳି ଖଟେଇବାକୁ ମାନବବାଦୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଯଦିଓ ସମସ୍ତେ ଏହିଭଳି ଲକ୍ଷ୍ୟ ସାଧନ କରୁନାହାନ୍ତି, କିନ୍ତୁ ଜମାଟୋ ଭଳି ଅନେକ ସଂସ୍ଥା ଅଛନ୍ତି ଯେଉଁମାନେ ତାଙ୍କ କର୍ମଚାରୀଙ୍କୁ କେଉଁ ସମୟରେ କାର୍ଯ୍ୟରୁ ଅନ୍ତର କରିବେ, ତାହା ଅନିଶ୍ଚିତ। ଗିଗ୍‌ ଅର୍ଥନୀତି ହେଉଛି ଏହିଭଳି ଏକ ବଜାର ବ୍ୟବସ୍ଥା, ଯାହା ଅସ୍ଥାୟୀ ଓ ସାଧାରଣ ପଦବୀ ସବୁ ସୃଷ୍ଟିକରି କର୍ମଚାରୀମାନଙ୍କୁ ସ୍ବଳ୍ପ ସମୟ ନିମନ୍ତେ ଅନୁବନ୍ଧିତ କରେ। ବୋଷ୍ଟନ ପରାମର୍ଶ ସଂଗୋଷ୍ଠୀର ପରିସଂଖ୍ୟାନ ଅନୁସାରେ ଭାରତରେ ଗିଗ୍‌ କାର୍ଯ୍ୟକର୍ତ୍ତାଙ୍କ ସଂଖ୍ୟା ହେଉଛି ୧୫ ମିଲିୟନ, ଯେଉଁମାନେ ସଫ୍ଟୱେର୍‌, ସେବା ପ୍ରଦାନ ଏବଂ ବୈଷୟିକ କାର୍ଯ୍ୟ ନିମନ୍ତେ ଅନୁବନ୍ଧିତ। ୨୦୧୯ ର ଭାରତୀୟ କର୍ମଚାରୀ ସଂଘର ରିପୋର୍ଟ ଅନୁସାରେ ଆମେରିକା, ଚାଇନା, ବ୍ରାଜିଲ ଏବଂ ଜାପାନ ପରେ ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍‌ ନମନୀୟ କାର୍ଯ୍ୟ ପ୍ରଦାନ କରୁଥିବା ଅର୍ଥନୀତି। ଗୋଟିଏ ଆକଳନ ଅନୁସାରେ ଭାରତର ୫୬ ପ୍ରତିଶତ ନୂତନ ନିଯୁକ୍ତି ଏହି ଗିଗ୍‌ କର୍ମଚାରୀଗଣ ୨ଟି ବିଭାଗ ଯଥା:-ହ୍ବାଇଟ କଲାର ଏବଂ ବ୍ଲୁ କଲାର୍‌ କ୍ଷେତ୍ର ମାଧ୍ୟମରେ ପ୍ରାପ୍ତ ହୁଅନ୍ତି। ଧଳା ଏବଂ ନୀଳ କାର୍ଯ୍ୟର ମାନ ଏବଂ ଆବଶ୍ୟକ ପଡୁଥିବା ଶାରୀରିକ ଶ୍ରମକୁ ନେଇ ନିର୍ଣ୍ଣିତ ହୁଏ। ଉଦାହରଣ ଭାବେ ବ୍ୟାଙ୍କ ଚାକିରି ହ୍ବାଇଟ କଲାର ହୋଇଥିବା ସ୍ଥଳେ କାଗଜ ଶିଳ୍ପରେ ନିଯୁକ୍ତି ବ୍ଲୁ କଲାର୍‌ ରେ ଆସିବ। ପାଶ୍ଚାତ୍ୟ ସଭ୍ୟତାରେ ଶାର୍ଟର କଲାର୍‌ ବା ବକ୍ରମକୁ ନେଇ ଏହା ନିର୍ଣ୍ଣିତ ହେଉଥିଲା। ଗିଗ୍‌ କ୍ଷେତ୍ରରେ ସଂଶ୍ଳିଷ୍ଟ ହ୍ବାଇଟ କଲାର ଚାକିରି ସବୁ ହେଲା ପ୍ରକଳ୍ପ ଉପଦେଷ୍ଟା, ବିକ୍ରି କର୍ମଚାରୀ, ୱେବ୍‌ସାଇଟ୍‌ ପ୍ରସ୍ତୁତକର୍ତ୍ତା, ବିଷୟ ଲେଖକ ତଥା ସଫ୍ଟୱେର୍‌ ଗଠନକାରୀ। ଆଉ ଅନୁରୂପ ଭାବେ ବ୍ଲୁ କଲାର ଚାକିରି ସବୁ ହେଲା, ଓଲା , ଉବର୍‌, ଜମାଟୋ, ପିଜା ଡେଲିଭରି ଇତ୍ୟାଦି। ଦୀର୍ଘସୂତ୍ରକୁ ଯଦି ଦେଖିବା ତେବେ ୯୦ ମିଲିୟନ କର୍ମସଂସ୍ଥାନ ଏହି ଗିଗ୍‌ କ୍ଷେତ୍ର ମାଧ୍ୟମରେ ସମ୍ଭବ ତଥା ମୋଟ ଘରୋଇ ଉତ୍ପାଦର ୧.୨୫ ପ୍ରତିଶତ ଏହା ମାଧ୍ୟମରେ ଅକ୍ତିଆର କରାଯାଏ। ଆଜିର ବୈଷୟିକ ଯୁଗରେ ଭୌଗୋଳିକ ପରିସୀମାକୁ ଭ୍ରୂକ୍ଷେପ ନ କରି ଜ୍ଞାନକୌଶଳ ସହାୟତାରେ ଗିଗ୍‌ ଅର୍ଥନୀତି ମାଧ୍ୟମରେ ଅନେକ ଜନମଙ୍ଗଳ ତଥା ରାଜସ୍ବ ହାସଲ କରାଯାଇପାରୁଛି। ଆଜିକାଲିର ଯୁବପିଢ଼ି ନିଜ କ୍ୟାରିୟରକୁ ନେଇ ସେତେଟା ନିର୍ଦ୍ଧିଷ୍ଟ ନୁହନ୍ତି। ବିଶେଷକରି ସେମାନେ ଆବଶ୍ୟକତା ପରିପୂରଣ କିଭଳି କରିପାରିବେ, ସେହି ବିଷୟରେ ମନୋନିବେଶ କରୁଛନ୍ତି। ଗିଗ୍‌ କର୍ମକର୍ତ୍ତାଙ୍କୁ କେତେ ପାରିଶ୍ରମିକ ମିଳିବ ସେୟା ସମ୍ପୃକ୍ତ କାର୍ଯ୍ୟ ନିର୍ଘଣ୍ଟରେ ନିର୍ଦ୍ଧାରିତ ହେଉଛି। ସରକାରୀ ତଥା ବେସରକାରୀ କ୍ଷେତ୍ରରେ ନିୟମିତ କର୍ମଚାରୀ ତୁଳନାରେ ଅନିୟମିତ କର୍ମଚାରୀଙ୍କୁ ଠିକା ଭିତ୍ତିରେ କାର୍ଯ୍ୟ ହାସଲକରି ଅନେକ ରାଜସ୍ବ ମଧ୍ୟ ବଞ୍ଚେଇବାର ଅହରହ ପ୍ରୟାସ ଚାଲୁଛି। ଏଭଳିକି କିଛି ସ୍ଥାନରେ ନିୟମିତ ଭାବେ ମୋଟା ଦରମାରେ ନିଯୁକ୍ତ ହୋଇଥିବା ବ୍ୟକ୍ତିବିଶେଷ ମଧ୍ୟ ଅଧିକ ରୋଜଗାର ଆଶାରେ ଏହି ଗିଗ୍‌ କ୍ଷେତ୍ରକୁ ବାଛିନେଉଛନ୍ତି। ପ୍ରତ୍ୟାଶୀଙ୍କ ଅଭାବ ରହୁ ନ ଥିବାରୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଯେଉଁଭଳି ଉଦ୍ୟୋକ୍ତାଙ୍କ ପୁଞ୍ଜି ସଞ୍ଚୟ ହେଉଥିଲା, ସେହିଭଳି ଅବସ୍ଥା ଆଜିକାର ଗିଗ୍‌ ଅର୍ଥନୀତିର। କେତେଜଣ ଲୋକ ଏଥିରୁ ନିଜକୁ ନିୟମିତ ପୋଷିବାକୁ ଚାହୁଁଥିବା ସ୍ଥଳେ ଆଉ କେତେଜଣଙ୍କ ପାଇଁ ଏଥିର ଅର୍ଥ ମନୋରଞ୍ଜନର ଖୋରାକ। ୨୦୧୯ ମହାମାରୀ ପରବର୍ତ୍ତୀ ସମୟରେ ବିଶେଷ ଭାବେ ଏହି ଗିଗ୍‌ ଅର୍ଥନୀତିର କାୟା ବିସ୍ତାର ହୋଇଛି। କରୋନା ପରେ ପରେ ଭାରତରେ ଏହି କର୍ମଚାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ହେବାକୁ ଲାଗିଛି। ଯଦିଓ ଏହା ମାଧ୍ୟମରେ ଉପଭୋକ୍ତାଙ୍କ ପସନ୍ଦ ଆଧାରରେ କର୍ମ ସମ୍ପାଦନ ହୁଏ, କିନ୍ତୁ ଏକା ରକମର ପାଉଣା କର୍ମଚାରୀଙ୍କୁ ମିଳେ ନାହିଁ। ପୁନଶ୍ଚ ଏଥିରେ କର୍ମଚାରୀ ମୂଲଚାଲ କରିପାରନ୍ତି ନାହିଁ। ଆବଶ୍ୟକତା ପରିପୂରଣ କଥା ଯଦି ବିଚାରକୁ ନେବା, ତେବେ ସେଥିରେ କାହାର କୌଣସି ଅପତ୍ତି ନ ଥାଏ। କିନ୍ତୁ ସେଥିରୁ ଅର୍ଜିତ ପାଉଣା ନେଇ ଯୁବବର୍ଗ ଯେତେବେଳେ ଅସାମାଜିକ କାର୍ଯ୍ୟ କରୁଛନ୍ତି ଏବଂ କେବଳ କିଛି ସ୍ବତନ୍ତ୍ର କାର୍ଯ୍ୟ ନିମନ୍ତେ ଗିଗ୍‌ କାର୍ଯ୍ୟକଳାପରେ ମନୋନିବେଶ କରନ୍ତି, ଯାହାକୁ ସମାଜ ସ୍ବୀକୃତ ଦିଏ ନାହିଁ, ତେବେ ସେୟା ଉପଯୁକ୍ତ ନିୟନ୍ତ୍ରଣ ଆବଶ୍ୟକ କରେ।
କର୍ମକ୍ଷେତ୍ରରେ ମହିଳାଙ୍କ ଅବଦାନକୁ ଅଣଦେଖା କରାଯାଇ ନ ପାରେ। ମହିଳାଙ୍କୁ ବିଶେଷଭାବେ ଗିଗ୍‌ ଅର୍ଥନୀତି ତାଙ୍କ ପରିବାର ପରିଚାଳନା ସହ ଅଧିକ ଆୟ କରିବାକୁ ଉତ୍ସାହିତ କରୁଛି। ଘରେ ରହି ମଧ୍ୟ ସେମାନେ ଅନେକ କାର୍ଯ୍ୟ କରିପାରୁଛନ୍ତି। କିନ୍ତୁ ପୁରୁଷଙ୍କ ତୁଳନାରେ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ। ଯଦିଓ କେତେ ସଂଖ୍ୟକ ଗିଗ୍‌ କର୍ମଚାରୀ ଭାରତରେ ଅଛନ୍ତି, ସେଥିନିମନ୍ତେ କୌଣସି ଆକଳନ ହୋଇନାହିଁ, କିନ୍ତୁ ଏହା ପାରମ୍ପରିକ ପୁରୁଷ ପ୍ରଧାନତାକୁ ଗୁରୁତ୍ୱ ଦେଉଛି। କିନ୍ତୁ ଏଥିରେ ପାଉଣାର ତାରତମ୍ୟ ପ୍ରାୟତଃ ୮ ରୁ ୧୦ ପ୍ରତିଶତ ରହୁଛି। ଯଦିଓ ସେମାନଙ୍କ ସକାଶେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି, ଦେୟଯୁକ୍ତ ଗର୍ଭାବସ୍ଥା ଛୁଟି, ବୀମା ଆଦି ପ୍ରଯୁଜ୍ୟ, କିନ୍ତୁ ସେୟା ନିଶ୍ଚିତ କରିବା ନିମନ୍ତେ କୌଣସି ମନ୍ତ୍ରଣାଳୟ ନାହିଁ ଅଥବା ଅତିରିକ୍ତ ଭାବେ ମଧ୍ୟ କୌଣସି ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇନାହିଁ। ବିବାଦ କ୍ଷେତ୍ରରେ ତୃଣମୂଳ ସ୍ତରରେ କିଛିକାଂଶରେ ହିଂସା ଦେଖିବାକୁ ମିଳୁଥିବା ସ୍ଥଳେ ଉଦ୍ୟୋକ୍ତାଗଣ କିନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ଗିଗ୍‌ କର୍ମଚାରୀ ସ୍ବଳ୍ପକାଳରେ ଚିହ୍ନା ପଡୁ ନ ଥିବା ସ୍ଥଳେ ଏହାକୁ ଭରସାକରି ଯଦି ଜଣେ ନିଜ ଯୁବାବସ୍ଥାକୁ ଏଥିରେ ନିବେଶ କରିଦେଲା, ତେବେ ଉତ୍ତର ବୟସରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହେବ। ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ତଥା କଡ଼ାକଡି଼ ଆଇନ ସମୟର ଆବଶ୍ୟକତା।
ଜୟପୁର, ମୋ-୯୦୭୮୮୩୮୬୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?