୩୨ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ୩୨ ମିନିଟ୍‌ରେ ଶେଷ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୨ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।

ଏହି ବୈଠକରେ ସରକାର ଇଡ୍‌କୋକୁ ୬୨କୋଟି ୬୩ଲକ୍ଷ ଟଙ୍କା ଯୋଗାଇବେ ବୋଲି ଘୋଷଣା କରିଛନ୍ତି। ବାରଙ୍ଗ ଅଞ୍ଚଳରେ ଟାଟା ପାଇଁ ଅଧିକୃତ ଜମି ଇଡ୍‌କୋକୁ ଯିବ। ୨୪ ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ସରକାରୀ ଅନୁଦାନ ମିଳିବ। ଏହା ଦ୍ୱାରା  ୪୭ ଜଣ ଶିକ୍ଷକ ଉପକୃତ ହେବେ , ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ। ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସ୍ତାବ ନେଇ କ୍ୟାବିନେଟର ମୋହର ବାଜିଛି। ରାଜ୍ୟରେ ୧ଲକ୍ଷ ନୂଆ ବୋରଓ୍ବେଲ ଖନନ କରାଯିବ। ଆସନ୍ତା ୫ବର୍ଷ ମଧ୍ୟରେ ୧ଲକ୍ଷ କ୍ଲଷ୍ଟର ବୋରଓ୍ବେଲ ଯୋଜନା ରହିଛି। ୪ହଜାର ୧୯୮କୋଟି ଖର୍ଚ୍ଚ ହେବ, ୫ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ। ଏହା ଦ୍ୱାରା ୧ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ। ଅନୁଗୋଳ ମେଗା ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋକୁ ୪୨୮କୋଟି। ୮୭୧ଏକର ଜମିର ବିକାଶ ପାଇଁ ୬୨ କୋଟି ଖର୍ଚ୍ଚ କରାଯିବ। ଆସନ୍ତା ୩ବର୍ଷରେ ୧୨୮୦ ଚେକ୍‌ ଡ୍ୟାମ ନିର୍ମାଣ ହେବ। ଡ୍ୟାମ, ଖର୍ଚ୍ଚ ହେବ ୧୧୧କୋଟି ଟଙ୍କା ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ସାମିଲ ହେଲା ୧୨ନୂଆ ଗାଁ । ୧୨ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ, ଖର୍ଚ୍ଚ ୧୮୫କୋଟି । ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଅନୁମୋଦିତ ହୋଇଛି। ୭୦ ଲକ୍ଷ ଏସ୍‌ଏଚ୍‌ଜି ମହିଳା ସଦସ୍ୟାଙ୍କ ପାଇଁ ବଜାର ସୃଷ୍ଟି ହେବ।

ଅନ୍ୟପକ୍ଷରେ କେବଳ କ୍ୟାବିନେଟ୍‌ ବୈଠକରେ ୨୯ଟି ପ୍ରସ୍ତାବ ଆସିବ ବୋଲି ଆଜି ମଧ୍ୟାହ୍ନରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ସୂଚିତ କରାଯାଇଥିଲା। କିନ୍ତୁ ବୈଠକରେ ଏହି ପ୍ରସ୍ତାବ ସଂଖ୍ୟା ବଢ଼ି ୩୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri