![](https://www.dharitri.com/wp-content/uploads/2022/05/Supreme-Court-asked-the-Center-for-an-answer-on-demarcation-of-the-Jammu-and-Kashmir-border..jpg)
ନୂଆଦିଲ୍ଲୀ,୧୨।୯: ନାଗରିକତ୍ୱ (ସଂଶୋଧନ) ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ଅକ୍ଟୋବର ୩୧ରେ କରିବାକୁ ସୋମବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ଧର୍ମୀୟ ଆକ୍ରୋଶର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଆସି ରହିଥିବା ଅଣମୁସଲମାନମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ସିଏଏ ଆଣିଛନ୍ତି। ଉକ୍ତ ମାମଲାକୁ ଏକ ୩ ଜଣିଆ ଖଣ୍ଡପୀଠକୁ ପଠାଯିବ ବୋଲି ପ୍ରଧାନ ବିଚାରପତି ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି।