ବସ୍‌ ଧର୍ମଘଟ ନେଇ ଆଜି ଘୋଷଣା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ୧୦ ଦଫା ଦାବି ନେଇ ଆସନ୍ତା ୧ରୁ ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ତେବେ ସେହିଦିନ ରଥଯାତ୍ରା ଥିବାରୁ ଧର୍ମଘଟ ହେଲେ ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ତେଣୁ ଘରୋଇ ବସ୍‌ ମାଲିକ ସଂଘ ସହ ରବିବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଆଲୋଚନା କରିଛନ୍ତି। ଧର୍ମଘଟ ଡାକରା ସ୍ଥଗିତ ରଖିବାକୁ ମନ୍ତ୍ରୀ ବସ୍‌ ମାଲିକ ସଂଘକୁ ଅନୁରୋଧ କରିଥିଲେ। ମନ୍ତ୍ରୀଙ୍କ ଅନୁରୋଧ ପରେ ପ୍ରସ୍ତାବିତ ବସ୍‌ ଧର୍ମଘଟକୁ ବନ୍ଦ କରାଯାଇଥିବା ନିଷ୍ପତ୍ତି ନିଆଯାଇଥିବା ବେଳେ ସୋମବାର କାର୍ଯ୍ୟକାରିଣୀ ବୈଠକରେ ଏନେଇ ଘୋଷଣା କରାଯିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, ବସ୍‌ ଧର୍ମଘଟ ନେଇ ପରିବହନ ମନ୍ତ୍ରୀଙ୍କୁ ଭେଟି ୧୦ ଦଫା ଦାବି ସମ୍ପର୍କରେ ସଂଘ ଆଲୋଚନା କରିଛି। ଧର୍ମଘଟ ନ କରିବା ପାଇଁ ମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି। ଆଗକୁ ରଥଯାତ୍ରା ଥିବାରୁ ବସ୍‌ ଧର୍ମଘଟ ହେଲେ ଯାତ୍ରୀ ହଇରାଣ ହେବେ। ତେଣୁ ବାହୁଡ଼ା ପର୍ଯ୍ୟନ୍ତ ସମୟ ମଗାଯାଇଛି। ତା’ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ସୋମବାର ସନ୍ଧ୍ୟା ୫ଟାରେ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯିବ।
ମନ୍ତ୍ରୀଙ୍କ ନିବାସରେ ଆୟୋଜିତ ବୈଠକରେ ପରିବହନ ବିଭାଗର ଅତିରିକ୍ତ କମିଶନର (ପ୍ରଶାସନ) ଶ୍ରୀନିବାସ ବେହେରା ଓ ଅତିରିକ୍ତ କମିଶନର (ଏନ୍‌ଫୋର୍ସମେଣ୍ଟ) ଲାଲମୋହନ ସେଠୀ ଉପସ୍ଥିତ ଥିଲେ। ସେହିପରି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସଭାପତି ଲୋକନାଥ ପାଣି, ମୁଖପାତ୍ର ଦେବାଶିଷ ନାୟକ, ଜୋନ୍‌ ସେକ୍ରେଟାରୀ କର୍ଣ୍ଣଟ କିଶୋର ଦାସ ଓ ସଂଘର ଅନ୍ୟ ସଦସ୍ୟମାନେ ରହିଥିଲେ। ଏହି ଅବସରରେ ବସ୍‌ର ପରମିଟ୍‌ ଗୁଡିକୁ ୩ୟ ପକ୍ଷଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା, ବସ୍‌ଗୁଡିକୁ ସ୍ଥାୟୀ ପରମିଟ୍‌ ନ ମିଳିବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ -୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍‌ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଏବଂ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନ ଦେବା, କୋଭିଡ୍‌ ସମୟରେ ବସ୍‌ଗୁଡିକୁ ଲକ୍ଷେ ଟଙ୍କାର ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରିବା ଏବଂ ଯାତ୍ରୀବାହୀ ବସ୍‌ଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳି ଦାବି ସମୂହକୁ ନେଇ ସରକାରଙ୍କୁ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ

ବିଞ୍ଝାରପୁର,୨୪ା୬(ଡି.ଏନ.ଏ): ବିଞ୍ଝାରପୁର ବ୍ଲକ ଅଧୀନ ସିଂହପୁର ଖରସ୍ରୋତା ନଦୀରେ କୁମ୍ଭୀର କିଛିଦିନ ତଳେ ଦେଖିବାକୁ ମଳିଥିଲ। ଏହି ଘଟଣାପରେ ନଦୀକୁ ଲୋକେ ଯିବାକୁ ଭୟ ମନେ...

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଶୁକ୍ରବାର ଦେହାନ୍ତ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଟୁଇଟ୍‌...

ନବରଙ୍ଗପୁର, କୋରାପୁଟରେ ୩ ଅକ୍ସିଜେନ ପ୍ଲାଣ୍ଟ୍‌

ଭୁବନେଶ୍ୱର(ବ୍ୟୁରୋ)/ନବରଙ୍ଗପୁର/ ଜୟପୁର, ୧ା୬ (ବି.ପ୍ର./ନି.ପ୍ର.): ରାଜ୍ୟର କୋଭିଡ୍‌ ମୁକାବିଲା କ୍ଷେତ୍ରରେ ନବରଙ୍ଗପୁର ଓ କୋରାପୁଟ ଜିଲା ପ୍ରମୁଖ ଭୂମିକା ନେବ। ଏଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ...

କରୋନା ମୁକାବିଲା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭାଇରସର ମୁକାବିଲା ଲାଗି ସାରା ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନ ଘୋଷଣା ପରେ ଅଧିକାଂଶ ଓଡ଼ିଆ ଲୋକ ଦେଶ...

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଅଭିଭାବକ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଅର୍ଗାନାଇଜେଶନ ଅଫ୍‌ ପ୍ୟାରେଣ୍ଟ୍‌ସ ଫେଡ଼େରେଶନ(ଓଫାଫ୍‌) ପକ୍ଷରୁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ...

୧୮ ଶିଳ୍ପ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନର ବିକାଶ ପାଇଁ ପ୍ରକଳ୍ପ ନିର୍ଦ୍ଧାରଣ ନିମନ୍ତେ ବିଭିନ୍ନ ବିଭାଗରୁ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦୀପ, ଝାରସୁଗୁଡ଼ା ଓ ରାୟଗଡ଼ା...

କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କଲେ ସରକାର, ୪୦୦ ଟଙ୍କାରେ ହେବ ଟେଷ୍ଟ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଘରୋଇ ଲ୍ୟାବ୍‌ରେ ଆରଟିପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦...

ବିଜେଡି ନେତାଙ୍କ ପାଇଁ ଭିନ୍ନ ଆଇନ: ଭାଜପା

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟାପିକା ବୋହୂ ପ୍ରାୟ ୨ବର୍ଷ କାଳ କଲେଜ ନ ଆସି ଦରମା ନେଇଛନ୍ତି। ସାଧାରଣ ଲୋକଙ୍କ...

Advertisement
Archives

Model This Week