ସକାଳୁ ଶୋଇଥିବାବେଳେ ଘର ଉପରକୁ ମାଡ଼ିଗଲା ଲକ୍ଷ୍ମୀ ବସ୍‌, ଆଉ ତା’ପରେ…

ଥୁଆମୂଳ ରାମପୁର,୬।୧୧-(ଦୁର୍ଗା କୀର୍ତ୍ତି): ପୂର୍ବ ବିଜେଡି ସରକାରଙ୍କ ଶାସନ ସମୟରେ ଲୋକଙ୍କ ଗମନାଗମନର ସୁବିଧା ସୁଯୋଗ ଆଖିଆଗରେ ରଖି ଲକ୍ଷ୍ମୀ ବସ୍‌ ଚଳାଚଳ ବ୍ୟବସ୍ଥା କରି ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏହି ଲକ୍ଷ୍ମୀ ବସ୍‌ କେବେ କେଉଁଠି ଅଟକି ଯାଉଥିବା ବେଳେ କେବେ କେଉଁଠି ଯାନ୍ତ୍ରିକ ସୃଷ୍ଟି ଦେଖା ଦେଉଛି । ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ କମ୍ପାନୀ ଦୃଷ୍ଟି ଦେଉଛି କି ନାହିଁ ତାହା କହି ହେବ ନାହିଁ, ଏପରିସ୍ଥଳେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ଦିନରୁ ଲକ୍ଷ୍ମୀ ବସର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏପରିକି କି କମ୍ପାନୀ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱ ହିନ କାମ ଯୋଗୁ ଲକ୍ଷ୍ମୀ ବସକୁ ଠେଲିବା କାମ ଆରମ୍ଭ ହୋଇଗଲାଣି। ଏମିତି କି ବସ୍‌ ସବୁ ରଖିବା ପାଇଁ କୌଣସି ବସ ଷ୍ଟାଣ୍ଡର ବ୍ୟବସ୍ଥା ନ ଥିବା ବେଳେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ହିଁ ଏହି ବସ ସବୁ ରହିବା ବ୍ୟବସ୍ଥା କରାଯାଇଛି। ବସର ଯାନ୍ତ୍ରିକ ତ୍ରୁଟି ଥିବା ସମୟରେ ଉକ୍ତ ବସ୍‌ କମ୍ପାନୀ କର୍ମଚାରୀ ପ୍ରାୟ ସମୟ ବସ୍‌କୁ ଠେଲି ଷ୍ଟାର୍ଟ କରନ୍ତି । ଏଭଳି ସ୍ଥଳେ ବସକୁ ଠେଲିବା ବେଳେ ସିଧା ବ୍ଳକ କାର୍ଯ୍ୟଳୟଠାରୁ ବ୍ଳକ ସୁରକ୍ଷା ପାଚେରୀ ଭାଙ୍ଗି ଯାଇ ସିଧାସଳଖ ଏକ ଜନବସତି ପଡାର ଘର ଉପରେ ମାଡିଯାଇଥିଲା। ଫଳରେ ଘରର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ଜଗନ୍ନାଥ କଲୋନୀ (ଶାନ୍ତି ନଗର ପଡ଼ା) ନିକଟରେ।

ସୂଚନାକ୍ରମେ ବୁଧବାର  ସକାଳ ସମୟ ପ୍ରାୟ ୫ଟା ୩୦ ସମୟରେ ଲକ୍ଷ୍ମୀ ବସ୍‌ ବ୍ଲକ କାର୍ଯ୍ୟାଳୟ ପରିସରରୁ ନାକରୁଣ୍ଡି ଅଭିମୁଖେ ଯିବା ପାଇଁ ବାହାରିଥିବା ବେଳେ ବସ୍‌ ଷ୍ଟାର୍ଟ ନ ହେବାରୁ ତାକୁ କିଛି କର୍ମଚାରୀ ଠେଲିକି ଷ୍ଟାର୍ଟ କରୁଥିଲେ। ଏତିକି ଏତିକି ବ୍ଲକ ପାଖ ଗଡାଣିଆ ରାସ୍ତା ପାଖ ଶାନ୍ତି ନଗର ପଡ଼ାକୁ ଲାଗି ରହିଥିବା ବ୍ଲକ କାର୍ଯ୍ୟାଳୟ ପାଚେରୀକୁ ଭାଙ୍ଗି ସିଧାସଳଖ ସୁରେନ୍ଦ୍ର ନାଏକଙ୍କ ଘରକୁ ଧକ୍କା ଦେଇଥିଲା। ଫଳରେ ଘରର କିଛି କାନ୍ଥ ଏବଂ ନିର୍ମାଣାଧିନ ପାଇଖାନା ସହ ବାହାରେ ଥିବା ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଘରେ ଶୋଇଥିବା ମାଲିକ ସୁରେନ୍ଦ୍ର ନାଏକ ଏବଂ ତାଙ୍କ ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ଠିକ ସେଭଳି ସୁରେନ୍ଦ୍ର ନାଏକ ଘର ପାଖ ଆଉ ଜଣେ ପରିବାର ଯାହାକି ତ୍ରିନାଥ ନାଏକଙ୍କ ପାଇଖାନା ମଧ୍ୟ ବସ ଧକ୍କାରେ ଭାଙ୍ଗିଯାଇଛି। ଦୁର୍ଘଟଣା ଘଟାଇ ଥିବା ଓଡି୦୮ଭି୩୩୮୯ ନମ୍ବର ବିଶିଷ୍ଟ ଲକ୍ଷ୍ମୀ ବସ୍‌ର ଆଗ ପଟ ଲାଇଟ, ପ୍ଲାଷ୍ଟିକ ଫାଇବର, କାଚ ସବୁ ଭାଙ୍ଗିଥିବା ବେଳେ ଡ୍ରାଇଭରଙ୍କ କୌଣସି ଅସୁବିଧା ହୋଇନାହିଁ।

ପ୍ରକାଶ ଯୋଗ୍ୟ ଯେ, ଲକ୍ଷ୍ମୀ ବସ୍‌ କମ୍ପାନୀର କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଆଜି ଜଣେ ପରିବାର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି। ରକ୍ଷଣାବେକ୍ଷଣ ଘୋର ଅଭାବରୁ ଠେଲା ଗାଡ଼ି ପାଲଟିଛି ଏହି ଲକ୍ଷ୍ମୀ ବସ୍‌। ଠିକ ସମୟରେ ବସ୍‌ର କିଛି ଯାନ୍ତ୍ରିକ ତ୍ରୁଟି ଥିଲେ ମରାମତି କରିବାରେ ଅବହେଳା କାହିଁକି କରୁଛି ଠିକା ସଂସ୍ଥା ବୋଲି ଅଞ୍ଚଳର ଜନସାଧାରଣ ତଥା କିଛି ସମାଜସେବୀଙ୍କ ସମେତ କ୍ଷୟକ୍ଷତି ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ କ୍ଷୟକ୍ଷତି ହୋଇଥିବା ପରିବାରବର୍ଗଙ୍କୁ ବସ୍‌ ଠିକା ସଂସ୍ଥା ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଇ ବୋଲି ସାଧାରଣରେ ଦାବି ହେଉଛି ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?