ଭୁବନେଶ୍ୱର, ୯।୪(ବ୍ୟୁରୋ): ନାଁ ଅମିତ ପୃଷ୍ଟି। ବୟସ ମାତ୍ର ୧୪। ଘର ନୟାଗଡ଼ରେ। ପାଠ ପଢା, ଖେଳକୁଦ ବୟସରେ ଏବେ କାନ୍ଧେଇଛନ୍ତି ପରିବାରର ବୋଝ। ୩ବର୍ଷ ପୂର୍ବେ ପିତାଙ୍କ ଅକାଳ ମୃତ୍ୟୁ ପରେ ମା’ ଓ ବଡ ଭଉଣୀଙ୍କ ସହ ଅମିତ ଭିଟାମାଟି ଛାଡି ଭୁବନେଶ୍ୱର ଚାଲି ଆସିଥିଲେ। କାମଧନ୍ଦା ଖୋଜୁଖୋଜୁ ପହଞ୍ଚତ୍ୟାଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟରେ। ଶେଷରେ ବିଶ୍ୱବିଦ୍ୟାଳୟ ହିଁ ପାଲଟିଗଲା ତାଙ୍କ କର୍ମସ୍ଥଳ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ କେତେଜଣ ଛାତ୍ରୀଙ୍କ ସହଯୋଗରେ ଅମିତ କ୍ୟାମ୍ପସ୍ରେ ଏକ ଜଳଖିଆ ବେପାର ଆରମ୍ଭ କଲେ। ଇଡ୍ଲି, ଘୁଗୁନି, ଆଳୁଦମ୍ ଓ ଦହିବରାର ନିଆରା ସ୍ବାଦ ଛାତ୍ରଛାତ୍ରଙ୍କୁ ବେଶ୍ ଆକର୍ଷିତ କଲା। ମଧୁସୂଦନ ହଷ୍ଟେଲ ନିକଟ ସ୍ଥାନ ପାଲଟିଗଲା ଅମିତଙ୍କ ପରିଚୟ। ଛୋଟ ଉଠାଦୋକାନ ଚାରିପାଖରେ ଛାତ୍ରୀଛାତ୍ରମାନେ ଭିଡ଼ ଲାଗୁଛି। ସେଥିରୁ ଯେଉଁ ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି। ଏଥିସହ ସେ ମଧ୍ୟ ପାଠପଢ଼ିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଜଟଣୀର ଡାଳତୋଳା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଥିବା ଅମିତଙ୍କ ପ୍ରାଥମିକ ଲକ୍ଷ୍ୟ ହେଉଛି ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବା। ହେଲେ ସୀମିତ ରୋଜଗାରରୁ ପରିବାର ଖର୍ଚ୍ଚ ତୁଲାଇ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଆସିବା କେଉଁଠୁ।
ଅମିତ୍ଙ୍କ ଏହି ସଂଘର୍ଷପୂର୍ଣ୍ଣ ଜୀବନ ସମ୍ପର୍କରେ ଖବର ପାଇବା ପରେ ଓଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଗୁରୁବାର ବର୍ଷା ଅମିତ୍ଙ୍କ ଦୋକାନରେ ପହଞ୍ଚତ୍ ତାଙ୍କ ହାତ ତିଆରି ଇଡ୍ଲି ଖାଇବା ସହ ବେଶ୍ କିଛି ସମୟ ମନଖୋଲି ବାର୍ତ୍ତାଳାପ କରିଥିଲେ। ପାଠ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଦେଖି ‘ସମ୍ମାନିତା’ ପକ୍ଷରୁ ଅଭିନେତ୍ରୀ ବର୍ଷା ତାଙ୍କୁ ବହି, କଲମ, ଜ୍ୟାମିତି ବାକ୍ସ ଏବଂ ଏକ ସ୍କୁଲ୍ ବ୍ୟାଗ୍ ଆଦି ପାଠ୍ୟୋପକରଣ ଉପହାର ଦେଇଛନ୍ତି। ଆଗାମୀ ଦିନରେ ଅମିତଙ୍କୁ ପାଠପଢ଼ାରେ ଆବଶ୍ୟକ ସହଯୋଗ କରିବେ ବୋଲି ବର୍ଷା ପ୍ରତିଶ୍ରୁତି ଦେଇଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

