‘ପୋଲିସ ମିତ୍ର’ଙ୍କ ଭାଇ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ଶନିବାର ଭୁବନେଶ୍ୱର ରେଞ୍ଜ୍‌ର ଅବକାରୀ ଟିମ୍‌ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଚଢ଼ାଉ କରି ‘ପୋଲିସ ମିତ୍ର’ ସହଦେବ ନାୟକଙ୍କ ବଡ଼ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଟୁନା ନାୟକ(୩୫)। ତାଙ୍କଠାରୁ ୨୧୭ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ। ଏନେଇ ଏକ ମାମଲା (୪୬/୨୦୨୨-୨୦୨୩) ରୁଜୁ କରାଯାଇ ଅଭିଯୁକ୍ତ ଟୁନାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ମିତ୍ର ସହଦେବଙ୍କୁ ବାହାର କରାଯାଇଥିବା ଜଣାପଡ଼ିଛି।
ଅନୁଯାୟୀ, ଟୁନା ୨୦୨୧ ଲକ୍‌ଡାଉନ ସମୟରେ ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ଟିମ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ବେଲ୍‌ରୁ ଆସିବା ପରେ ଗତ କିଛିମାସ ହେବ ସେ ବ୍ରାଉନସୁଗାର ବେପାର ଆରମ୍ଭ କରିଥିଲେ। ଟୁନା ବାଲେଶ୍ୱର ଜିଲା ଜଳେଶ୍ୱର ଯାଇ ବ୍ରାଉନସୁଗର ଆଣନ୍ତି। ଏଥିସହ ଏଜେଣ୍ଟମାନେ ମଧ୍ୟ ତାଙ୍କୁ ବ୍ରାଉନସୁଗାର ଦେଇଯାଆନ୍ତି। ତେବେ ଗତ କିଛିଦିନ ତଳେ ଏନେଇ ଅବକାରୀ ଟିମ୍‌ ଖବର ପାଇ ଟୁନାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲା। ଅବକାରୀ ଟିମ୍‌ର ଜଣେ ଅଧିକାରୀ ଓ ଜଣେ ସ୍ଥାନୀୟ ଲୋକ ଶୁକ୍ରବାର ଟୁନାଙ୍କ ପାଖକୁ ଯାଇ ୧୦୦୦ ଟଙ୍କାରେ ବ୍ରାଉନସୁଗାର କିଣିଥିଲେ। ଏଥିସହ ତାଙ୍କ ପାଖରେ ବହୁ ପୁଡ଼ିଆ କରାଯାଇ ବ୍ରାଉନସୁଗାର ଥିବା ଜଣାପଡ଼ିଥିଲା। ଅବକାରୀ ଟିମ୍‌ ଟୁନାଙ୍କୁ ଧରିବାକୁ ଶନିବାର ସକାଳେ ତାଙ୍କ ଘରେ ଚଢ଼ାଉ କରିଥିଲା। ହେଲେ ଟୁନା ଏହା ଜାଣିପାରି ବ୍ରାଉନସୁଗାର ସହ ବାଥ୍‌ରୁମ୍‌ ଭିତରକୁ ପଶିଯାଇଥିଲେ। ଏହି ସମୟରେ ଅବକାରୀ ଟିମ୍‌ ଚଢ଼ାଉ କରି ଟୁନାଙ୍କୁ କାବୁ କରିଥିଲା। ଏହି ମାମଲାରେ ସମ୍ପୃକ୍ତି ସନ୍ଦେହ କରି ସହଦେବଙ୍କୁ ଅବକାରୀ ଟିମ୍‌ ଅଟକ ରଖିଥିଲା। ହେଲେ ପଚରାଉଚରା ପରେ ମାମଲା ସମ୍ପର୍କିତ ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ତେବେ ଜଳେଶ୍ୱରରୁ ଯେଉଁ ଏଜେଣ୍ଟଙ୍କଠାରୁ ଟୁନା ବ୍ରାଉନସୁଗାର ଆଣୁଥିଲେ ତାଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଭୁବନେଶ୍ୱର ରେଞ୍ଜର ଇନ୍‌ସ୍ପେକ୍ଟର ବିକାଶ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?