Posted inଫୁରସତ

ଚକିତ ହୋଇଯାଇଥିଲା ବ୍ରିଟିଶ୍‌ ଶାସନ

ଭାରତର ସ୍ବାଧୀନତା ସହ ଜଡ଼ିତ ଏମିତି କେତେକ ଘଟଣା ରହିଛି, ଯାହା ଅବିସ୍ମରଣୀୟ ଇତିହାସରେ ପରିଣତ ହୋଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଭାରତ ଛାଡ଼ ଆନ୍ଦୋଳନ। ୧୯୪୨ ମସିହା ଆଜିର ଦିନ ଅର୍ଥାତ୍‌ ୮ ଅଗଷ୍ଟରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା।
ଜାତିର ପିତା ମହାତ୍ମା ଗାନ୍ଧୀ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ। ସେତେବେଳେ ଦ୍ବିତୀୟ ବିଶ୍ୱଯୁଦ୍ଧରେ ଫସିଥିବା ଇଂଲଣ୍ଡ ଭାରତରେ ଏଭଳି ଆନ୍ଦୋଳନ ଆଶା କରି ନ ଥିଲା। ଏଥିରେ ସମଗ୍ର ବ୍ରିଟିଶ ଶାସନ ସ୍ତବ୍ଧ ହୋଇଯାଇଥିଲା। ୧୯୪୨ ମସିହାର ଏହି ଆନ୍ଦୋଳନ ୧୮୫୭ ପରେ ଦେଶର ସ୍ବାଧୀନତା ପାଇଁ ହୋଇଥିବା ବଡ଼ ଆନ୍ଦୋଳନ ସାବ୍ୟସ୍ତ ହୋଇଥିଲା।
ଭାରତଛାଡ଼ ଆନ୍ଦୋଳନର ପ୍ରଭାବ ଦେଶବାସୀଙ୍କ ଉପରେ ଗଭୀର ଭାବେ ପଡ଼ିଥିଲା। ଏହି ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ‘କର ବା ମର’ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନ ଲୋକଙ୍କୁ ଏପରି ପ୍ରଭାବିତ କଲା ଯେ, ଇଂରେଜମାନଙ୍କୁ ପରବର୍ତ୍ତୀ ସମୟରେ ଭାରତ ଛାଡିବାକୁ ପଡିଲା। ତେବେ ଆନ୍ଦୋଳନ ଆରମ୍ଭ କରି ଗାନ୍ଧିଜୀ କହିଥିଲେ, ଇଂରେଜମାନେ ଏବେ ତୁରନ୍ତ ଭାରତ ଛାଡିଯିବା ଉଚିତ।
ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେବାର ପରଦିନ ଅର୍ଥାତ୍‌ ଅଗଷ୍ଟ ୯ରେ ବ୍ରିଟିଶ ସରକାର ବହୁ ସଂଗ୍ରାମୀଙ୍କୁ ଗିରଫ କରିଥିଲେ। ଏଥିରେ ଗାନ୍ଧିଜୀ ମଧ୍ୟ ସାମିଲ ଥିଲେ। ଏହି ସମୟ ମଧ୍ୟରେ ଅନେକ ଲୋକ ପ୍ରାଣ ହରାଇଥିଲେ। ପ୍ରତିବର୍ଷ ଏହି ଦିନରେ ଭାରତ ଛାଡ଼ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା

ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। କୌଣସି ବର୍ଷା…

‘ଆମେରିକାର ବିଫଳତା ସହ ହର୍ମୁଜରେ ଏକ ନୂତନ ଅଧ୍ୟାୟ…,’ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଇରାନର ସର୍ବୋଚ୍ଚ ନେତା

ତେହରାନ,୩୦।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁବାର ଏକ ଲିଖିତ ବିବୃତ୍ତିରେ ଆମେରିକା ଉପରେ ଏକ କଠୋର ଆକ୍ରମଣ ଜାରି କରିଛନ୍ତି। ଇରାନର ସରକାରୀ ଟେଲିଭିଜନରେ…

ଅବସର ଦିନ ହିଁ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ସମସ୍ତ ପ୍ରାପ୍ୟ, ବିଇଓଙ୍କ ପକ୍ଷକ୍ଷେପକୁ ପ୍ରଶଂସା

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅବସର ଦିନ ହିଁ ଶିକ୍ଷକ ହେଉ କି କର୍ମଚାରୀ ସମସ୍ତଙ୍କୁ ବକେୟା…

‘ମୋ ସମ୍ପର୍କରେ ସୋନିଆ ଗାନ୍ଧୀ ହିଁ ନିଷ୍ପତ୍ତି ନିଅନ୍ତି’, କାହିଁକି ଏମିତି କହିଲେ ଖାର୍ଗେ? ଜାଣନ୍ତୁ କେଉଁଠି କହିଲେ

ନୂଆଦିଲ୍ଲୀ,୩୦।୪: କର୍ନାଟକ ରାଜନୀତିରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି…

କିଏ ମାରିବ ବାଜି? ଆସିଲା ପଶ୍ଚିମବଙ୍ଗ ନିର୍ବାଚନର ଫାଇନାଲ ଏକଜିଟ ପୋଲ! ଟିଏମ୍‌ସି-ଭାଜପାର ଛାତି ଧଡ଼ଧଡ଼

କୋଲକାତା,୩୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୋଟ ୨୯୪ ଆସନ ପାଇଁ ଭୋଟ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୩ରେ ୧୫୨ ଆସନ ପାଇଁ ଏବଂ…

ଆମେରିକାର ବଡ଼ ଦାବି, ଅଟକାଇଛି ୪୨ ଜାହାଜ, ଏହା ପରେ ବି କାହିଁକି ହାର ମାନୁ ନାହିଁ ତେହରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ,୩୦।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି। ଆମେରିକୀୟ ସେନା ଅନୁଯାୟୀ, ଇରାନ ବିରୁଦ୍ଧରେ ଚାଲିଥିବା ସାମୁଦ୍ରିକ…

ଏପ୍ରିଲ ୩୦ରୁ ଶତ୍ରୁ ରାଶିରେ ଗୋଚର କଲେ ଚନ୍ଦ୍ର, ୩ ରାଶି ପାଇଁ ଅଶୁଭ

ଚନ୍ଦ୍ରଙ୍କ ଗୋଚର ଏପ୍ରିଲ ୩୦ ତାରିଖ ଦିନ ଅପରାହ୍ନ ୧:୧୪ ରେ ହୋଇଛି । ଚନ୍ଦ୍ର ଶୁକ୍ରଙ୍କ ଦ୍ୱାରା ଶାସିତ ତୁଳା ରାଶିରେ ପ୍ରବେଶ କରିଛି ।…

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଜି.ଉଦୟଗିରି, ୩୦।୪(ଚିନ୍ମୟ କୁମାର ସେଠି ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ଡକରିଙ୍ଗିଆ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri