ସୌରଶକ୍ତିର ଉଜ୍ଜ୍ୱଳ ଭବିଷ୍ୟତ

ଜୈବ ଇନ୍ଧନ ଶକ୍ତିରୁ ସ୍ବଚ୍ଛ ବା ସବୁଜ ଶକ୍ତିକୁ ପରିବର୍ତ୍ତନର ଧାରାରେ ସୌରଶକ୍ତି ଆଗୁଆ ରହିଆସିଛି। ଜଳବାୟ, ଜୀବନ ଧାରଣ ଏବଂ ଶକ୍ତି ସୁରକ୍ଷା ପାଇଁ ଏହା ଅଧିକ ଲାଭଦାୟକ ହୋଇଆସିଛି। ଗତ ଦଶନ୍ଧିରେ ଏହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୩୦ ପ୍ରତିଶତରୁ ଅଧିକ ରହିବା ସହ ସୌର ଶକ୍ତି ପାଇଁ ବଜାରରେ ଦ୍ରୁତ ପରିବର୍ତ୍ତନ ଘଟିଛି। ଉଭୟ ବିଦ୍ୟୁତ୍‌ ଶକ୍ତି ଉପତ୍ାଦନକାରୀ ଏବଂ ଉପଭୋକ୍ତାଙ୍କ ପାଇଁ ସୌରଶକ୍ତି ସବୁଠୁ ଆକର୍ଷଣୀୟ ହୋଇପାରିଛି। ଏହା ସହ ୨୦୨୩ରେ ବିଶ୍ୱର ଅକ୍ଷୟ ଶକ୍ତି କ୍ଷମତା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ତାହାର ସିଂହଭାଗ ଥିଲା ସୋଲାର ବା ସୌର ପିଭି ( ଫଟୋଭୋଲାଟିକ୍‌ ସେଲ୍‌)। ଏହାକୁ ସହଯୋଗ କରୁଥିବା ନୀତିଗୁଡ଼ିକ ୧୩୦ରୁ ଅଧିକ ଦେଶରେ ରହିଛି। ଚଳିତ ଦଶନ୍ଧିର ବାକି ରହିଥିବା ବର୍ଷଗୁଡ଼ିକରେ ସୌରଶକ୍ତି ଅଗ୍ରଣୀ ଭୂମିକା ନେବ ବୋଲି ଜଣାପଡ଼ୁଛି। ପୂର୍ବ ୫ ବର୍ଷ ତୁଳନାରେ ୨୦୩୦ ମଧ୍ୟରେ ସୋଲାର ପିଭି ଲଗାଇବା ପ୍ରକ୍ରିୟା ଆମେରିକା, ଚାଇନା, ୟୁରୋପିଆନ ୟୁନିୟନ, ଭାରତ ଏବଂ ବ୍ରାଜିଲ ଭଳି ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ୨ ଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଛି।
ଏଭଳି ଅଭିବୃଦ୍ଧି ପଛରେ ଥିବା ପ୍ରମୁଖ କାରଣ ହେଉଛି ମୂଲ୍ୟ ହ୍ରାସ। ୨୦୨୩ରେ ସୋଲାର ପ୍ୟାନେଲ ମୂଲ୍ୟ ପ୍ରାୟ ୫୦% କମିଛି। କମ୍‌ ମୂଲ୍ୟ ସହ ଅଧିକ ଉତ୍ପାଦନ ଏବଂ ଅଧିକାଂଶ ମାର୍କେଟରେ ନୂଆ ଜୀବାଶ୍ମ ଇନ୍ଧନ ଶକ୍ତି କେନ୍ଦ୍ର ତୁଳନାରେ ସୋଲାର ପିଭିର ତ୍ୱରିତ ପ୍ରତିସ୍ଥାପନ ଶସ୍ତା ହେଉଛି। ତେବେ ଯେତେବେଳେ ସୌରଶକ୍ତିକୁ ଗଚ୍ଛିତ କରିବା କିମ୍ବା ଶକ୍ତି ଯୋଗାଇଦେବା ପାଇଁ ଗ୍ରୀଡ୍‌ ମାଧ୍ୟମରେ ବୃହତ୍‌ ପରିବର୍ତ୍ତନଶୀଳ ବ୍ୟବସ୍ଥା କରାଯାଇପାରିଲେ ଅଧିକ ଲାଭ ମିଳିପାରିବ। ତଥାପି, ନିକଟ ବର୍ଷଗୁଡ଼ିକରେ ସୌର ଶକ୍ତିର ଅପ୍ରତ୍ୟାଶିତ ଭାବେ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ୩ ଗୁଣ ବୃଦ୍ଧି କରିବା ଆବଶ୍ୟକ। ଗତ ବର୍ଷ ଦୁବାଇରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୨୮)ରେ ସମସ୍ତ ଦେଶ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏକମତ ହୋଇଥିଲେ। ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ଲଗି ଏହି ଲକ୍ଷ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେମାନେ ନିଶ୍ଚିତ ହୋଇଥିଲେ। ତେବେ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ନୀତି ନିର୍ଦ୍ଧାରକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ନିୟାମକ ପ୍ରସ୍ତୁତ କରିବା, ସୌର ଓ ଅନ୍ୟ ଅକ୍ଷୟ ଶକ୍ତିରୁ ଉତ୍ପାଦିତ ବିଦ୍ୟୁତ୍‌କୁ ଗଚ୍ଛିତ ରଖିବା ତଥ ଗ୍ରୀଡ୍‌ ଭିତ୍ତିଭୂମିରେ ବ୍ୟାପକ ନିବେଶ ଉପରେ ସେମାନେ ଗୁରୁତ୍ୱ ଦେବା ଦରକାର। ଏହା ସହ କୌଣସି ଜଟିଳ ସ୍ଥିତି ସୃଷ୍ଟି କରୁଥିବା ସରକାରୀ ନିୟମ ଓ ପ୍ରଶାସନିକ ବାଧା ହଟାଇ କିଭଳି ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକରେ ପ୍ରୋଜେକ୍ଟ ପାଇଁ ଅଧିକ ପାଣ୍ଠି ଯୋଗାଇହେବ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ।
ସୌଭାଗ୍ୟବଶତଃ, ଉଚ୍ଚ ମୁଦ୍ରାସ୍ଫୀତି ଓ ଯୋଗାଣ ଶୃଙ୍ଖଳର ଜଟିଳତା ସୋଲାର ପିଭିର ନାଟକୀୟ ମୂଲ୍ୟ ହ୍ରାସକୁ ରୋକିପାରିନାହିଁ। କିନ୍ତୁ ସୋଲାର ପ୍ୟାନେଲ ଉତ୍ପାଦନରେ ଚାଇନାର ବ୍ୟାପକ ନିବେଶ ଯୋଗୁ ଏଭଳି ଧାରା ଜାରି ରହିବା ସହ ଅନ୍ତଃରାଷ୍ଟ୍ରୀୟ ସୌର ସପ୍ଲାଏ ଚେନ୍‌ ବା ଯୋଗାଣ ଶୃଙ୍ଖଳ ଅଧିକ ମଜଭୁତ ହୋଇଛି। ସୋଲାର ପିଭିର ଅଭିବୃଦ୍ଧି ଜାରି ରହିଥିବାରୁ ଏକ ଦୃଢ଼ ଯୋଗାଣ ଶୃଙ୍ଖଳ ନିଶ୍ଚିତ କରିବା ପାଇଁ ଏହାର ଉପତ୍ାଦନରେ ଅଧିକ ବିବିଧତା ଆଣିବାକୁ ହେବ। ଆମେରିକାର ଇନ୍‌ଫ୍ଲାଶନ ରିଡକ୍‌ସନ ଆକ୍ଟ, ଭାରତର ପ୍ରଡକ୍‌ସନ ଲିଙ୍କ୍‌ଡ ଇନିସିଏଟିଭ ଏବଂ ୟୁରୋପୀୟ ସଂଘର ନେଟ୍‌ ଜିରୋ ଇଣ୍ଡଷ୍ଟ୍ରି ଆକ୍ଟ ଭଳି ପଦକ୍ଷେପଗୁଡ଼ିକ ଘରେ ଉପତ୍ାଦିତ ହେଉଥିବା ସ୍ବଚ୍ଛ ବା ସବୁଜ ଶକ୍ତି ଇଣ୍ଡଷ୍ଟ୍ରିଗୁଡ଼ିକର ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ।
ଦ୍ରୁତ ଅଭିବୃଦ୍ଧିଶୀଳ ଓ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ଶକ୍ତି ଚାହିଦା ପୂରଣ କରିବା ପାଇଁ ସୌରଶକ୍ତିର ଅଧିକ ଆବଶ୍ୟକତା ରହିବ। କାରଣ ଏହିସବୁ ଦେଶରେ ନୀତି ନିର୍ଦ୍ଧାରକମାନେ ସବୁଜ ଗୃହ ବାଷ୍ପ( ଜିଏଚ୍‌ଜି) ନିର୍ଗମନ ହ୍ରାସ ଲାଗି ସ୍ବତନ୍ତ୍ର ଯୋଜନା କରିବା ସମୟରେ ନାଗରିକମାନଙ୍କ ଆର୍ଥିକ ଦିଗକୁ ଅନୁଭବକରି ସେମାନଙ୍କୁ ସାହାଯ୍ୟ କରିବା ସକାଶେ ଚାହଁୁଛନ୍ତି। ଅନେକ ଦେଶରେ ସୌର ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ଶକ୍ତି ଆମଦାନୀ ଉପରେ ଥିବା ନିର୍ଭରଶୀଳତା ହ୍ରାସ କରିବ। ଏହାବ୍ୟତୀତ ବୈଶ୍ୱିକ ଯୋଗାଣ ଅବ୍ୟବସ୍ଥାଜନିତ ବିପଦ ହ୍ରାସ ସହ ଦୀର୍ଘମିଆଦୀ ଶକ୍ତି ସୁରକ୍ଷାକୁ ମଜଭୁତ କରିପାରିବ। କିନ୍ତୁ ଏସବୁ ପଛରେ ପ୍ରଯୁକ୍ତି ଓ ଉପଭୋକ୍ତାଙ୍କ କାର୍ଯ୍ୟ ଜଡ଼ିତ ରହୁଥିବାରୁ ଅତ୍ୟାଧୁନିକ ଶକ୍ତି ଭିତ୍ତିଭୂମିର ଆବଶ୍ୟକତା ଅଧିକ ଦରକାର ପଡ଼ିବ।
ସାମ୍ପ୍ରତିକ ସ୍ଥିତିରେ ସ୍ବଚ୍ଛ ଶକ୍ତି ପ୍ରଯୁକ୍ତିର ଅଭିବୃଦ୍ଧି ସହ ତାଳଦେଇ ଗ୍ରୀଡ୍‌ ଭିତ୍ତିଭୂମି ବିକାଶ ଓ ବିସ୍ତାର ଯେଉଁ ଗତିରେ ନିବେଶ ହେବା କଥା ତାହା ହେଉ ନାହିଁ। ଫଳରେ ସୌର ସହ ଅନ୍ୟ ନୂଆ ପ୍ରୋଜେକ୍ଟ ସବୁ ଆରମ୍ଭ କରିବାରେ ବିଳମ୍ବ ହେଉଛି। ବହୁ ସମୟରେ ନୂଆ ବିଦ୍ୟୁତ୍‌ ନେଟ୍‌ଓ୍ବର୍କ ପାଇଁ ଯୋଜନାକରି ତାହାକୁ ଶେଷକରିବାକୁ ୫-୧୫ ବର୍ଷ ସମୟ ଲାଗିଯାଉଥିବାବେଳେ ନୂଆ ଅକ୍ଷୟ ଶକ୍ତି ପ୍ରୋଜେକ୍ଟ ପାଇଁ ୧-୫ ବର୍ଷ ଲାଗିଥାଏ। ୨୦୩୦ ସୁଦ୍ଧା ଗ୍ରୀଡ୍‌ ପାଇଁ ନିବେଶ ବାର୍ଷିକ ୬୦୦ ବିଲିୟନ ଡଲାରରୁ ଅଧିକ ଆବଶ୍ୟକ ହେବ। ହେଲେ ଯେଉଁ ଅଞ୍ଚଳରେ ନିବେଶ ଦରକାର ସେଠାରେ ତାହା କରାଯାଉନାହିଁ। ଅନେକ ଦ୍ରୁତ ଅଭିବୃଦ୍ଧିଶୀଳ ଓ ବିକାଶଶୀଳ ଅର୍ଥ ବ୍ୟବସ୍ଥାରେ ବିଦ୍ୟୁତ୍‌ ଚାହିଦାରେ ଦୃଢ଼ ଅଭିବୃଦ୍ଧି ହାସଲ କରିବା ଏବଂ ଅଧିକ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଲାଗି ଗ୍ରୀଡ୍‌ରେ ଯେତିକି ନିବେଶ ହେବା କଥା ତାହାଠାରୁ କମ୍‌ ହେଉଛି। ଏହି ଅଭାବ ପୂରଣ କରିବାକୁ ଏକ ସୁଯୋଗ ଅଛି ଯାହାକୁ ହାତଛଡ଼ା କରିବା ଉଚିତ ନୁହେଁ। ଏବେ ବିଦ୍ୟୁତ୍‌ରୁ ବଞ୍ଚିତ ହେଉଥିବା ବିଶେଷକରି ଆଫ୍ରିକାର ଅଧିକାଂଶ ଦେଶର ଅନେକ ଲକ୍ଷ ଲୋକଙ୍କୁ ଏହା ଯୋଗାଇଦେବା ପାଇଁ ସୋଲାର ପିଭିର ଯଥେଷ୍ଟ କ୍ଷମତା ରହିଛି। କିନ୍ତୁ ଏଥିପାଇଁ ପାଣ୍ଠିର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ଅନେକ ବିକଶିତ ଓ ବିକାଶଶୀଳ ଦେଶ(ଚାଇନା ବ୍ୟତୀତ) ଏବକାର ସବୁଜ ଶକ୍ତି ନିବେଶ ସ୍ରୋତରେ ସାମିଲହେବାରେ ବିଫଳ ହେଉଛନ୍ତି ।
କାରଣ ନୂଆ ପ୍ରୋଜେକ୍ଟ ପାଇଁ ଅଧିକ ମୂଲ୍ୟର ପୁଞ୍ଜି ଦରକାର ହେଉଛି। କମ୍‌ ସ୍ତରରେ ଥିବା ମାର୍କେଟରେ ପ୍ରବେଶ କରିବା ପାଇଁ ନିବେଶକମାନେ ଦାବି କରୁଥିବା ରିକ୍ସ ପ୍ରିମିୟମ ସିଧାସଳଖ ସୌର ଶକ୍ତି ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରକୁ କ୍ଷତି କରୁଛି।
ଏହି ବାଧା ଦୂରକରିବା ପାଇଁ ସରକାର, ବହୁ ରାଷ୍ଟ୍ରୀୟ ବିକାଶ ବ୍ୟାଙ୍କ ଏବଂ ଅନ୍ୟମାନେ ଏହି ମାର୍କେଟଗୁଡ଼ିକରେ ପୁଞ୍ଜିର ମୂଲ୍ୟ ହ୍ରାସ କରିବାକୁ ପଦକ୍ଷେପ ନେବା ଦରକାର। ଏହା ମଧ୍ୟ ଅତ୍ୟନ୍ତ ଜରୁରୀ। ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ପାଇଁ ଆଗାମୀ ଦଶନ୍ଧିରେ ବିକଶିତ ଓ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ବାର୍ଷିକ ସବୁଜ ଶକ୍ତି ନିବେଶକୁ ୩ଗୁଣରୁ ଅଧିକ କରିବା ଆବଶ୍ୟକ। ସୌର ଶକ୍ତିର ଅଭିବୃଦ୍ଧି ଦର୍ଶାଉଛି ଏସବୁ ସମ୍ଭବ। ଯଦି ନୀତି ନିର୍ଦ୍ଧାରକମାନେ ଏବେ ରହିଥିବା ପ୍ରଯୁକ୍ତିଗତ,ନିୟାମକ ଏବଂ ଆର୍ଥିକ ବାଧାଗୁଡ଼ିକୁ ଦୂରକରିପାରିବେ , ତେବେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତା ୩ଗୁଣ କରିବାର କପ୍‌୨୮ ଲକ୍ଷ୍ୟ ହାସଲ ହୋଇପାରିବ ଏବଂ ଏ କ୍ଷେତ୍ରରେ ସୌରଶକ୍ତି ଅଗ୍ରଣୀ ଭୂମିକା ନେବ। ଯଦି ଏହି ବାଧାଗୁଡ଼ିକ ଦୂରକରା ନ ଯାଏ, ତେବେ ଜୈବ ଇନ୍ଧନ ଶକ୍ତିରୁ ସବୁଜ ଶକ୍ତିକୁ ପରିବର୍ତ୍ତନ କ୍ଷେତ୍ରରେ ଅନେକ ଦେଶ ପଛରେ ରହିଯିବେ ଏବଂ ବିଶ୍ୱ ଆବଶ୍ୟକ କରୁଥିବା ସବୁଜ ଶକ୍ତି ଅଧିକ ଅଭାବ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?