ଅଧାରେ ରହିଛି ପୋଲ କାମ, ଭରସା ଦେଶୀ ଡଙ୍ଗା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ହରିପୁର ପଞ୍ଚାୟତରୁ ଗୋପାଳପୁର ବେଳାଭୂମିକୁ ସଂଯୋଗ ପାଇଁ ଚାଲିଥିବା ପୋଲ କାମ ଦୁଇବର୍ଷ ହେଲାଣି ଶେଷ ହୋଇନାହିଁ। ୨୦୧୯ ଫେବୃୟାରୀରେ ୧୧ କୋଟି ୩୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେତୁ କାମ ଆରମ୍ଭ ହୋଇଥିଲା, କିନ୍ତୁ ତାହା ଅଧାରେ ଅଟକିଛି। ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ପାଖାପାଖି ୧୦ ଗ୍ରାମ ଲୋକ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁରେ ଯାତାୟାତ ବନ୍ଦ ହୋଇଯାଉଛି। ଫଳରେ ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ନଦୀ ପାର ହେଉଛନ୍ତି। ଏହି ନଦୀ ସମୁଦ୍ର ସହିତ ସଂଯୋଗ ଥିବାରୁ ଏଥିରେ ସ୍ରୋତ ଅଧିକ ଥାଏ। ଫଳରେ ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଅଞ୍ଚଳବାସୀ ଶୀଘ୍ର ପୋଲ କାମ ସାରିବାକୁ ବାରମ୍ବାର ଦାବି କରିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣି ନ ଥିବା କହିଛନ୍ତି। ୧୨୦ମିଟର ଲମ୍ବ, ୧୬ମିଟର ପ୍ରସ୍ଥ, ୧୨ ସ୍ପାମ୍‌ ବିଶିଷ୍ଟ ଏହି ଉଚ୍ଚ ପୋଲର ନିର୍ମାଣ ୮୦ଭାଗ ସରିଥିଲେ ମଧ୍ୟ ଏହାକୁ ସଂଯୋଗ କରିବା ପାଇଁ ଅନ୍ୟ ଏକ ରାସ୍ତା ଆବଶ୍ୟକତା ଥିବାରୁ ଅଟକି ରହିଛି କାମ। ଏହି ପୋଲ ନିର୍ମାଣ ହେଲେ ଗୋପାଳପୁର, ହରିପୁର ଓ ଛତ୍ରପୁରକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଯିବା ଆସିବା ହୋଇପାରିବ। ଠିକାଦାରଙ୍କ କହିବା କଥା ଆମକୁ ପୂର୍ତ୍ତବିଭାଗ ୨୦୨୦ ଅଗଷ୍ଟ ପୂର୍ବରୁ କାମ ସରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଆମେ ମଧ୍ୟ ତା’ ପୂର୍ବରୁ ସମସ୍ତ କାମ ସାରିଥିଲୁ, କିନ୍ତୁ ଆପ୍ରୋଚ ରୋଡ ପାଇଁ କାମ ଅଟକିଛି। ଏହି ବିଷୟରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଏହି ପୋଲ ପାଇଁ ଯେତିକି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ତାହା ସରିଯାଇଛି। ଆଉ ଗୋଟିଏ ଏଷ୍ଟିମେଟ ରିପୋର୍ଟ ପଠାଯାଇଛି। ସରକାରଙ୍କ ନିକଟକୁ ଅନୁମୋଦନ ହୋଇ ଆସିବା ପରେ କାମ ଆରମ୍ଭ କରାଯିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?