Posted inଜାତୀୟ

ହାଇଦ୍ରାବାଦ ନିର୍ବାଚନ ଭାଜପା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

ହାଇଦ୍ରାବାଦ,୪ ।୧୨: ଗ୍ରେଟର ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ନଗରନିଗମ ପାଇଁ ହୋଇଥିବା ନିର୍ବାଚନର ମତ ଗଣନା ଶୁକ୍ରବାର କରାଯାଉଛି । ଏଠାକାର ୧୫୦ ୱାର୍ଡ ପାଇଁ ୧,୧୨୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଏଥରର ନଗରନିଗମ ନିର୍ବାଚନକୁ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି କାରଣ କେନ୍ଦ୍ରର ଭାଜପା ସରକାରଙ୍କ ନେତୃତ୍ୱ ଏହି ନିର୍ବାଚନରେ ପୂରା ଶକ୍ତି ଖଟାଇ ଦେଇଛନ୍ତି । ଏବେ ଦେଖିବାର ଅଛି ଏହି ଫଳାଫଳ  ଅସଦୁଦ୍ଦିନ ଓୱସି ଓ କେ. ଚନ୍ଦ୍ରଶେଖର ରାଓଙ୍କ କବଜାକୁ ଆସୁଛି କି ଭାରତୀୟ ଜନତ ପାର୍ଟି(ଭାଜପା) ଏହାକୁ ହାତ ମୁଠାକୁ ନେଉଛି । ତେବେ ମତ ଗଣନା ଆରମ୍ଭରୁ ଭାଜପାକୁ ବହୁମତ ମିଳିଥିବା କୁହାଯାଉଛି । ଭାଜପା ୭୮ ଆସନରେ ଆଗରେ ରହିଥିବା ବେଳେ ୩୪ ଆସନରେ ଟିଆର୍‌ଏସ୍ ଓ ୧୭ ଆସନରେ ଏଆଇଏମ୍‌ଆଇଏମ୍ ଆଗରେ ରହିଛି । ଏହାସହ କଂଗ୍ରେସ କେବଳ ଗୋଟିଏ ଆସନରେ ଆଗରେ ରହିଛି । ଯଦି ଭାଜପା ଏହି ନିର୍ବାଚନରେ ବିଜୟୀ ହେଲା ତେବେ ଏହା କେନ୍ଦ୍ର ସରକାରଙ୍କ ପାଇଁ ବରଦାନ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି...

ମୋଦି ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ:ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ ରାଜୀବ

ନୂଆଦିଲ୍ଲୀ,୨୩ା୮(ପି.ଟି.):୧୯୮୪ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବୃହତ୍‌ ଜନାଦେଶ ପାଇ କ୍ଷମତାସୀନ ହୋଇଥିଲେ। ହେଲେ ସେ ତାକୁ ନେଇ କେବେ ଆତଙ୍କର ପରିବେଶ ସୃଷ୍ଟି...

ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ...

ଗୋମୂତ୍ର, ଗୋବର ଦ୍ୱାରା ଭଲ ହେବ କରୋନା ଭାଇରସ: ଭାଜପା ବିଧାୟିକା

ଗୁଆହାଟୀ,୩।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଏହାର ଏକ ଅଦ୍ଭୁତ ଚିକିତ୍ସା ପଦ୍ଧିତି ବିଷୟରେ କହିଛନ୍ତି ଭାରତୀୟ ଜନତା ପାର୍ଟି ବିଧାୟିକା...

ଅଯୋଧ୍ୟା ଯିବେ ନାହିଁ ଉଦ୍ଧବ

ମୁମ୍ବାଇ,୧୮।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି ଜଣାପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେ ଅଯୋଧ୍ୟା ଗସ୍ତ କରିବେ ନାହିଁ...

ଉପମୁଖ୍ୟମନ୍ତ୍ରୀ ପଦ ମାଗିଲା କଂଗ୍ରେସ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାରେ। ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶନିବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି।...

ହସ୍ପିଟାଲ ନିର୍ଦ୍ଦେଶନାମା ରଦ୍ଦ କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ,୯ା୬: କୋଭିଡ୍‌-୧୯ ଚିକିତ୍ସା ଲାଗି ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ କେବଳ ଦିଲ୍ଲୀବାସୀଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ...

ଖୋଲିବନି କି ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ,୮ା୬: ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନରେ ଜୁନ୍‌ ୮ ଅର୍ଥାତ୍‌ ସୋମବାରଠାରୁ ଦେଶରେ ବିଭିନ୍ନ ଧାର୍ମିକ ତଥା ଉପାସନା ସ୍ଥଳ ଖୋଲିବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ...

Advertisement

BGU

Archives

Model This Week

Why Dharitri