Posted inଫୁରସତ

ପ୍ରେମିକା ବ୍ରେକ୍‌ଅପ୍‌ କରିବାରୁ ଏମିତି ପ୍ରତିଶୋଧ ନେଲେ ପ୍ରେମିକ, ଜାଣିଲେ…

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମର ଆବେଗ ଜଣେ ବ୍ୟକ୍ତିର ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିଥାଏ। ବେଳେବେଳେ ଏହି ପ୍ରେମରେ କିଛି ଭୁଲ୍‌ ଭୁଝାମଣା ରହିଲେ ଏହା ଭୟଙ୍କର ହୋଇଥାଏ। ପ୍ରତିଶୋଧ ପରାୟଣ ହୋଇଉଠନ୍ତି ପ୍ରେମୀଯୁଗଳ। ବ୍ରାଜିଲରେ ରହୁଥିବା ଜଣେ ଯୁବକ ପ୍ରେମିକାଙ୍କ ଉପରେ ଏମିତି ପ୍ରତିଶୋଧ ନେଇଛନ୍ତି ଯେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ବ୍ରାଜିଲର ସାଓ ପାଉଲୋରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ୨୧ ବର୍ଷୀୟ ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ଧୋକ୍କା ଦେଇଥିଲେ। ଏହା ପରେ ଯୁବକଙ୍କ ରାଗ ପଞ୍ଚମ ହୋଇଯାଇଥିଲା। ପରେ ସେ ପ୍ରେମିକାଙ୍କୁ ଅପହରଣ ଜୋର ଜରବଦସ୍ତ ନିଜ ଘରକୁ ନେଇଯାଇଥିଲେ। ଖାଲି ଏତିକି ନୁହେଁ, ପ୍ରତିଶୋଧ ନେବାକୁ ସେ ପ୍ରେମିକାଙ୍କ ଗାଲରେ ନିଜର ପୂରା ନାମ ଟାଟୁ କରି ଲେଖି ଦେଇଥିଲେ।

ବ୍ରାଜିଲର କୋହ୍ଲୋ ନାମକ ଜଣେ ୨୧ ବର୍ଷର ଯୁବକ ତୟାନେ କାଲଡାସ ନାମକ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଭଲ ପାଉଥିଲେ। କିଛିଦିନ ପ୍ରେମ ସମ୍ପର୍କ ଠିକ୍‌ଠାକ୍‌ ଚାଲିବା ପରେ। ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇଥିଲା। ଆଉ ଏହି ବ୍ରେକ୍‌ଅପ୍‌ ତୟାନେଙ୍କ ପକ୍ଷରୁ ହୋଇଥିଲା। ବ୍ରେକ୍‌ଅପ୍‌ର ଠିକ୍‌ ଗୋଟିଏ ଦିନ ପରେ,ପ୍ରେମିକା କଲେଜ ଯାଉଥିବା ବେଳେ କୋହ୍ଲୋ ତାଙ୍କୁ ଜୋର୍‌ଜବରଦସ୍ତ ଉଠାଇ ନେଇ କାର୍‌ରେ ବସାଇ ଘରକୁ ଆଣିଥିଲେ। ଘରେ ପହଞ୍ଚିବା ପରେ ସେ ପ୍ରେମିକାଙ୍କ ଡାହାଣ ଗାଲରେ ନିଜ ନାମରେ ଏକ ଟାଟୁ ଆଙ୍କିଦେଇଥିଲେ। ତା’ ପରଦିନ ଯେତେବେଳେ ଯୁବତୀଙ୍କ ମାଆ ଝିଅକୁ ଖୋଜିଥିଲେ ସେତେବେଳେ ତାଙ୍କୁ କୋହ୍ଲୋଙ୍କ ଘରେ ଦେଖିବାକୁ ପାଇଥିଲେ। ମା’ଙ୍କ ନିର୍ଦ୍ଦେଶରେ ପ୍ରେମିକା ମଧ୍ୟ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ପ୍ରେମିକାଙ୍କ ଅଭିଯୋଗ ଉପରେ କୋହ୍ଲୋଙ୍କୁ ଗିରଫ କରିଥିଲା ପୋଲିସ। କୋହ୍ଲୋ ଏବଂ ତାଙ୍କ ପିତା କହିଛନ୍ତି ଝିଅଟି ନିଜ ଖୁସିରେ ଟାଟୁ ଆଙ୍କିଛନ୍ତି। ଅନ୍ୟପକ୍ଷରେ ପ୍ରେମିକା କହିଛନ୍ତି, ତାଙ୍କର ଇଚ୍ଛା ନ ଥିଲା। ସେ ଭୟଭୀତ ଥିବାରୁ ଟାଟୁ ଆଙ୍କିବାକୁ ଗାଲ ଦେଖାଇଥିଲେ। ଏହି ଘଟଣା ଭାଇରାଲ ହେବା ପରେ ଟାଟୁ ହଟାଇ ଦିଆଯାଇଛି। କୋହ୍ଲୋ ଜଣେ ଟାଟୁ କଳାକାର ଥିଲେ, ତେଣୁ ସେ ପ୍ରେମିକାଙ୍କ ଶରୀରରେ ଅନେକ ସ୍ଥାନରେ ତାଙ୍କ ନାମରେ ଟାଟୁ ଆଙ୍କିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri