Posted inଫୁରସତ

ପ୍ରତାରଣା କରିଥିବା କହି, ପ୍ରେମିକାଙ୍କୁ ମଝି ରାସ୍ତାରେ ନିସ୍ତୁକ ପିଟିଲେ ପ୍ରେମିକ

ପ୍ରତାରଣା କରିଥିବା ଅଭିଯୋଗରେ ପ୍ରେମିକାଙ୍କୁ ରାସ୍ତା ମଝିରେ ମାଡ଼ ମାରିଛନ୍ତି ପ୍ରେମିକ। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରେମିକା ହେଲେ ପେଜ୍‌ ଗ୍ରାହକ ସେବା ପରାମର୍ଶଦାତା ଭାବରେ କାମ କରୁଥିବା ମିଡିଲହର୍ଷ୍ଟ (୨୫) । ପ୍ରେମିକ ଡେକ୍ଲାନ।

ପ୍ରେମିକ ଡେକ୍ଲାନ ତାଙ୍କୁ ରାସ୍ତା ମଝିରେ ପିଟିଥିଲେ। କାରଣ ସେ ପ୍ରତାରଣା କରିଥିବାରୁ ଡେକ୍ଲାନ ଏପରି କରିଥିବା କହିଛନ୍ତି। ଏ ନେଇ ପେଜ୍‌ ଡେକ୍ଲାନଙ୍କ ନାଁରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି।

ଏ ନେଇ ପେଜ୍‌ କହିଛନ୍ତି, ଡେକ୍ଲାନ ବହୁତ ମଜାଳିଆ ଏବଂ ରୋମାଣ୍ଟିକ। ମାତ୍ର ମୋ’ ଭାଇ ଡେକ୍ଲାନ ପ୍ରତି ସତର୍କ ରହିବାକୁ ମୋତେ କହିଥିଲେ। ହେଲେ ମୁଁ ଭାବୁଥିଲି ଡେକ୍ଲାନଙ୍କୁ ଭଲରେ ବୁଝିଛି।

ଡିସେମ୍ବର ୨୦୧୮ରେ, ପେଜ୍‌ ଖ୍ରୀଷ୍ଟମାସ ନାଇଟ୍‌ ପାଇଁ ଅଫିସକୁ ଯାଇଥିଲେ। ଡେକ୍ଲାନ୍‌ ରାତିସାରା ତାଙ୍କ ସହିତ ଯୋଗାଯୋଗରେ ରହିବାକୁ ଏବଂ କଥା ହେବାକୁ କହିଥିଲେ। ମାତ୍ର ସନ୍ଧ୍ୟାରେ ଚାର୍ଜ ସରି ଯିବାରୁ ଫୋନ୍‌ ବନ୍ଦ ହୋଇ ଯାଇଥିଲା। ଏ ନେଇ ଡେକ୍ଲାନ ବହୁତ ରାଗି ଯାଇଥିଲେ।

ପେଜ୍‌ କହିଛନ୍ତି, ମୋ ଘର ପାଖରେ ଭେଟିବାକୁ ଡେକ୍ଲାନ ମୋତେ କହିଥିଲେ। ପହଞ୍ଚିବା ପରେ ମୁଁ ତାଙ୍କୁ ପ୍ରତାରଣା କରିଥିବା ସେ କହିଥିଲେ। ପରେ ରାସ୍ତା ମଝିରେ ମୋତେ ମାଡ଼ ମାରିଥିଲେ। ପରେ ମୁଁ ବେହୋଶ ହୋଇଗଲି। ଯେତେବେଳେ ମୋର ହୋସ୍‌ ଆସିଲା ଦେଖିଲି ସେ ମୋତେ କାରକୁ ନେଇ ଯାଉଛନ୍ତି । ପରେ ରକ୍ତ ଦାଗ ଲଗା ପୋଷକେକୁ ସେ କାର୍‌ରେ ଲୁଚାଇ ଦେଉଛନ୍ତି। ଯେପରି ମୋତେ ଆକ୍ରମଣ ହୋଇଛି ବୋଲି କେହି ଜାଣିପାରିବେ ନାହିଁ। ପରେ ସାହାସର ସହିତ ମୁଁ ପୋଲିସକୁ ସବୁ ଜଣାଇ ଥିଲି । ପରେ ଡେକ୍ଲାଙ୍କୁ ଗିରଫ କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri