Posted inଜାତୀୟ

ବିହାର ନିର୍ବାଚନ ପରେ ବାହାରିଛି ୧୬୦ ଟନ୍ ବାୟୋମଡିକାଲ ବର୍ଜ୍ୟବସ୍ତୁ, ୧୮ ଲକ୍ଷ ମାସ୍କ, ୭.୨୧ କୋଟି ଗ୍ଲୋଭସ୍‌ !

ପାଟନା,୧୬ ।୧୧: ବିହାର ବିଧାନସଭା ନିର୍ବାଚନ ସରିବା ପରେ ପାଖାପାଖି ୧୬୦ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ବାହାରିଥିବା ଜଣାପଡିଛି । କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ମାସ୍କ, ସାନିଟାଇଜର, ଗ୍ଲୋଭସ୍ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏଭଳି ବର୍ଜ୍ୟବସ୍ତୁ ବାହାରିଛି । ନିର୍ବାଚନରେ ନିୟୋଜିତ କର୍ମଚାରୀ ଓ ସୁରକ୍ଷାକର୍ମୀ କରୋନା ମହାମାରୀ ପାଇଁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ । ନିର୍ବାଚନ କମିଶନ ଏଥିପାଇଁ ୧୮ ଲକ୍ଷ ମାସ୍କ, ଥରଟିଏ ବ୍ୟବହାର ହୋଇପାରୁଥିବା ପାଖାପାଖି ୫.୪ଲକ୍ଷ ଗ୍ଲୋଭସ୍ କ୍ରୟ, କରିଥିଲେ । ମତଦାତା ଇଭିଏମ୍ ବଟନ୍ ଦବାଇବା ପାଇଁ ଓ ରେଜିଷ୍ଟରରେ ସାଇନ୍ କରିବା ପାଇଁ ୭.୨୧ କୋଟି ଗ୍ଲୋଭସ୍ ବ୍ୟବହାର କରିଥିବା ଜଣାପଡିଛି । ଏଥିପାଇଁ ୨୯ ଲକ୍ଷ ସାନିଟାଇଜର ବୋତଲ ବି ବ୍ୟବହାର କରାଯାଇଥିଲା । ବିହାରର ମୁଖ୍ୟ ନିର୍ବାଚନ ଅଧିକାରି ଏଚଆର୍ ଶ୍ରୀନିବାସ କହିଛନ୍ତି, ବିହାର ନିର୍ବାଚନରେ ପାଖାପାଖି ୧୦୬ ଟନ ବର୍ଜ୍ୟବସ୍ତୁ ବହାରିଛି । ଏହାକୁ ନଷ୍ଟ କରିବାକୁ ବିଭିନ୍ନ ଏଜେନ୍ସିକୁ ଦାୟତ୍ୱ ଦିଆଯାଇଛି । ତେଣୁ ଏହି ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ସି, ବିମୁଦ୍ରୀକରଣ ସହ ସମାନ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୫।୧୨: ବିହାରର ଶାସକ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ତାଙ୍କ କଥାରେ ଅଡି ବସିଛନ୍ତି। ରବିବାର ସେ ପୁଣିଥରେ ଟୁଇଟ୍‌...

ଗୋହତ୍ୟା ଅଭିଯୋଗରେ ୨ ଆଦିବାସୀଙ୍କୁ ପିଟି ମାରିଦେଲେ

ଭୋପାଳ,୪ା୫: ମଧ୍ୟପ୍ରଦେଶର ସିଓନି ଜିଲାରେ ଗୋହତ୍ୟା ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ଆଦିବାସୀ ସମ୍ପ୍ରଦାୟର ୨ ଜଣଙ୍କୁ ପିଟି ମାରିଦେଇଛନ୍ତି। ସେମାନଙ୍କ ଆକ୍ରମଣରେ ଅନ୍ୟ ଜଣେ ଗୁରୁତର...

ମାତା ବୈଷ୍ଣୋ ଦେବୀ ଭବନ ଦଳାଚକଟାରେ ୧୨ ମୃତ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ ।୧: ନୂଆବର୍ଷରେ ଅଘଟଣ । ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋଦେବୀ ଭବନରେ ଶୁକ୍ରବାର ରାତି ପ୍ରାୟ ୨ଟା ୪୫ରେ ଦଳାଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁଙ୍କ...

ଘୃଣା ମନ୍ତବ୍ୟ ଏକ ଆତଙ୍କ

ନୂଆଦିଲ୍ଲୀ,୧୪।୧: ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍‌ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ...

ସୈନିକଙ୍କ ପାଇଁ ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ୍‌ କିଣିବ ସେନା

ନୂଆଦିଲ୍ଲୀ,୨୦।୧୧: ଆତଙ୍କବାଦୀ ଘଟଣା ଏବଂ ସୀମାରେ ଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ବଡ ପଦକ୍ଷେପ ନେଇଛି। ସୈନିକମାନଙ୍କ ସୁରକ୍ଷା ପାଇଁ ଭାରତୀୟ...

୧୨ ବିଲିୟନ ଡଲାର ରହସ୍ୟ

ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର...

ଏୟାରଟେଲ୍‌ ସେବା ଠପ୍‌

ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍‌ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା...

୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା, ୮୭ ପ୍ରତିଶତ କୋଟିପତି…

ନୂଆଦିଲ୍ଲୀ, ୨୮।୬ : ଦେଶର ୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୭ ପ୍ରତିଶତ ହେଉଛନ୍ତି କୋଟିପତି। ଏଡିଆର୍‌...

Advertisement
Archives

Model This Week