ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ ସୃଷ୍ଟି ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ନିଜ ଦାୟିତ୍ୱ ସମ୍ପାଦନ କରୁନାହାନ୍ତି। ଫଳରେ ଶୋଚନୀୟ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀଠାରୁ ବାଘୁଆବୋଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନୁଗୋଳ ଓ ଦେବଗଡ଼ ଜିଲାର ୭ ପଞ୍ଚାୟତବାସୀ।
ପ୍ରକାଶ ଯେ, ଛେଣ୍ଡିପଦାର ଟାଙ୍ଗିରୀ ଠାରୁ ଦେବଗଡ ଜିଲାକୁ ଏହି ରାସ୍ତା ସଂଯୋଗ କରୁଛି। ଦେବଗଡର ସଙ୍ଗାପଶି, ଚଢେଇମରା, କୁଣ୍ଢେଇଗୋଳା, ଖିଲବେରେଣୀ ସମେତ ୫ ପଞ୍ଚାୟତ ଏବଂ ଛେଣ୍ଡିପଦାର ଟାଙ୍ଗିରୀ ଓ ପାଟକୁମୁଣ୍ଡା ପଞ୍ଚାୟତ ବାସିନ୍ଦା ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ୨୦୦୩ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହାକୁ ସାମିଲ କରାଯାଇ ୩.୫ କିଲୋମିଟର ପିଚୁ କରାଯାଇଥିଲା। ହେଲେ ମରାମତି ଅଭାବରୁ ଉକ୍ତ ରାସ୍ତା ଶୋଚନୀୟ ହୋଇପଡିଛି। ଟାଙ୍ଗିରୀସ୍ଥିତ ଆଉଁଳୀ ପୋଲ ନିକଟରେ ଏହି ରାସ୍ତା ୩ବର୍ଷ ତଳେ ଦବିଯିବା ସହ ପ୍ରାୟ ୫ ଫୁଟ୍‌ର ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ପାଟକୁମୁଣ୍ଡା, ଭାଲୁଖାଇ, ବାଘୁଆବୋଲ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସମସ୍ୟା ସମ୍ପର୍କରେ ଛେଣ୍ଡିପଦା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ଚିତ୍ତରଞ୍ଜନ ସାହୁ କହିଛନ୍ତି, ରାସ୍ତା ଖରାପ ନେଇ କୌଣସି ଅଭିଯୋଗ ଆସିନାହିଁ। ତଦନ୍ତ ପରେ ମରାମତି କାର୍ଯ୍ୟ କରାଯିବ।

ଦୈନିକ ଦୁର୍ଘଟଣା ଘଟୁଛି

୩ ବର୍ଷ ହେବ ରାସ୍ତା ଦବି ଯାଇଛି। ଏପରି କି ବର୍ଷା ଯୋଗୁ ୩୦ ଫୁଟରୁ ଅଧିକ ଫାଟ ସୃଷ୍ଟି ହୋଇଛି। ଏଠାରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି। ହେଲେ ମରାମତି ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ।
-ରମେଶ ଚନ୍ଦ୍ର ପ୍ରଧାନ, ପାଟକମୁଣ୍ଡା

 

ଲୋକେ ଅସୁବିଧା ଭୋଗୁଛନ୍ତି

ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠି ଖାଲଖମା ହୋଇଯାଇଛି। ଦୀର୍ଘବର୍ଷ ହେଲା ମରାମତି କରାଯାଇ ନ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଦୁଇ ଜିଲାବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ଡିଲେଶ୍ୱର ସ୍ବାଇଁ, ସରପଞ୍ଚ, ପାଟକମୁଣ୍ଡା

 

ଯଥାଶୀଘ୍ର ମରାମତି କରାଯାଉ

ବକଳା-ନୂଆସାହି ଠାରେ ରାସ୍ତା ଫାଟି ଯାଇଛି। ଖାଲଖମାଗୁଡ଼ିକରେ ବର୍ଷା ପାଣି ଜମି ରହୁଥିବାରୁ ବାଇକ୍‌ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଯଥାଶୀଘ୍ର ମରାମତି କରୁ।
-ଅମିୟ ଚରଣ ସାହୁ, ପାଟକମୁଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଦେଶ ଉଲ୍ଲଂଘନ କରି ବଦଳ

ଅନୁଗୋଳ ଅଫିସ, ୨୨।୧୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। କେତେବେଳେ ବଦଳି ନିର୍ଦ୍ଦେଶର ପାଳନ ହେଉ...

ଅନୁଗୋଳରେ ୨୮ ହିରୋଷ୍ଟୋନ ସନ୍ଧାନ

ଅନୁଗୋଳ ଅଫିସ, ୫।୩:  ଅନୁଗୋଳ ଉପଖଣ୍ଡରୁ ୨୮ଟି ହିରୋଷ୍ଟୋନ ବା ବୀର ଫଳକର ସନ୍ଧାନ ମିଳିଛି। ଏହି ପ୍ରାଚୀନ ପ୍ରସ୍ତର ଫଳକଗୁଡ଼ିକ ନତଡା, ଝିଣ୍ଟିପାଳ, ବଡ...

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

ମାଧପୁର,୧୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଟୁସର ପଞ୍ଚାୟତର ଉରଡ଼ା ଗ୍ରାମ ନିକଟରୁ ବୁଧବାର ରାତିରେ ମାଧପୁର ବନବିଭାଗ ଏବଂ ବାମୁର ବନବିଭାଗର...

ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଏଡା ଗ୍ରାମରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟି ଶାନ୍ତନୁ ମୁଣ୍ଡାଙ୍କ ୩ ବଖରା ଚାଳ ଘର ଜଳିଯାଇଛି।...

ବସ୍‌କୁ ଯାତ୍ରୀ ହେଉନାହାନ୍ତି, କ୍ଷତି ଆଶଙ୍କା

ଅନୁଗୋଳ ଅଫିସ, ୩୧।୫- ରାଜ୍ୟରେ ବସ୍‌ ଚଳାଚଳକୁ ସରକାର ଅନୁମତି ଦେଇଥିଲେ ହେଁ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନ ଥିବାରୁ ଦ୍ୱନ୍ଦ୍ୱରେ ପଡିଛନ୍ତି ଗାଡ଼ି...

ସଞ୍ଜ ନଇଁଲେ ମାଫିଆ ସକ୍ରିୟ

ଅନୁଗୋଳ ଅଫିସ, ୧୦।୧: ପ୍ରାୟ ବର୍ଷେ ହେଲାଣି କରୋନା ମୁକାବିଲାରେ ପ୍ରଶାସନ ବ୍ୟସ୍ତ ରହିଛି। ଏହାର ସୁଯୋଗ ନେଇ ଅନୁଗୋଳ ଜିଲାରେ ସକ୍ରିୟ ହୋଇପଡ଼ିଛନ୍ତି ଲଘୁ ଖଣିଜ...

୨୫ରୁ ଊର୍ଦ୍ଧ୍ୱ ଦିନ ହେବ ଏଟିଏମ୍‌ ଅଚଳ: ୬ ପଞ୍ଚାୟତ ଲୋକେ ହନ୍ତସନ୍ତ

ମାଧପୁର, ୧୭।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାର ଉପକଣ୍ଠରେ ଥିବା ଏକମାତ୍ର ଗ୍ରାମ୍ୟବ୍ୟାଙ୍କ ଏଟିଏମ୍‌ ଦୀର୍ଘ ୨୫ ଦିନରୁ ଊର୍ଦ୍ଧ୍ୱ ହେବ...

ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ...

Advertisement
Archives

Model This Week